ETV Bharat / state

ଶାସକ ଦଳ ନିଜ ରାଜ୍ୟ ଉପରେ ପ୍ରଶ୍ନର ଉତ୍ତର ରଖୁ: ବିଜେପି - ବିଜେପି ବିଜେଡି ମଧ୍ୟରେ କଥା କଟା କଟି

ବିଜେପି ଏବଂ ବିଜେଡି କଥା କଟାକଟି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡିର ପ୍ରତିକ୍ରିୟା ପରେ ପୁଣି ପ୍ରଶ୍ନ କଲା ବିଜେପି। ଅଧିକ ପଢନ୍ତୁ

bjp counter to shreemayee mishra
bjp counter to shreemayee mishra
author img

By

Published : Apr 14, 2023, 1:14 PM IST

bjp counter to shreemayee mishra

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ବିଜେଡି ମଧ୍ୟରେ କଥା କଟାକଟି । ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ରହିଥିବା ନେଇ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । ଶାସକ ଦଳର ମୁଖପାତ୍ର ମାନେ ନିଜ ରାଜ୍ୟ ଉପରେ କରାଯାଉଥିବା ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି କହିଲେ ବିଜେପି ମୁଖପାତ୍ର ସୋନାଲି ସାହୁ ।

ସୋନାଲି ସାହୁ କହିଛନ୍ତି ଯେ, ''ଶାସକ ଦଳର ମୁଖପାତ୍ର ମାନେ ନିଜ ରାଜ୍ୟ ଉପରେ କରାଯାଉଥିବା ପ୍ରଶ୍ନର ଉତ୍ତର ରଖନ୍ତୁ ଅନ୍ୟ ରାଜ୍ୟ ଉଦାହରଣ ବନ୍ଦ କରନ୍ତୁ । ଯେତେବେଳେ ପ୍ରଶ୍ନ କଲେ ନିଜ କଥା ନକହି ଅନ୍ୟ ରାଜ୍ୟ କଥା କୁହାଯାଉଛି । ପ୍ରତ୍ୟେକ ଦିନ ଏଠି ହିଂସା, ହତ୍ୟା, ଚୋରି, ରାହଜାନୀ ଭଳି ଅପରାଧ ଘଟୁଛି ଏହା ଦର୍ଶାଉଛି ଆଇନଶୃଙ୍ଖଳା କିପରି ରହିଛି । ଦିନ ଦ୍ବିପହରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଗଲା । ସେହି ଜାଗାରେ ଜଣେ ନାବାଳକଙ୍କୁ ଅପହରଣ ପରେ ହତ୍ୟା କରାଗଲା । ଏପରି ଅନେକ ପ୍ରସଙ୍ଗ ରହିଛି ।

ଏ ପ୍ରସଙ୍ଗରେ ନକହି ଅନ୍ୟ ରାଜ୍ୟ କଥା କହି ଭୁଲାଉଛନ୍ତି ବିଜେଡି ମୁଖପାତ୍ର । ଏହା ଦର୍ଶାଉଛି ଶାସକ ଦଳ ଭୟଭୀତ ଅଛି, ଯେଉଁଥିପାଇଁ ଏଭଳି ଉତ୍ତର ରଖୁଛନ୍ତି । ବିଜୁ ଜନତା ଦଳ ମୁଖପାତ୍ର ମାନେ ଭୁଲିଯାଇଛନ୍ତି ଯେ ସତ୍ତାକୁ ପ୍ରଶ୍ନ କରାଯାଏ । ନିଜ ରାଜ୍ୟରେ କଣ ହେଉଛି ତାହା ନକହି ଅନ୍ୟ ରାଜ୍ୟ କଥା କୁହନ୍ତୁ ନାହିଁ । ଲମ୍ବା ସମୟ ଧରି ଶାସନ ଗାଦିରେ ବସିବା ପରେ ଆପଣ ଉତ୍ତର ବି ରଖିପାରୁନାହାନ୍ତି । ଆମେ ପଚାରୁଥିବା ପ୍ରଶ୍ନର ଉତ୍ତର ନଥିବାରୁ ଅନ୍ୟ ରାଜ୍ୟ କଥା କହୁଛନ୍ତି । ସେପରି ହେଲେ ନିଜ ଦଳକୁ ରାଷ୍ଟ୍ରୀୟ ଦଳ ଘୋଷଣା କରନ୍ତୁ ।''

ସେହିପରି ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ,'' ସୁପ୍ରିମକୋର୍ଟ ଓଡିଶା ସରକାରଙ୍କ ବେଦାନ୍ତ ପ୍ରୀତିର ପର୍ଦ୍ଦାଫାସ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ସମ୍ବିତ ପାତ୍ର ଜବାବ ରଖିଥିଲେ । ଏହାର କାଉଣ୍ଟର ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ଦେଇଥିଲେ । ଯାହା ଚୋର ମଚାଏ ସୋର ପ୍ରାକ୍ଟିସ ଜାରି ରଖିଥିବା ମନେ ହେଉଛି । ସସ୍ମିତ ବାବୁ ଭୁଲିଯାଇଛନ୍ତି 2004 ନିର୍ବାଚନ ପୂର୍ବରୁ ନବୀନ ବାବୁ ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକିଦେଇଥିଲେ । ଯେତେବେଳେ ଏହାକୁ ନେଇ ଆନ୍ଦୋଳନ ଉଠିଲା ସେତେବେଳେ ଏହାକୁ ଡାଇଭର୍ଟ କରିବାକୁ ବେଦାନ୍ତ ବିଶ୍ଵବିଦ୍ୟାଳୟ ଘୋଷଣା ହୋଇଥିଲା । ''

''ତତ୍କାଳୀନ ରାଜସ୍ବ ମନ୍ତ୍ରୀଙ୍କୁ ଦୋଷ ଦେଉଛି ବିଜେଡି । କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ ତାଙ୍କ ସରକାରରେ ମନ୍ତ୍ରୀଙ୍କଠୁ ସଚିବଙ୍କ ପାୱାର କେତେ । ତତ୍କାଳୀନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କୁ ଯଦି ଏଥିପାଇଁ ଦୋଷୀ କରାଯାଉଛି ତେବେ ସେତେବେଳେ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ ମନମୋହନ ସାମଲ । 2 ଟଙ୍କିଆ ଚାଉଳ ପାଇଁ ଶ୍ରେୟ ନବୀନ ବାବୁ କାହିଁକି ନେଉଛନ୍ତି । ଲୋକପାଳ ଓ ହାଇକୋର୍ଟ ରାୟ ଶୁଣାଇବା ପରେ କଣ ପାଇଁ ସୁପ୍ରିମକୋର୍ଟ ଯାଇଥିଲ, ତାହା ଜବାବ ରଖିବା ଦରକାର ଶାସକ ଦଳ । ଯିଏ ଚୋର ସେ ଅଧିକ ଶବ୍ଦ କରେ ଏହା ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.