ETV Bharat / state

ଓଡ଼ିଶା ଜଙ୍ଗଲରେ ବୁଲୁଛି କଳା ବାଘ

author img

By ETV Bharat Odisha Team

Published : Nov 29, 2023, 10:23 PM IST

Updated : Nov 29, 2023, 11:06 PM IST

ଓଡ଼ିଶା ଜଙ୍ଗଲରେ ଦେଖାଗଲା ବିରଳ ପ୍ରଜାତିର କଳା ବାଘ । ଓଡ଼ିଶାରେ ବାଘ ଗଣନା ଚାଲିଥିବାବେଳେ କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ୍‌ ହୋଇଛି ଏହି କଳା ରଙ୍ଗର କଲରା ପତରିଆ । ଅଧିକ ପଢ଼ନ୍ତୁ

ଓଡ଼ିଶା ଜଙ୍ଗଲରେ ବୁଲୁଛି କଳା କଲରାପତରିଆ ବାଘ
Black leopard Spotted in Odisha forest

ଭୁବନେଶ୍ବର: ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା । ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର କଳା ବାଘ । କ୍ୟାମେରା ଲେନ୍ସରେ କଏଦ୍‌ ହେଲା କଳା ରଙ୍ଗର କଲରା ପତରିଆ ବାଘ । କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଠାବ ହୋଇଛି ଏହି ବିରଳ କଳା ବାଘ । ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ । କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏହି ବିରଳ ବାଘ ଦେଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଓଡ଼ିଶା ଜଙ୍ଗଲରେ କଳା ବାଘ ଠାବ ହେବାକୁ ସେ ଆଶାତୀତ ଏବଂ ଉତ୍ସହଜନକ ବୋଲି କହିଛନ୍ତି ।

  • On going camera trap tiger census in Odisha is throwing up some exciting & unexpected presence of wild fauna in our state. pic.twitter.com/zRGnh9tcIv

    — Susanta Nanda (@susantananda3) November 29, 2023 " class="align-text-top noRightClick twitterSection" data=" ">

ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳା ବାଘ ବିରଳ ପ୍ରଜାତିର । ପୂର୍ବରୁ ଶିମିଳିପାଳରେ ଏକ କଳା ମହାବଳ ବାଘ ଠାବ ହୋଇଥିଲା । ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳା ମହାବଳ ଘୂରି ବୁଲୁଥିବା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାକୁ ମଧ୍ୟ ଟ୍ବିଟ୍‌ କରିଥିଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । କଳା ବାଘର ଭାଇରାଲ ଭିଡିଓଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ହୋଇଥିବା ସେ ସ୍ପଷ୍ଟ କରିଥିଲେ । ତେବେ ଏହା କେବେର ଭିଡିଓ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଭିଡିଓଟି ଗତ ଡିସେମ୍ବର ୨୦୨୧ର ଭିଡିଓ ବୋଲି ରିଜୋନାଲ ଚିଫ୍‌ କଞ୍ଜୋରଭେଟର୍‌ (RCCF) ସୂଚନା ଦେଇଥିଲେ । ତେବେ ଏହି Melanistic Tigerଟି ବିରଳ ହୋଇଥିବାବେଳେ ଏହା କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହିଁ ଦେଖା ଯାଉଥିବା କୁହାଯାଇଥିଲା । ଏହା ପୂର୍ବରୁ ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ । ହେଲେ ଏବେ କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଦେଖାଯାଇଥିବା ବିରଳ ପ୍ରଜାତିର କଳା ବାଘଟି ମହାବଳ ନୁହେଁ, ବରଂ କଲରାପତରିଆ ବୋଲି ଜଣାପଡ଼ିଛି । ଏହାପରେ ଜଙ୍ଗଲ ଓ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ବୁଲିଛି ମହାରାଷ୍ଟ୍ରର ମହାବଳ; 4 ରାଜ୍ୟ ଡେଇଁ ଓଡ଼ିଶା ଆସିଛି

ଓଡ଼ିଶାରେ ବାଘ ଗଣନା ଚାଲିଥିବାବେଳେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏହି ବିରଳ ପ୍ରଜାତିର କଳା ବାଘ ଚିହ୍ନଟ ହୋଇଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ସ୍ପଷ୍ଟ କରିଛନ୍ତି । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ କିମ୍ବା କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବାବେଳେ କ୍ୟାମେରାରେ ଏହି ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଦେଶର ୮ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳିଛି । କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ରେ ବିରଳ କଳାବାଘ ଦେଖିବାକୁ ମିଳିଥିଲା । ଏହାପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 29, 2023, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.