ETV Bharat / state

ଓଡିଶାରେ ଗଭର୍ଣ୍ଣାସ ଠିକ୍ ନାହିଁ: ପୃଥ୍ବୀରାଜ ହରିଚନ୍ଦନ

author img

By

Published : Jun 11, 2023, 8:38 PM IST

କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଥିବାବେଳେ ଆଜି ଏହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। "ବିଜେଡିର ଚିରାଚରିତ ଅଭ୍ୟାସ ଅଛି, ତୃତୀୟ ମହଲାରୁ ଗୋଟିଏ ଲେଖା ଆସିବ ଏବଂ ମୁଖପାତ୍ରମାନେ ପଢ଼ିବେ" କହି ବର୍ଷିଛନ୍ତି । ଅଧିକ ପଢନ୍ତୁ

ବିଜେଡି ପ୍ରେସ ମିଟର ଜବାବ ରଖିଲା ବିଜେପି
ବିଜେଡି ପ୍ରେସ ମିଟର ଜବାବ ରଖିଲା ବିଜେପି
ବିଜେଡି ପ୍ରେସ ମିଟର ଜବାବ ରଖିଲା ବିଜେପି

ଭୁବନେଶ୍ବର: ବିଜେଡି ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ ରାଜନୀତି । "ଓଡ଼ିଶାର ବିକାଶ କେନ୍ଦ୍ର ସରକାର କରିନାହାନ୍ତି, ଓଡ଼ିଶା ବିକାଶରେ ଧର୍ମେନ୍ଦ୍ର ପ୍ରଧାନଙ୍କର କିଛି ଭୂମିକା ନାହିଁ ଏବଂ ଓଡ଼ିଶାର ବିକାଶକୁ ଆଗକୁ ନେବା ପାଇଁ 2019ରେ ବିଜେପି ଯାହା ଇସ୍ତାହାରରେ ରଖିଥିଲା, ତାହା ବିଜେପି ପୂରଣ କରିନାହିଁ" ବୋଲି ବିଜେଡ଼ି ଆରୋପ ଲଗାଇଥିବାବେଳେ ଏହାର ଜବାବ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, "ଯଦି ଏହା ବିଜେଡି ନେତାମାନଙ୍କର ନିଜସ୍ଵ ବକ୍ତବ୍ୟ ହୋଇଥାନ୍ତା, ତାହେଲେ ସେମାନେ ନିଜର ବୁଦ୍ଧି ବିବେକ ବ୍ୟବହାର କରି ଏଭଳି ମନ୍ତବ୍ୟ ଦେଇନଥାନ୍ତେ । ତାଙ୍କର ଚିରାଚରିତ ଅଭ୍ୟାସ ଅଛି, ତୃତୀୟ ମହଲାରୁ ଗୋଟିଏ ଲେଖା ଆସିବ ଏବଂ ମୁଖପାତ୍ରମାନେ ପଢ଼ିବେ । ସେହି ଅଭ୍ୟାସ କାରଣରୁ ତାଙ୍କ କଥାର କିଛି ତାଳ ମେଳ ରହୁନାହିଁ । ତେଣୁ ମିଛ କଥା କହିବାର ଯୁଗ ଶେଷ ହୋଇଗଲାଣି । ଏକଥା ବୋଧେ ବିଜେଡ଼ି ନେତାମାନେ ଭୁଲି ଯାଇଛନ୍ତି ।"

