ETV Bharat / state

Metro train in Odisha: ବିଜେପି କହିଲା ନିର୍ବାଚନୀ ଥୋପ, କାଉଣ୍ଟର କଲା ବିଜେଡି - ମେଟ୍ରୋ ଟ୍ରେନ ରାଜନୀତି

ରାଜ୍ୟରେ ଆରମ୍ଭ ହେଲା ମେଟ୍ରୋ ଟ୍ରେନ ରାଜନୀତି । ନୂଆବର୍ଷରେ ପ୍ରକଳ୍ପର ଶିଳାନ୍ୟାସ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏହାକୁ ନିର୍ବାଚନୀ ଥୋପ କହିଲା ବିଜେପି । ଅଧିକ ପଢନ୍ତୁ

Metro train in Odisha
Metro train in Odisha
author img

By ETV Bharat Odisha Team

Published : Oct 8, 2023, 4:00 PM IST

Updated : Oct 8, 2023, 6:57 PM IST

Metro train in Odisha: ବିଜେପି କହିଲା ନିର୍ବାଚନୀ ଥୋପ, କାଉଣ୍ଟର କଲା ବିଜେଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଭୁବନେଶ୍ବର ମେଟ୍ରୋ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହାପରେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ପ୍ରମୁଖ ବିରୋଧୀ ଦଳ ବିଜେପି ଏହାକୁ ବିଜେଡିର ନିର୍ବାଚନୀ ଥୋପ କହିଥିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ସ୍ବାଗତ କରିଛନ୍ତି । ସେପଟେ ବିଜେପିର ଅଭିଯୋଗ ପରେ ଜବାବ ରଖିଛି ବିଜେଡି ।

ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ ସେବା । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ 5929 କୋଟି ଟଙ୍କା ବ୍ୟୟବରାଦ କରାଯିବ । ଆସନ୍ତା 4 ବର୍ଷ ମଧ୍ୟରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେପି ଏହାକୁ ନିର୍ବାଚନୀ ଥୋପ କହିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି," ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଆମେ ସ୍ବାଗତ କରୁଛୁ । ଦୀର୍ଘ ବର୍ଷ ହେବ ମୁଁ ବିଧାନସଭାରେ ମେଟ୍ରୋ ଚଲେଇବା ପାଇଁ ଦାବି କରି ଆସୁଥିଲି । ଶେଷରେ ସରକାର ଏ ବାବଦରେ ପଦକ୍ଷପ ନେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି।"

ଏହା ବି ପଢନ୍ତୁ- ମେଟ୍ରୋ ରେଲ୍‌ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ସେପଟେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, "ନବୀନ ବାବୁଙ୍କ ହାତରେ କୁହୁକ ଅଛି । ସେ ଯେଉଁ କାମ ହାତକୁ ନିଅନ୍ତି ତାକୁ ସବୁଠି ପ୍ରଶଂସା ମିଳେ । ମେଟ୍ରୋ ପାଇଁ 5000 କୋଟି ବ୍ୟୟ ବରାଦ ହୋଇଛି । 4 ବର୍ଷରେ କାମ ସରିବ । 23 ବର୍ଷ ଧରି ଗ୍ରାମାଞ୍ଚଳର ଆରମ୍ଭ କରି ସହର ଯାଏଁ ବିକାଶ ହୋଇ ଆସୁଛି । ହେଲେ ବିକାଶର ଜୟଯାତ୍ରାକୁ ଯଦି ବିରୋଧୀ ସହ୍ୟ କରିପାରୁ ନାହାଁନ୍ତି, ତାହେଲେ କଣ କରାଯାଇପାରେ । ସେମାନେ ରାଜନୀତି ବିକାଶ ପାଇଁ କରୁଛନ୍ତି ନା ନାହିଁ । ଓଡ଼ିଶାର ସ୍ବାର୍ଥକୁ ଆଗକୁ ନେବା ପାଇଁ ନା ନୁହେଁ । ସେମାନେ ଦଳ ବଢେଇବା ପାଇଁ ଚିନ୍ତିତ । "

ଏହା ବି ପଢନ୍ତୁ- ମେଟ୍ରୋ ଘୋଷଣା,ଏପ୍ରିଲ ଫୁଲ୍‌ ସଦୃଶ: ବିରୋଧୀ ଦଳନେତା

ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ମେଟ୍ରୋ ଟ୍ରେନ ସେବା ଚଳାଚଳକୁ ନେଇ ଦାବି ଜୋର ଧରିଥିଲା । ସେ କେନ୍ଦ୍ରର ଅବହେଳା ହେଉ ବା ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ସମ୍ଭବପର ହୋଇପାରୁନଥିଲା । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନିଜସ୍ବ ଖର୍ଚ୍ଚରେ ଏବେ ଓଡ଼ିଶାବାସୀ ମେଟ୍ରୋ ରେଳସେବା ପାଇବାର ଆଶା ପୁଣି ଉଜ୍ଜୀବିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 8, 2023, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.