ETV Bharat / state

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତାଙ୍କୁ ବିରୋଧ

ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀମାନେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

bjp opposed to mp aparajita sarangi in bolagarh
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତାଙ୍କୁ ବିରୋଧ
author img

By

Published : Aug 28, 2022, 10:46 PM IST

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ଦଳ ଭିତରୁ ବିରୋଧ । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଏହିଭଳି ସ୍ଥିତି ଉପୁଜିଛି । ବୋଲଗଡର ବିଜେପି ଦଳୀୟ କର୍ମକର୍ତ୍ତା ଏକତ୍ରୀତ ହୋଇ ଅପରାଜିତାଙ୍କ ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା (BJP Workers Oppose MP Aparajita Sarangi in Bolagarh) ଦେଇଛନ୍ତି । ସାଂସଦଙ୍କ ଏକଚାଟିଆ ମନବୃତ୍ତି ଓ ଦଳୀୟକର୍ମୀଙ୍କୁ ଅଣଦେଖା ଅଭିଯୋଗ କରି ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟଠାରେ ଆୟୋଜିତ ବୈଠକରେ ସାଂସଦଙ୍କୁ ବିରୋଧ କରାଯାଇଛି ।

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତାଙ୍କୁ ବିରୋଧ

ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi) ଦଳୀୟ କର୍ମୀଙ୍କୁ ହତାଦର କରି ଅନ୍ୟ ରାଜନୈତିକ ଦଳର କର୍ମୀଙ୍କୁ ଧରି ବିବାଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ସେହିଭଳି ଅପରାଜିତା ଦଳ ଭିତରେ ରହି ଅପରାଜିତା, ୟୁଥ ଫର ଆକ୍ସନ ଭଳି ସଂଗଠନ ଗଢ଼ି ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦଳ କିପରି ତୃଣମୂଳ ସ୍ତରରୁ ମଜଭୁତ ହେବ ସେକଥା ଚିନ୍ତା କରୁନଥିବା ମଣ୍ଡଳ ସଭାପତି ମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ସେହିଭଳି ଦଳୀୟ କର୍ମୀଙ୍କୁ ଅଣଦେଖା କରି ଚର୍ଚ୍ଚାରେ ରହିବାକୁ ସାଂସଦ କାଦୁଅ ବିଲରେ ପଶି ଧାନ ରୋଇବା କେବଳ ବାହାନା ବୋଲି କହିଛନ୍ତି ଦଳୀୟ କର୍ମକର୍ତ୍ତା ।

ଏନେଇ ବିଜେପି ପାଞ୍ଚଗଡ଼ ମଣ୍ଡଳ ସଭାପତି କହିଛନ୍ତି, "ବିଜେପି ଏକ ଶୃଙ୍ଖଳିତ ଦଳ । ଏହାର ଏକ ସାଙ୍ଗଠନିକ ଭିତ୍ତିଭୂମି ଅଛି । ବିଗତ କିଛି ଦିନ ହେବ କେତେକ ଲୋକ ଦଳକୁ ତଳିତଳାନ୍ତ କରିବାକୁ ଚାହୁଁଛନ୍ତି । ଯାହା ଫଳରେ ବୋଲଗଡ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ କମିଯାଇଛି । ସାଂସଦ ଅପରାଜିତା ମହାନ୍ତି ଲୋକ ଦେଖାଣିଆ କାମ କରୁଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସେ ସାଙ୍ଗରେ ଚାଲନ୍ତୁ । ସେ ଯେତେ ଚେଷ୍ଟା କଲେ ଏଠାରେ ବିଜେପିକୁ ଭାଙ୍ଗି ପାରିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: କାଦୁଅ ବିଲରେ ଅପରାଜିତା, ଚାଷୀଙ୍କ ସହ ଧାନ ରୋଇଲେ ସାଂସଦ

ସାଂସଦଙ୍କ ଏଭଳି ଦଳ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କୁ ବିରୋଧ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ପାଞ୍ଚଜଣ ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ବେଗୁନିଆ ନିର୍ବାଚନ ମଣ୍ଡଳୀରୁ କର୍ମୀ ସମ୍ମୀଳନୀ ସାରି ରାସ୍ତାରେ ଯାଉଥିବାବେଳେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଧାନ ବିଲକୁ ଦେଖି ହଠାତ ଅଟକି ଯାଇଥିଲେ । ରାସ୍ତାକଡ଼ ଜମିରେ କିଛି ଚାଷୀ ଜମିରେ ଧାନ ରୋଉଥିବା ଦେଖି ସାଂସଦ ମଧ୍ୟ କାଦୁଅ ବିଲରେ ପଶି ସେମାନଙ୍କ ସହ ମିଶି ଧାନ ରୋଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.