ଏହାସହ "ଓଡ଼ିଶାରେ ଗଭର୍ଣ୍ଣାସ ମଡେଲ ଦେଖିଲେ ସାରା ଦେଶରେ ଲୋକ ହସୁଛନ୍ତି । ମନ୍ତ୍ରୀମାନେ ଜଳକା ହୋଇ ବସୁଛନ୍ତି ଏବଂ ସଚିବମାନେ ବିଭାଗର ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଘରୁ ବାହାରୁ ନାହାଁନ୍ତି, ତାଙ୍କର ବ୍ୟକ୍ତିଗତ ସଚିବ ରାଜ୍ୟ ସାରା ବୁଲି ଘୋଷଣା ଓ ସଭା ସମିତି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ କୌଣସି ଜାଗାକୁ ଗଲେ ମନ୍ତ୍ରୀ ଓ ବିଧାୟକମାନେ ଯାଇ ଷ୍ଟେଜ ବାନ୍ଧୁଛନ୍ତି । କେହି ନପଚାରିଲା ଭଳି ଠିଆ ହେଉଛନ୍ତି । ଏଭଳି କଦର୍ଯ୍ୟ ଗଭର୍ଣ୍ଣାସ ମଡେଲ ବୋଧେ ଭାରତର କୌଣସି ରାଜ୍ୟରେ ନାହିଁ।" ଏମିତି କିଛି କହି ବିଜେଡି ଉପରେ ବର୍ଷିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ଏହାସହ ପୃଥ୍ବୀରାଜ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଓଡ଼ିଶାରୁ ପୂର୍ବଦ୍ୟୋୟର ଯୁଗ ଆରମ୍ଭ ହୋଇଛି । ଓଡ଼ିଶାର ବିକାଶ କ୍ଷେତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିଶେଷ ଭୂମିକା ଅଛି । ଏହା ବିକାଶର ମାନଚିତ୍ର ଦେଖିଲେ ଜଣାପଡୁଛି । ଓଡ଼ିଶାର ଲୋକ ବି ଜାଣିଛନ୍ତି । ତେଣୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିକୁ ବିଜେଡ଼ି ପାଖରୁ ସାର୍ଟିଫିକେଟ ଦରକାର ନାହିଁ । ଦୁର୍ଭାଗ୍ୟର କଥା ଯେ 9,59,000 ପକ୍କା ଘର ବଣ୍ଟନ ପାଇଁ ବର୍ଷେରୁ ଅଧିକ ହେଲା ତାଲିକା ପ୍ରସ୍ତୁତ କରି ପାରୁନାହାନ୍ତି ରାଜ୍ୟ ସରକାର । ଏହା ରାଜ୍ୟ ସରକାରଙ୍କ ଅଯୋଗ୍ୟ ପଣିଆ ।"

"ଓଡ଼ିଶାରେ ଯେତେ ଥର ବିପର୍ଯ୍ୟୟ ହୋଇଛି, ପ୍ରତିଥର କେନ୍ଦ୍ର ସରକାର ହାତ ଖୋଲି ସହାୟତା ଦେଇଛନ୍ତି । ଏ କଥା ବିଜେଡ଼ି ଅସ୍ବୀକାର କରିପାରିବ କି ?"ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ। ସେ କହିଛନ୍ତି, "ମାଗଣା ଚାଉଳ ପ୍ରଧାନମନ୍ତ୍ରୀ ଗରିବଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯୋଗାଇ ଦେଉଛନ୍ତି । ବିଜେଡି ପାଖରେ ଆଉ ଚାଉଳ କଥା କହିବା ପାଇଁ ମୁହଁ ନାହିଁ । ଏହା ମୋଦି ଚାଉଳ ବୋଲି ଲୋକ ଜାଣି ଗଲେଣି । କେନ୍ଦ୍ର ସରକାର କୋଭିଡ ଟୀକା ଦେଇ ଲୋକଙ୍କ ଜୀବନ ବଞ୍ଚାଇବା କଥା ବିଜେଡ଼ି ଅସ୍ବୀକାର କରି ପାରିବ କି ? କେନ୍ଦ୍ର ସରକାରଙ୍କ ପକ୍ଷରୁ 60ରୁ 65 ପ୍ରତିଶତ ସହାୟତା ନଆସିଲେ ରାଜ୍ୟ ବଜେଟ ଅଚଳ ଅବସ୍ଥାରେ ପହଞ୍ଚିବ ।"

"ସେହିପରି ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ ଥିବାବେଳେ ପେଟ୍ରୋଲିୟମ ସେକ୍ଟରରେ 2,3000 କୋଟି ଟଙ୍କାର ନିବେଶ ଓଡ଼ିଶାରେ ହୋଇଛି । ପଶ୍ଚିମ ଓଡ଼ିଶାରେ 1600 କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ୍‌ ହୋଇଛି । ଘରକୁ ଘର ଜଳ ଯୋଗାଇବା ପାଇଁ ରାଜ୍ୟ ସାରା ପାଇପ ଲାଇନ୍ କରିଛନ୍ତି କେନ୍ଦ୍ର ସରକାର । ପ୍ରତି ଗାଁକୁ ବିଦ୍ୟୁତ ସଂଯୋଗ ପହଞ୍ଚିଛି ।" ଏପରି କହି ବିଜେଡି ଉପରେ ବର୍ଷିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ବିଷୟରେ ମଧ୍ୟ ଜଣାଇଛନ୍ତି । ଅମିତ ଶାହ ଢେଙ୍କାନାଳରେ ହିତାଧିକାରୀ ସମ୍ମିଳନୀ କରିବା ପରେ ସେଠାରେ କିଛି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ଵଙ୍କୁ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ଅପରାହ୍ନରେ କଟକ ଓ କେନ୍ଦ୍ରାପଡାର କାର୍ଯ୍ୟକର୍ତ୍ତାଙ୍କୁ କଟକରେ ଭେଟିବେ । ଶେଷରେ ନିଆଳି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କ ସହ ଟିଫିନ ବୈଠକ କରିବେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.