ETV Bharat / state

BMC Monsoon Preparedness: ସପ୍ତାହେ ଭିତରେ ସଫା ହେବ ଡ୍ରେନ

ମୌସୁମୀ ଆସିବା ପୂର୍ବରୁ ସପ୍ତାହେ ଭିତରେ ଭୁବନେଶ୍ବରରେ ସଫା ହେବ ଡ୍ରେନ୍‌ । ମୁକୁଳା ଡ୍ରେନ୍‌ ପାର୍ଶ୍ବରେ ତିଆରି ହେବ ବ୍ୟାରିକେଡ୍‌ । ଅଧିକ ପଢନ୍ତୁ

author img

By

Published : Jun 13, 2023, 9:08 AM IST

Updated : Jun 13, 2023, 2:09 PM IST

BMC Monsoon Preparedness
BMC Monsoon Preparedness
BMC Monsoon Preparedness

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଆସିବା ପୂର୍ବରୁ ବିଏମସିକୁ ଜଳବନ୍ଦୀ ଚିନ୍ତା । ସହରରେ ତୁରନ୍ତ ଡ୍ରେନ୍‌ ସଫା କାମ ସାରିବାକୁ କଡ଼ା ତାଗିଦ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସପ୍ତାହେ ମଧ୍ୟରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନଗୁଡିକ ସଫା କରିବାକୁ ସମସ୍ତ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ମୌସୁମୀର ପୂର୍ବ ପ୍ରସ୍ତୁତି ବୈଠକରେ ଏନେଇ ଆଲୋଚନା ହୋଇଛି ।

ବୈଠକରେ ମେୟର କହିଛନ୍ତି, କେତେକ ୱାର୍ଡରେ ଶତ ପ୍ରତିଶତ ଡ୍ରେନ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍‌ ସଫା ହୋଇସାରିଛି । ବାକି ଥିବା ଡ୍ରେନଗୁଡିକୁ ମୌସୁମୀ ବର୍ଷା ଆସିବା ପୂର୍ବରୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଜେନ୍ସିଗୁଡିକ ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଲୋକ ଲଗାଇ ଡ୍ରେନଗୁଡିକୁ ସଫା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟରେ କର୍ପୋରେଟରମାନେ ସହଯୋଗ କରିବାକୁ ମେୟର କହିଛନ୍ତି ।

ସୂଚନାଥାଉ କି, ବର୍ତ୍ତମାନ ବିଏମସି ଅଞ୍ଚଳରେ ୭୭ କିଲୋମିଟର ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି । ସେହିପରି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଶାଖା ଡ୍ରେନ୍‌ ଅଛି । ସେଗୁଡିକ ମଧ୍ୟରୁ ଅନେକ ସଫା ହୋଇସାରିଛି । ବାକିଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରିବା ସହ ବାହାରୁଥିବା ପଙ୍କକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ସପ୍ତାହେ ମଧ୍ୟରେ ଡ୍ରେନ୍‌ ସଫା ନକଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କେତେକ ମୁକୁଳା ଡ୍ରେନ୍‌ ପାର୍ଶ୍ବରେ ବ୍ୟାରିକେଡ ନଥିବା ବେଳେ ବ୍ୟାରିକେଡ ନିର୍ମାଣ କରିବାକୁ କୁହାଯାଇଛି । ବର୍ଷା ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ କେବଳ ଡ୍ରେନ ନୁହେଁ, ପରିମଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବା ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ରଥଯାତ୍ରା ଆସୁଛି । ଚଳିତ ବର୍ଷ ଭୁବନେଶ୍ବରରେ ୫୭ଟି ରଥ ବାହାରିବା ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ଡ୍ରେନ୍‌ ସହ ପରିମଳ ବ୍ୟବସ୍ଥାରେ ଯେପରି କୌଣସି ବ୍ୟତିକ୍ରମ ନହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି । ଆଜିଠାରୁ କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ୍‌ ଓ ରାସ୍ତା ରହିଛି, ତାହାକୁ ମାପିବା ପାଇଁ ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ୱାର୍ଡର କର୍ପୋରେଟର, ସମ୍ପୃକ୍ତ ଏଜେନ୍ସି ଏବଂ ସାନିଟାରୀ ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ । ଦୁଇ ଦିନ ମଧ୍ୟରେ ରାସ୍ତା ଓ ଡ୍ରେନ ମାପ ଶେଷ ହେବ ।

ମୌସୁମୀ ଆସିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ବିଏମସି ତୁରନ୍ତ କାମ ଶେଷ କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ କରିବାରେ ବିଳମ୍ବ କରୁଛି ବୋଲି ଦୋଷ ଲଦିଛନ୍ତି ମେୟର । ତେବେ ବିଏମସି କାମ ଶେଷ ହେବା ପରେ ଆବଶ୍ୟକ ପଡିଲେ ଡ୍ରେନ ସଫେଇ କାର୍ଯ୍ୟରେ ଏହା ପୂର୍ତ୍ତ ବିଭାଗକୁ ସହାୟତା କରିବ ବୋଲି ମେୟର କହିଛନ୍ତି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର-୧ ଲକ୍ଷ୍ମୀକାନ୍ତ ସେଠୀ ଓ ଅତିରିକ୍ତ କମିଶନର-୨ ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ କର୍ପୋରେଟର, ଡେପୁଟି କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର, ଏଜେନ୍ସିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 13, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.