ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, 7 ମାସ ପରେ ଚିଲିକାରେ ଚାଲିଲା ଡଙ୍ଗା

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ସାତ ମାସରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ପୁଣି ଥରେ ନୌକା ବିହାର ପାଇଁ ବାଟ ଫିଟିଛି । ଅଧିକ ପଢନ୍ତୁ...

author img

By

Published : Oct 18, 2020, 11:12 PM IST

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, 7 ମାସ ପରେ ଚିଲିକାରେ ଚାଲିଲା ଡଙ୍ଗା
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, 7 ମାସ ପରେ ଚିଲିକାରେ ଚାଲିଲା ଡଙ୍ଗା

ଖୋର୍ଦ୍ଧା: କୋରୋନାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିଥିଲା । କୋରୋନା ସଂକ୍ରମଣ ହ୍ରାସକୁ ଦେଖି ସାରା ଦେଶରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀଗୁଡିକୁ ଖୋଲିବା ପାଇଁ ଦାବି ହେଉଥିବା ବେଳେ ଦୀର୍ଘ ସାତ ମାସରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ପୁଣି ଥରେ ନୌକା ବିହାର ପାଇଁ ବାଟ ଫିଟିଛି ।

ତେବେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଥିବାର ସୂଚନା ମିଳିଛି । ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ଡଙ୍ଗାରେ ସର୍ବାଧିକ 9 ଜଣ ବ୍ୟକ୍ତିଙ୍କ ଯିବା ଲାଗି ଅନୁମତି ରହିଥିବାବେଳେ କୋଭିଡ୍‌ ଗାଇଡଲାଇନ୍‌କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ୍‌ ନିୟମ ପାଳନ କରି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହି ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଦିନ 10ଟାରେ ଚିଲିକା କୂଳରୁ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.