ETV Bharat / state

ଓଡିଶା ଦଖଲ ପାଇଁ ଆରମ୍ଭ ହେଲା ବିଜେପିର ଗୋଟିଚାଳନା !

author img

By ETV Bharat Odisha Team

Published : Dec 13, 2023, 8:46 PM IST

ଓଡିଶା ଦଖଲ ପାଇଁ ଶକ୍ତି ଲଗାଇବ କି ବିଜେପି? ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ହେବ କି କଠୋର ? କେମିତି ହେବ 2024 ସାଧାରଣ ନିର୍ବାଚନ ? ଶଙ୍ଖ ଦଳକୁ ୱାକ ଅଭର ଦେବ ନା କମ୍ପିଟିସନ ଟାଇଟ କରିବ ଗେରୁଆ ଦଳ। ଶକ୍ତିଶାଳୀ ବିଜେଡିକୁ ପରାସ୍ତ କରିପାରିବ ତ ବିଜେପି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଭାବ୍ୟ ଓଡିଶାକୁ ସରକାରୀ ଗସ୍ତ ପୂର୍ବରୁ ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ

ଓଡିଶା ଦଖଲ ପାଇଁ ଆରମ୍ଭ  ହେଲା ବିଜେପିର ଗୋଟିଚାଳନା !
ଓଡିଶା ଦଖଲ ପାଇଁ ଆରମ୍ଭ ହେଲା ବିଜେପିର ଗୋଟିଚାଳନା !
ଓଡିଶା ଦଖଲ ପାଇଁ ଆରମ୍ଭ ହେଲା ବିଜେପିର ଗୋଟିଚାଳନା !

ଭୁବନେଶ୍ବର: ଓଡିଶା ଦଖଲ ପାଇଁ ଶକ୍ତି ଲଗାଇବ କି ବିଜେପି ? ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ହେବ କି କଠୋର ? କେମିତି ହେବ 2024 ସାଧାରଣ ନିର୍ବାଚନ? ଶଙ୍ଖ ଦଳକୁ ୱାକ ଅଭର ଦେବ ନା କମ୍ପିଟିସନ ଟାଇଟ କରିବ ଗେରୁଆ ଦଳ । ଶକ୍ତିଶାଳୀ ବିଜେଡିକୁ ପରାସ୍ତ କରିପାରିବ ତ ବିଜେପି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଭାବ୍ୟ ଓଡିଶାକୁ ସରକାରୀ ଗସ୍ତ ପୂର୍ବରୁ ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ରାଜ୍ୟବାସୀ। ମୋଦିଙ୍କ ଗସ୍ତରୁ ରାଜନୈତିକ ଫାଇଦା ଉଠାଇବାକୁ ରାଜ୍ୟ ବିଜେପି ଉଦ୍ୟମ ଆରମ୍ଭ କରିଛି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବାରୁ ଦଳ ଉତ୍ସାହିତ । ଏନେଇ ଦଳୀୟ ନେତା ମାନେ ଭିନ୍ନ ଭିନ୍ନ ଆକଳନ ଲଗାଇ କ୍ଷମତା ଦଖଲ ପାଇଁ ଦମ୍ଭୋକ୍ତି ଦେଖାଇଲେଣି।

ଅଧିକ ପଢନ୍ତୁ- Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ‘‘ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି । ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି ।’’ ମୋହନ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଦଳକୁ ଆହୁରି ସୁଦୃଢ କରି ସରକାର ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଏକ ସାଧାରଣ ସଭା ଆୟୋଜନ ହେବ । ଏଥିରେ ଦଳୀୟ ନେତା କର୍ମୀ ସାଧାରଣ ଜନତା ସାମିଲ ହୋଇପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ ସଂଗଠକୁ କିପରି ଅଧିକ ଶକ୍ତି ମିଳିବ ସେନେଇ ଦଳ ଉଦ୍ୟମ କରିବ ବୋଲି କହିଛନ୍ତି ମୋହନ ।

