ETV Bharat / state

ଠିକା ପ୍ରଥା ଉଚ୍ଛେଦ ଘୋଷଣା: ବିଜେପିର ପ୍ରଶ୍ନ, ଗତକାଲିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ନଜରରେ ଅଛି ନା ନାହିଁ

ମୁଖ୍ୟମନ୍ତ୍ରୀଙ୍କ ଠିକା ପ୍ରଥା ଉଚ୍ଛେଦ ଘୋଷଣା ମିଛ କି ? ରେଗୁଲାର ଦାବିରେ ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ପ୍ରଶ୍ନ କରିଛି ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 11, 2023, 8:33 PM IST

ଗତକାଲିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ନଜରରେ ଅଛି ନା ନାହିଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଠିକା ପ୍ରଥା ଉଚ୍ଛେଦ ଘୋଷଣା ମିଛ କି ? 2୦ ହଜାର ସ୍କିମାଟିକ ଶିକ୍ଷକ ନିଯୁକ୍ତି ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ । ଗତକାଲିର ନୋଟିଫିକେସନକୁ ପ୍ରତ୍ୟାହାର କରନ୍ତୁ ସରକାର । ଆଶାୟୀଙ୍କୁ ନିରାଶ କରିଛି ଏହି ନିଷ୍ପତ୍ତି । ଠିକା ଶିକ୍ଷକ ନିଯୁକ୍ତି ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳଙ୍କ ପ୍ରେସମିଟ କରି ଏହି ଦାବି କରିଛନ୍ତି । ଜନ୍ମଦିନରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ଠିକା ନିଯୁକ୍ତି ଉଠିଗଲା । ହେଲେ ଗତକାଲିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ନଜରରେ ଅଛି ନା ନାହିଁ ? ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ପ୍ରଶ୍ନ କରିଛି ବିଜେପି ।

ଏନେଇ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରେସମିଟରେ କହିଛନ୍ତି, "ଜନ୍ମଦିନରେ ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଠିକା ନିଯୁକ୍ତି ଉଠିଗଲା । ହେଲେ ଗତକାଲିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ନଜରରେ ଅଛି ନା ନାହିଁ ? ନା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ କହିଲେ । ଏହା ସହ ଏହି ନିଷ୍ପତ୍ତି ହାଇକୋର୍ଟ ନିର୍ଦ୍ଦେଶ ଏବଂ ସୁପ୍ରିକୋର୍ଟଙ୍କ ଗାଇଡଲାଇନର ଉଲ୍ଲଙ୍ଘନ ହୋଇଛି । ୨୦୧୯ରୁ ୨୦୨୩ ମଧ୍ୟରେ ୨୧,୨୦୯ ଜଣ ଶିକ୍ଷକ ରେଗୁଲାର ଶିକ୍ଷକ ଅବସର ନେଇଥିବା ବେଳେ ସେମାନଙ୍କ ସ୍ଥାନରେ କାହିଁକି ଠିକା ନିଯୁକ୍ତି କଲେ ସରକାର ? ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ୪୦ ହଜାର ଶିକ୍ଷକଙ୍କ ଭାଗ୍ୟ ଏବେ ଅନ୍ଧାରରେ। 5Tରେ ୩୪୧୦ କୋଟି ଟଙ୍କା ଖର୍ଚ୍ଚ କରି ଖାଲି ରଙ୍ଗ ମାରି ସ୍କୁଲ ରୂପାନ୍ତରଣ କଲେ । ହେଲେ ଶିକ୍ଷକ କାହିଁକି ନିଯୁକ୍ତ ହେଲେ ନାହିଁ ?"

ଏହା ବି ପଢନ୍ତୁ- ଧାରଣା ସ୍ଥଳରେ ଅଚେତ ହେଲେ ଶିକ୍ଷକ, ଆନ୍ଦୋଳନ ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ

ବିଜେପି ଆହୁରି ଅଭିଯୋଗ କରିଛି ଯେ ୫T ରୂପାନ୍ତରିତ ନାଁରେ ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ଯଦି ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି, ତାହାଲେ ଶିକ୍ଷକମାନଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡୁଛି । ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ । ପୁନଃ ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ । ତାହାଲେ ପୁଣି ଗତକାଲିର ଏହି ଠିକା ନିଯୁକ୍ତି ନିଷ୍ପତି କାହାର ?

ସରକାର ଯେଉଁକଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁନାହାନ୍ତି । ଯଦି ୫-ଟି ସଚିବଙ୍କ ହେଲିକ୍ୟାପ୍ଟର ଖର୍ଚ୍ଚରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ତାହାଲେ ଗରିବ ଓଡ଼ିଆ ପିଲାଙ୍କ ଶିକ୍ଷାଦାନ ପାଇଁ କାହିଁକି ସରକାର ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ ? ସରକାରଙ୍କ ଭୁଲ ନିଷ୍ପତ୍ତି ପାଇଁ ୪ଦିନ ହେବ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଯାହା ଫଳରେ ବିଦ୍ୟାଳୟ ଶିକ୍ଷାପ୍ରଦାନ ବ୍ୟବସ୍ଥା ପ୍ରଭାବିତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.