ETV Bharat / state

'ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର, ରାଜ୍ୟ ସରକାରଙ୍କ ବିରୋଧରେ ଚାଲିଛି ୯୦୦୦ ଅବମାନନା ମକଦ୍ଦମା'

author img

By

Published : Aug 1, 2023, 8:09 PM IST

Updated : Aug 1, 2023, 8:41 PM IST

ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥାର ପର୍ଦ୍ଦାଫାଶ କଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଅଧିକ ପଢନ୍ତୁ

Etv Bharat
Etv Bharat
'ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର, ରାଜ୍ୟ ସରକାରଙ୍କ ବିରୋଧରେ ଚାଲିଛି ୯୦୦୦ ଅବମାନନା ମକଦ୍ଦମା'

ଭୁବନେଶ୍ବର: ରାଜ୍ୟ ସରକାର ସବୁବେଳେ କହୁଛନ୍ତି ଆଇନର ଶାସନ ଚାଲିଛି । କିନ୍ତୁ ସତ୍ୟତା ହେଲା ଆଇନ ଵ୍ୟଵସ୍ଥାକୁ ରାଜ୍ୟ ସରକାର ଢାଲ ରୂପରେ ବ୍ୟବହାର କରି ଆସୁଛନ୍ତି । ତେବେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ରତ୍ନ ଭଣ୍ଡାର ପ୍ରସଙ୍ଗଠୁ ଆରମ୍ଭ କରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଅନେକ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି ।

ଏ ନେଇ ବିଜେପି ମୁଖପାତ୍ର ସତ୍ୟବ୍ରତ କହିଛନ୍ତି, " ରାଜ୍ୟ ସରକାର ସବୁବେଳେ କହୁଛନ୍ତି ଆଇନର ଶାସନ ଚାଲିଛି । ଆଉ ନିଜର ବିତ୍ତୀୟ ଶୃଙ୍ଖଳା ପାଇଁ କୁଆଡେ ସାରା ଦେଶରେ ମଡେଲ ହୋଇପାରିଛି । କିନ୍ତୁ ସତ୍ୟତା ହେଉଛି ବହୁତ ଭିନ୍ନ। ରାଜ୍ୟରେ କଣ ସତରେ ଆଇନ ବ୍ୟବସ୍ଥା ଅଛି ? ରତ୍ନ ଭଣ୍ଡାରର ଚାବି ହଜିବାଠାରୁ ଆରମ୍ଭ କରି ନବ ଦାସ ହତ୍ୟାକାଣ୍ଡ ଘଟଣା ରାଜ୍ୟ ସରକାରଙ୍କ ମୁଖା ଖୋଲିଛି । ଆଇନ ଵ୍ୟଵସ୍ଥାକୁ ରାଜ୍ୟ ସରକାର ଢାଲ ରୂପରେ ବ୍ୟବହାର କରି ଆସୁଛନ୍ତି। ଆଇନର ଶାସନ ଚାଲିଛି କଣ ? "

ଏହା ବି ପଢନ୍ତୁ- SJTA Affidavit: ରାଜ୍ୟ ସରକାର ହାଇକୋର୍ଟରେ ମିଥ୍ୟାପାଠ ଦାଖଲ କରିଛନ୍ତି: ବିଜେପି

ଏ ନେଇ ସେ ଆହୁରି କହିଛନ୍ତି, "ବର୍ତ୍ତମାନ ଆଡଭୋକେଟ ଜେନେରାଲ ଯେଉଁ ତଥ୍ୟ ଦେଇଛନ୍ତି ସେହି ଅନୁସାରେ ଓଡ଼ିଶା ସରକାରଙ୍କ ୪୧ଟି ବିଭାଗ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି । ନ ମାନିବା କାରଣରୁ ୯ ହଜାର ଅଦାଲତ ଅବମାନନା ମକଦ୍ଦମା ସରକାରଙ୍କ ବିରୋଧରେ ଚାଲିଛି । ସରକାର ବାରମ୍ବାର ଅଦାଲତରେ ହାରୁଛନ୍ତି । ଅନ୍ୟପକ୍ଷରେ ଅଦାଲତର ନିର୍ଦ୍ଦେଶକୁ ମାନୁନାହାନ୍ତି। ହାଇକୋର୍ଟଙ୍କ ବିଚାରରେ ରାଜ୍ୟ ସରକାର ଅସନ୍ତୁଷ୍ଟ ଅଛନ୍ତି। ତାହେଲେ ୯୦ ଦିନ ଭିତରେ ସ୍ପେସିଆଲ ଲିଭ ପିଟିସନ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ପାଇଁ ପ୍ରାବଧାନ ଅଛି। ଏହା ଦ୍ଵାରା ଜଣାପଡୁଛି ବିଚାର ବିଭାଗକୁ ସରକାର ତାତ୍ସଲ୍ୟ କରୁଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ଚାପ ପଡୁଛି। ବିଭିନ୍ନ ମକଦ୍ଦମାରେ ଅର୍ଥ ଦେବାକୁ ପଡୁଛି। ସେ ଅର୍ଥ ହେଉଛି ଗରିବ ଲୋକଙ୍କ ଟଙ୍କା। ଏଥିରୁ ଜଣା ପଡିଯାଉଛି ଯେ ଆଇନ ବ୍ୟବସ୍ଥା କିଭଳି ରହିଛି।"

ଅର୍ଥ ହେରଫେର ଅଭିଯୋଗ ଆଣି ବିଜେପି କହିଛି, "ରାଜ୍ୟ ସରକାର ଟ୍ରେଜେରୀରୁ ପଇସା ଉଠାଉଛନ୍ତି। ଟ୍ରେଜେରୀରୁ ଅର୍ଥ ବାହାର କରି ବ୍ୟାଙ୍କରେ ଟଙ୍କା ରଖି ହେବ ନାହିଁ। ବ୍ୟାଙ୍କରୁ ଯେଉଁ ସୁଧ ଆସୁଛି ତାକୁ ବାଟ ମାରଣା କରାଯାଉଛି। ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିପାଇଁ ଅନୁମତି ନାହିଁ। ୨୦୨୨ ଜୁଲାଇରେ ତତ୍କାଳୀନ ବିତ୍ତୀୟ ସଚିବ ଅଶୋକ ମିନା ଏ ସଂକ୍ରାନ୍ତରେ ଡିଡିଓ ମାନଙ୍କୁ ଚିଠି ଲେଖି ସାରିଛନ୍ତି । ତାଙ୍କୁ କୁହାଯାଇଛି ଟ୍ରେଜେରୀରୁ ଅର୍ଥ ବାହାର କରି ଖର୍ଚ୍ଚ ନ କରି ବ୍ୟାଙ୍କରେ ରଖିପାରିବ ନାହିଁ। ଯଦି ରଖିବ ତେବେ ଓଡିଶା ସିଭିଲ ସର୍ଭିସ ରୁଲ୍ସ ୧୯୬୨ରେ ଅନୁସାରେ କାର୍ଯ୍ୟନୁଷ୍ଠାନ ହେବ। ତେବେ ଆଜି ଯାଏଁ କାହିଁକି ଜଣଙ୍କୁ ମଧ୍ୟ ଦଣ୍ଡବିଧାନ ହୋଇନାହିଁ?

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2023, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.