ETV Bharat / state

କାଲିଠୁ ୨ଦିନ ରାଜ୍ୟର ସବୁ ଟାଟା ପାୱାର ଅଫିସ ଆଗରେ ପ୍ରତିବାଦ କରିବ ବିଜେପି - ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

ଅଘୋଷିତ ବିଜୁଳି କାଟ୍‌ ନେଇ ଆସନ୍ତା ୧୪ ଏବଂ ୧୫ ତାରିଖରେ ରାଜ୍ୟରେ ସବୁ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ, ଧର୍ମଘଟ ଏବଂ ପ୍ରତିବାଦ କରିବ ବିଜେପି । ଟାଟା ପାୱାର ରାଜ୍ୟ ସରକାରଙ୍କ ମାଲିକ ସାଜିଛି କହିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ବିଜୁଳି ବିଭ୍ରାଟ ନେଇ ବିଜେପିର ପ୍ରେସ୍‌ମିଟ୍‌
ବିଜୁଳି ବିଭ୍ରାଟ ନେଇ ବିଜେପିର ପ୍ରେସ୍‌ମିଟ୍‌
author img

By

Published : Jun 13, 2023, 9:35 PM IST

ବିଜୁଳି ବିଭ୍ରାଟ ନେଇ ବିଜେପିର ପ୍ରେସ୍‌ମିଟ୍‌

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତୁହାକୁ ତୁହା ଅଘୋଷିତ ବିଜୁଳି କାଟ୍‌ ନେଇ ସାଧାରଣ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଥିବା ବେଳେ ଏନେଇ ତେଜୁଛି ରାଜନୀତି । କଂଗ୍ରେସ ଓ ବିଜେପି ପକ୍ଷରୁ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ଏହି ପ୍ରସଙ୍ଗରେ ଆସନ୍ତା ୧୪ ଏବଂ ୧୫ ତାରିଖରେ ରାଜ୍ୟରେ ସବୁ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ, ଧର୍ମଘଟ ଏବଂ ପ୍ରତିବାଦ କରିବ ବିଜେପି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ କହିଛନ୍ତି, "ଟାଟା ପାୱାର ଅରାଜକତାରେ ବୁଡ଼ିଯାଇଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଅଛି । ଟିକେ ବର୍ଷା ହେଲେ ମନ ଇଚ୍ଛା ବିଦ୍ୟୁତ କାଟ୍‌ କରାଯାଉଛି । ଏହାର ଫଳ ଓଡିଶାର ସାଧାରଣ ଲୋକ ଭୋଗୁଛନ୍ତି । ଏହି ବାବଦରେ ପ୍ରଶ୍ନ କରିବା ସହ ସ୍ବର ଉଠାଉଛନ୍ତି ସାଧାରଣ ଲୋକେ । ହେଲେ ଏହାର ଉତ୍ତର ନା ଟାଟା ପାୱାର ନା ସରକାର ଦେଉଛନ୍ତି । ଟାଟା ପାୱାର ଏଠି ସରକାରଙ୍କ ମାଲିକ ସାଜିଛି । ଗ୍ରାମାଞ୍ଚଳରେ ଦିନକୁ ପ୍ରାୟ ୩ରୁ ୪ ଘଣ୍ଟା ବିଦ୍ୟୁତ କାଟୁଛନ୍ତି । ସହରାଞ୍ଚଳରେ ୨୫ ଥର ପାୱାର କଟ୍‌ ହେଉଛି । ଏଠି ସରକାର ଚଳାଉଛି କିଏ ? ଏଠି ସରକାରଙ୍କ ମାଲିକ କିଏ ? ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ କାଟ୍‌ ହେଲା । ଏହା ଇତିହାସରେ ପ୍ରଥମ ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରି ବିରକ୍ତି ପ୍ରକାଶ କରିଛନ୍ତି । ଟାଟା ପାୱାର ଆଗରେ ସରକାର ବିକ୍ରି ହୋଇସାରିଛନ୍ତି । ସରକାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ । ସେଥିରେ ଆଗୁଆ ସ୍ପଷ୍ଟ କରନ୍ତୁ ଯେ କେତେ ସମୟ ବିଦ୍ୟୁତ କଟାଯିବ । OERC ନିୟମ ବାହାରକୁ ନେଇ ୨୭୨୭ କୋଟି ଟଙ୍କା ଆଦାୟ ହୋଇଥିଲା । ବିଧାନସଭାରେ ଏହି ପ୍ରସଙ୍ଗରେ ଉଠିଥିଲା । ଶାସକ ଦଳର ବିଧାୟକ ଉଠାଇଥିଲେ, ହେଲେ ସେ ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର ।"

ସେ ଆହୁରି ମଧ୍ୟ କହିଛନ୍ତି, "ଶକ୍ତିମନ୍ତ୍ରୀଙ୍କ ଅବହେଳା ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଏହା ସହିତ ଟାଟା ପାୱାର ଉପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଓଡିଶାର ବଡ଼ ଦୁଃଖ ଟାଟା ପାୱାର । ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ସାମାନ୍ୟ ବର୍ଷା ହେଲେ, ପାୱାର କାଟ୍ । ଏହା ଆଜିର ନୂଆ କଥା ନୁହେଁ । ଟାଟା ପାୱାର ବିରୋଧରେ ସମସ୍ତେ ସ୍ଵର ଉତ୍ତୋଳନ କଲେଣି । ସରକାରଙ୍କ ମାଲିକ ଟାଟା ପାୱାର । ସାଧାରଣ ଲୋକଙ୍କୁ ଶୋଷଣ କରୁଛି ଟାଟା ପାୱାର । ସରକାର ମୁଣ୍ଡ ବିକିଦେଲେ ଟାଟା ପାୱାର ପାଖରେ । ସହରାଞ୍ଚଳରେ ଯଦି ଏହି ଅବସ୍ଥା, ଗାଁ କଥା ନକହିବା ଭଲ । ଶକ୍ତିମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି । ଅବାନ୍ତର ଯୁକ୍ତି କରୁଛନ୍ତି ମନ୍ତ୍ରୀ । ଆମର ଆଶା ସରକାର ସୁଧୁରି ଯିବେ ।" ନହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବେ ବୋଲି ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.