ସେହିପରି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ମୋଦିଙ୍କ ଗସ୍ତରୁ ନିର୍ବାଚନୀ ବିଗୁଲ ବାଜିବ। ଦଳୀୟ ନେତା ନେତା ଓ କର୍ମୀ ଅଧିକ ଉତ୍ସାହିତ ହେବେ । ନିର୍ବାଚନ ପୂର୍ବରୁ ମୋଦି ଓଡିଶା ଆସିବେ ଏବଂ ଜଗନ୍ନାଥଙ୍କ ଦର୍ଶନ କରିବେ । ଏଇଠୁ ନିର୍ବାଚନୀ ଅଭିଯାନ ଆରମ୍ଭ ହେଲା ବୋଲି ଧରିନେବାକୁ ପଡିବ। 2024 ନିର୍ବାଚନରେ ପରିବର୍ତ୍ତନର ଅଭିଯାନ ସମ୍ବଲପୁରରୁ ଆରମ୍ଭ ହେବ।

ଅଧିକ ପଢନ୍ତୁ- ନୂଆଦିଲ୍ଲୀରୁ ଫେରିବା ପରେ ଜୟଙ୍କ ଦମ୍ଭୋକ୍ତି, ଓଡିଶା ଦଖଲ କରିବ ବିଜେପି

ଅନ୍ୟପଟେ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଓଡିଶାକୁ ମୋଦିଙ୍କ ଗସ୍ତ ଅନେକ ଦୃଷ୍ଟି କୋଣରୁ ଓଡିଶା ରାଜନୀତି ପାଇଁ ଗୁରୁତ୍ବ ରଖୁଛି । ମୋଦି କଂଗ୍ରେସ ବିରୋଧରେ ତ କହିବେ। କିନ୍ତୁ ବିଜେଡି ବିରୋଧରେ କଣ କହୁଛନ୍ତି ତାହା ହିଁ ପ୍ରଶ୍ନ । କାରଣ ଓଡିଶାକୁ ନେଇ ବିଜେଡି ବିଜେପି ମଧ୍ୟରେ ଭିତିରି ସମ୍ପର୍କ ରହିଛି ବୋଲି ଏକ ଧାରଣା ଲୋକଙ୍କ ମଧ୍ୟରେ ରହିଛି। ଏହି ଧାରଣା ଦୂର ପାଇଁ ପ୍ରଧାନମନ୍ତ୍ରୀ ମୋଦି କଣ ସଂକେତ ଦେଉଛନ୍ତି, ଦଳୀୟ ନେତାଙ୍କୁ କେଉଁ ଦିଗରେ ଯିବାକୁ ଇସାରା ଦେଉଛନ୍ତି ତାହାକୁ ରାଜ୍ୟ ବିଜେପି ଅପେକ୍ଷା କରିଛି । ମୋଦିଙ୍କ ଗସ୍ତରୁ ହିଁ ସ୍ପଷ୍ଟ ହୋଇଯିବ ଓଡିଶାରେ ବିଜେପି କିଭଳି ଲଢେଇ କରିବ ।

ସୂଚନାଯୋଗ୍ୟଯେ ଆସନ୍ତା 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିପାରନ୍ତି । ଏନେଇ ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସୂଚନା ଦେଇଥିଲେ । ଏପରିକି ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଡିସେମ୍ବର ମାସରୁ ଜାନୁଆରି ମାସ ମଧ୍ୟରେ ଓଡିଶା ଆସିପାରନ୍ତି । ଆଗକୁ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତର ଗୁରୁତ୍ବ ଏବେ ବଢିଯାଇଛି । ହେଲେ ବିଜେପିର ଶୀର୍ଷ ନେତା ବିଜେଡି ବିରୋଧରେ କେତେ ପ୍ରଭାବ ପକାଇ ପାରୁଛନ୍ତି ତାହାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.