ETV Bharat / state

ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିରେ ହେରଫେର ଘଟଣା, ମାଷ୍ଟର କ୍ୟାଣ୍ଟିନରେ ଗର୍ଜିଲା ବିଜେପି ଯୁବମୋର୍ଚ୍ଚା

author img

By ETV Bharat Odisha Team

Published : Oct 18, 2023, 8:07 PM IST

ଛାତ୍ରାଛାତ୍ରୀଙ୍କ ମେଧାବୃତ୍ତିରେ ହେରଫେର କରାଯାଇଥିବା ନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଗର୍ଜିଲା ବିଜେପି ଯୁବମୋର୍ଚ୍ଚା । ଛାତ୍ରଛାତ୍ରୀଙ୍କ ଟଙ୍କା ଫେରସ୍ତ ପାଇଁ ଦାବି । ଅଧିକ ପଢନ୍ତୁ

ଛାତ୍ରାଛାତ୍ରାଙ୍କ ମେଧାବୃତ୍ତିରେ ହେରଫେର
ଛାତ୍ରାଛାତ୍ରାଙ୍କ ମେଧାବୃତ୍ତିରେ ହେରଫେର

ଛାତ୍ରାଛାତ୍ରାଙ୍କ ମେଧାବୃତ୍ତିରେ ହେରଫେର

ଭୁବନେଶ୍ବର: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସିଏଜି ରିପୋର୍ଟ ଆସିବା ପରେ ଛାତ୍ରଛାତ୍ରୀମାନଙ୍କ ଟଙ୍କା ହଡପ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ଯୁବମୋର୍ଚ୍ଚା । ଛାତ୍ରାଛାତ୍ରୀଙ୍କ ମେଧାବୃତ୍ତିରେ ହେରଫେର କରାଯାଇଥିବା ନେଇ ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ମାଷ୍ଟର କ୍ୟାଣ୍ଟିନ୍ ଠାରେ ବିକ୍ଷୋଭ କରିଥିଲେ ।

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି,‘‘ ଓଡିଶା ଆଜି ଏକ ଦୁର୍ନୀତିଗ୍ରସ୍ତ ପ୍ରଦେଶରେ ପରିଣତ ହୋଇଛି । ସ୍ୱଚ୍ଛ ଶାସନର ମିଛ ଡିଣ୍ଡିମ ଏ ରାଜ୍ୟ ସରକାର ପିଟୁଛନ୍ତି ତାହା କେବଳ ଏକ ପ୍ରହେଳିକା । ଅତୀତରେ ଆମେ ଖଣି, ପାଣି ବିଭିନ୍ନ ପ୍ରକାର ଲୁଟ୍ କଥା ଓଡିଶାରେ ସାମ୍ନାକୁ ଗଣମାଧ୍ୟମ ଆଣିଛି । ପାଇଖାନା ପର୍ଯ୍ୟନ୍ତ ରାଜ୍ୟ ସରକାର ତଥା ଶାସକ ଦଳ ଓଡିଶାରେ ଗରୀବ ଲୋକଙ୍କ ଠାରୁ ଖାଇଯାଇଛନ୍ତି l ବର୍ତ୍ତମାନ ଆଉ ଗୋଟିଏ ପାଦ ଆଗକୁ ଯାଇ ଓଡିଶାର ଛାତ୍ରଛାତ୍ରୀ ଓ ଯୁବବର୍ଗମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମଧ୍ୟ ହଡପ୍ କରିଛି ବିଜେଡି ସରକାର । ମେଧାବୃତ୍ତି ଏବଂ ବିଶେଷ ଭାବେ ଦକ୍ଷତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ସିଧାସଳଖ ବାଟମାରଣା କରାଯାଇଥିବାର ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ ।’’

ଏହା ମଧ୍ୟ ପଢନ୍ତୁ...ଆବାସ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ଅଛି ଫୋରମ : ବିଜେଡି

ସେ ଆହୁରି ମଧ୍ୟ କହିଛନ୍ତି, ‘‘ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ଯାହା ସିଏଜି ରିପୋର୍ଟରୁ ଖୁଲାସା ହୋଇଛି । କେନ୍ଦ୍ର ସରକାର ଦୁର୍ନୀତି ରୋକିବାକୁ ଡିବିଟି ବ୍ୟବସ୍ଥା ଲାଗୁ କଲେ । ମାତ୍ର ରାଜ୍ୟ ସରକାର ଭୂତ ସ୍କୁଲ ଓ ଆକାଉଣ୍ଟକୁ ଅର୍ଥ ଛାତ୍ର ବୃତ୍ତି ଟଙ୍କା ପଠାଇଛନ୍ତି । ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କୁ ମେଧାବୃତ୍ତି ଆକାରରେ ପଇସା ମିଳିବା କଥା । ମାତ୍ର ଏବେବି 30 ପ୍ରତିଶତ ପିଲା ଏହି ବୃତ୍ତି ପାଇନାହାନ୍ତି । ଅନୁମୋଦନ ମିଳିନଥିବା BSS ନାମକ ତାମିଲ ସଂସ୍ଥା ଓ NCVRT ନାମକ ଅଣ ଓଡ଼ିଆ ସଂସ୍ଥା ବାଲେଶ୍ଵର ଓ ମୟୂରଭଞ୍ଜରେ ଶିକ୍ଷାନୁଷ୍ଠାନ କରିଥିଲେ । କିନ୍ତୁ 16ଟିରୁ 8ଟି ଶିକ୍ଷାନୁଷ୍ଠାନର ଆଦୌ ସ୍ଥିତି ନାହିଁ । ଦୁଇଟି ସଂସ୍ଥା ୧୬ କୋଟି ଟଙ୍କା ଲୁଟି ନେଇଛନ୍ତି । ପିସି ନେଇ ଏଭଳି କାରବାର ଚାଲିଛି । ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତିରେ ପାଖାପାଖି 2 କୋଟି 37 ଲକ୍ଷ ଟଙ୍କା 2019ରୁ 2021 ମଧ୍ୟରେ ବାଟମାରଣା ହୋଇଛି । ଏହାର ସଠିକ୍ ଯବାବ ରଖୁ ସରକାର । ନଚେତ୍ ଏହାକୁ ନେଇ ତୃଣମୂଳ ସ୍ତରକୁ ବ୍ୟାପିବା ଆନ୍ଦୋଳନ କରିବ ବିଜେପି ଯୁବମୋର୍ଚ୍ଚା । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.