ETV Bharat / state

ଆଜି ଆସୁଛନ୍ତି ନଡ୍ଡା; ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ପାଇଁ ତତ୍ପର ବିଜେପି ଶିବିର

author img

By

Published : Jun 21, 2023, 9:33 PM IST

Updated : Jun 22, 2023, 9:02 AM IST

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ପାଇଁ ଚଳଚଞ୍ଚଳ ହୋଇଛି ରାଜ୍ୟ ବିଜେପି ଶିବିର । ତେବେ ନଡ୍ଡାଙ୍କର ୨ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢ଼ନ୍ତୁ

ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ନେଇ ସୂଚନା ଦେଲେ ଗୋଲକ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା । ଆଜି ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ବୈଠକ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ୨୩ରେ କଳାହାଣ୍ଡିରେ ଆୟୋଜିତ ହେବାକୁ ଥିବା ଜନସମ୍ପର୍କ ସମାବେଶରେ ଯୋଗଦେବେ ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ସାମ୍ବାଦିକ ସମ୍ମିଳନୀରେ ଗୋଲକ ମହାପାତ୍ର ଦେଇଥିବା ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ନ ୪ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ବୈଠକ କରିବେ । ତାପରେ ବୁର୍ଲା ଗମନ କରି ସେଠାରେ ରାତ୍ରିଯାପନ କରିବେ । ୨୩ ତାରିଖରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭବାନୀପାଟଣାରେ ୧୧ଟାରେ ପହଞ୍ଚି ମା' ମାଣିକେଶ୍ବରୀଙ୍କୁ ଦର୍ଶନ କରିବେ । ଏହାପରେ ଲାଲବାହାଦୂର ଷ୍ଟାଡିୟମରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ନଡ୍ଡା । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ । ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ବୁଦ୍ଧିଜୀବୀଙ୍କୁ ଭେଟିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଅପରାହ୍ନରେ ନଡ୍ଡା ଝାରସୁଗୁଡା ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗୋଲୋକ ମହାପାତ୍ର ସୂଚନା ଦେଇଛନ୍ତି । ଏହି ସମାବେଶରେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ଵେଶ୍ଵର ଟୁଡୁ ଯୋଗଦେବେ । ବିଜେପି ରାଜ୍ୟ ପ୍ରଭାରୀ ମଧ୍ୟ ଏହି ଜନସମ୍ପର୍କ ସମାବେଶରେ ଯୋଗଦେବେ ।

ଏହା ମଧ୍ୟ ପଢ଼ନ୍ତୁ...ଫୋକସରେ ଓଡିଶା, ମହାଜନସମ୍ପର୍କ ସମାବେଶ ପାଇଁ ଆସୁଛନ୍ତି ନଡ୍ଡା

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ରଣନୀତି ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଦକ୍ଷତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛି ବିଜେପି । କେନ୍ଦ୍ରୀୟ ନେତାଙ୍କ ଓଡିଶାକୁ ମାରାଥନ ଗସ୍ତ ହିଁ ପ୍ରମାଣ କରୁଛି, ବିଜେପି ରାଜ୍ୟରେ କ୍ଷମତା ହାସଲ ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରି ତାର ବାସ୍ତବ ରୂପାୟନ ନେଇ ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବାକୁ ଜୋରଦାର ପ୍ରୟାସ କରୁଛି । ହେଲେ ଏହା ଏକ ନିର୍ବାଚନ ସଭା ନୁହେଁ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । କେବଳ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସଭା ଆୟୋଜନ ହେଉଥିବା ସେ କହିଛନ୍ତି । ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଏବେଯାଏଁ ଆରମ୍ଭ ହୋଇନାହିଁ ବୋଲି କହିଛନ୍ତି ମନମୋହନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 22, 2023, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.