ETV Bharat / state

ମତଦାନ କେନ୍ଦ୍ରକୁ ମୋବାଇଲ ନ ନେବା ପାଇଁ ସିଇଓଙ୍କ ନିକଟରେ ବିଜେପିର ଦାବି

author img

By

Published : Oct 21, 2022, 9:22 PM IST

ଆସୁଛି ଧାମନଗର ଉପନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି । ଏହି କ୍ରମରେ ମତଦାନ କେନ୍ଦ୍ରକୁ ମୋବାଇଲ ନ ନେବା ପାଇଁ ଆଜି ସିଇଓଙ୍କ ନିକଟରେ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ମତଦାନ କେନ୍ଦ୍ରକୁ ମୋବାଇଲ ନ ନେବା ପାଇଁ ସିଇଓଙ୍କ ନିକଟରେ ବିଜେପିର ଦାବି
ମତଦାନ କେନ୍ଦ୍ରକୁ ମୋବାଇଲ ନ ନେବା ପାଇଁ ସିଇଓଙ୍କ ନିକଟରେ ବିଜେପିର ଦାବି

ଭୁବନେଶ୍ବର: ଆସୁଛି ଧାମନଗର ଉପନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି । ସମସ୍ତ ରାଜନୈତିକ ଦଳ ଗୁଡିକ ପରସ୍ପରକୁ ଜଗିବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ମତଦାନ କେନ୍ଦ୍ରକୁ ମୋବାଇଲ ନ ନେବା ପାଇଁ ଆଜି ସିଇଓଙ୍କ ନିକଟରେ ଦାବି କରିଛି ବିଜେପି। ବିଜେଡିକୁ ଭୋଟ ଦେଇ ଫଟୋ ଦେଖାଇଲେ 2000 ହଜାର ଟଙ୍କା ଦେବାକୁ ପ୍ରଲୋଭିତ କରାଯାଉଛି । ଯାହା ନିର୍ବାଚନ ଆଚରଣ ବିଧିର ଉଲଘଂନ । ତେଣୁ ମତଦାନ ବେଳେ ମୋବାଇଲ ବ୍ୟବହାର କୁ ବାରଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ଦଳ ।

ଏହା ସହ ନିର୍ବାଚନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ 30 ଟଙ୍କା ନେଇ ଓଡିଶା ସରକାରଙ୍କ ଲୋଗୋ ଥିବା ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଣ୍ଟିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ଦାବି କରିଛି ନିର୍ବାଚନ ବେଳେ କାହିଁକି ଜାତୀୟ ଖାଦ୍ୟ ସୁରକ୍ଷା ନାଁ ରେ ଓଡିଶା ସରକାରଙ୍କ ଲୋଗୋ ଥିବା ସବୁଜ ପତ୍ରିକା ବଣ୍ଟା ଯାଉଛି । ଆଉ କାହା ନିର୍ଦ୍ଦେଶରେ ବଣ୍ଟା ଯାଉଛି ତାକୁ ତଦନ୍ତ କରଯାଉ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସବୁ କୁ ବନ୍ଦ କରିବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.