ETV Bharat / state

Dhamnagar By Poll: ବେଆଇନ କାର୍ଯ୍ୟ କରୁଛି ବିଜେପି, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି - ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ଫେରାଦ ହୋଇଛି ବିଜେଡି (Biju Janaat Dal) । ଧାମନଗର ଉପନିର୍ବାଚନ (Dhamnagar by Poll) ରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି (BJP Using Cash To Influence Voters Alleges Biju Janata Dal) । ଅଧିକ ପଢନ୍ତୁ

ବେଆଇନ କାର୍ଯ୍ୟ କରୁଛି ବିଜେପି, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

author img

By

Published : Oct 25, 2022, 9:45 PM IST

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ଫେରାଦ ହୋଇଛି ବିଜେଡି (Biju Janaat Dal) । ଧାମନଗର ଉପନିର୍ବାଚନ (Dhamnagar by Poll) ରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି (BJP Using Cash To Influence Voters Alleges Biju Janata Dal) । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡିର 7 ଜଣିଆ ପ୍ରତିନିଧି ଦଳ ।

ବେଆଇନ କାର୍ଯ୍ୟ କରୁଛି ବିଜେପି, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ବରିଷ୍ଠ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କୁ ଭେଟିଛି ବିଜେଡିର 7 ଜଣିଆ ପ୍ରତିନିଧି ଦଳ । ଦଳରେ ଅମିତ ମଲ୍ଲିକ, ଜୋସ୍ନା ପରିଡା, ଲୋରା ମହାପାତ୍ର, ସ୍ୱାଗତିକ ମହାନ୍ତି, ଓମ ପ୍ରକାଶ ସାହୁ ପ୍ରମୁଖ ଅଛନ୍ତି । ବିଜେଡି ଅଭିଯୋଗ କରିଛି ଯେ, ଗତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେପି ଯେଉଁ କାର୍ଯ୍ୟ କରିଆସୁଥିଲା । ଏବେ ପୁଣି ଥରେ ଧାମନଗର ଉପନିର୍ବାଚନରେ ଏହା ଦୋହରାଇଛି । ନିର୍ବାଚନରେ ପରାଜୟ ଭୟରେ ବିଜେପି ତାର ଚିରାଚରିତ ପ୍ରଥା ଆରମ୍ଭ କରିଛି । ବିଜେପିର ନେତା ଓ କର୍ମୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି । ବିଭିନ୍ନ ସ୍ଥାନରେ ଲୁଚି ଛପି ରହି ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଭାବିତ କରିବାରେ ଲାଗିଛନ୍ତି । ସଫଳତା ନମିଳିବାରୁ ପ୍ରଭାବିତ କରିବା ଲାଗି ଜାଲ ବିଛେଇବା ପାଇଁ ଲାଗୁଛନ୍ତି ।

ଲେନିନ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଜିତିବା ଲାଗି ଅଭ୍ୟାସଗତ ଭାବେ ବିଜେପି ନୀତି ଓ ନିୟମକୁ ଉଲଂଘନ କରୁଛି । ନିର୍ବାଚନ ଜିତିବା ଲାଗି ବେଆଇନ ଭାବେ ବିଜେପି ଅପଚେଷ୍ଟା ଚଳାଇଛି । ଯାହାକୁ ଦୃଢ଼ ଭାବେ ବିଜେଡି ନିନ୍ଦା କରିଛି । ସଠିକ ଢଙ୍ଗରେ ନିର୍ବାଚନ ଲାଗି ଲୋକଙ୍କ ଉପରେ ଫଳାଫଳ ଲୋକଙ୍କ ନିଷ୍ପତ୍ତି ଉପରେ ଛାଡିବାକୁ ବିଜେପିକୁ ବିଜୁ ଜନତା ଦଳ ପରାମର୍ଶ ଦେଇଛି । ବିଜେପି ବେଆଇନ କାର୍ଯ୍ୟ କରୁଥିବାରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି ରଖିଛି । ବିଜେପିର ବେଆଇନ କାର୍ଯ୍ୟର ପ୍ରମାଣ ବିଜେଡି ସିଇଓଙ୍କୁ ପ୍ରଦାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.