ETV Bharat / state

ବିରୋଧୀଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ଭାବିବା ହାସ୍ୟାସ୍ପଦ: ବିଜେପି

author img

By ETV Bharat Odisha Team

Published : Dec 18, 2023, 7:37 PM IST

BJP Pressmeet: ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିକାଶ ଏବଂ ଅଭିବୃଦ୍ଧି ସହିତ କୌଣସି ସମ୍ପର୍କ ନଥିବା ଅଣବିକାଶ ବ୍ୟୟ ଓଡ଼ିଶାରେ ସର୍ବାଧିକ କହି ବର୍ଷିଛି ଦଳ । ଅଧିକ ପଢନ୍ତୁ

bjp slams bjd
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଦଳ ଟାର୍ଗେଟ କରିଛି । ବିକାଶ ଏବଂ ଅଭିବୃଦ୍ଧି ସହିତ କୌଣସି ସମ୍ପର୍କ ନଥିବା ଅଣବିକାଶ ବ୍ୟୟ ଓଡ଼ିଶାରେ ସର୍ବାଧିକ କହି ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ରିଜର୍ଭ ବ୍ୟାଙ୍କ ଦ୍ୱାରା ସଦ୍ୟ ପ୍ରକାଶିତ ଷ୍ଟେଟ୍ ଫାଇନାନ୍ସ ରିପୋର୍ଟରେ ଓଡ଼ିଶାର ଅର୍ଥନୈତିକ ସ୍ଥିତିର ଦୟନୀୟ ଅବସ୍ଥା ପରିଷ୍କାର ହୋଇଯାଇଛି । ଆର୍ଥିକ ବର୍ଷ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଏ ପ୍ରକାର ବ୍ୟୟରେ ୪୪.୬ ପ୍ରତିଶତ ବୃଦ୍ଧି ଘଟିଛି । ଯାହାକି ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ । ଓଡ଼ିଶାର ଭବିଷ୍ୟତକୁ ୨୦ ବର୍ଷରେ ସୀମିତ ରଖିଥିବା ବିଜୁ ଜନତା ଦଳ ବିରୋଧୀ ଦଳଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ବୋଲି ଭାବିବା ହାସ୍ୟାସ୍ପଦ ।"

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟର ନିଜସ୍ୱ ଅଣଟିକସ ଆୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ଦେଶର ସମସ୍ତ ରାଜ୍ୟ କରୁଥିବା ଅଣଟିକସ ଆୟର ୧୪.୭ ପ୍ରତିଶତ କେବଳ ଓଡ଼ିଶାରୁ ସମ୍ଭବ ହେଉଛି । ଗତ ୩ ବର୍ଷରେ ଓଡ଼ିଶାରେ ନିଜସ୍ୱ ଟିକସ ଆୟ ସମସ୍ତ ରାଜ୍ୟଙ୍କର ଟିକସ ଆୟର ୨.୮ପ୍ରତିଶତରୁ କ୍ରମାଗତ ଭାବେ ହ୍ରାସ ପାଇଁ ୨.୫ ପ୍ରତିଶତରେ ପହଞ୍ଚିଲାଣି । ଏହି ଅତିରିକ୍ତ ଅଣଟିକସର ଉତ୍ସ ହେଉଛି ରାଜ୍ୟର ଖଣିଜ ଦ୍ରବ୍ୟ । ରାଜ୍ୟରେ ବାର୍ଷିକ ୨୨୭ ନିୟୁତ ଟନ୍ ଖଣିଜ ଦ୍ରବ୍ୟ ଉତ୍ତୋଳନ ହୁଏ । ଓଡ଼ିଶାର ସମୁଦାୟ ଖଣିଜ ପଦାର୍ଥର ପରିମାଣ ହେଉଛି ୪,୭୪୮ ନିୟୁତ ଟନ । ଆସନ୍ତା ୨୦ ବର୍ଷରେ ଓଡ଼ିଶାର ଖଣିଜ ସମ୍ପଦ ସମାପ୍ତ ହୋଇଯିବାର ଆଶଙ୍କା ଦେଖାଦେଲାଣି । ଖଣିଜ ସମ୍ପଦ ସମାପ୍ତ ହେଲେ ରାଜ୍ୟ କେଉଁ ଉତ୍ସରୁ ଏପରି ବ୍ୟାପକ ଅଣଟିକସ ଆୟ କରିପାରିବ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।"

"ରାଜ୍ୟ ସରକାରଙ୍କର ମୋଟ ବ୍ୟୟରେ ଶିକ୍ଷାର ଅଂଶଭାଗ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଆର୍ଥିକ ବର୍ଷ ୨୦୦୬-୦୭ରେ ରାଜ୍ୟ ସରକାରଙ୍କ ସମୁଦାୟ ବ୍ୟୟର ୧୨.୮ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହୋଇଥିଲାବେଳେ ୨୦୨୩-୨୪ରେ ତାହା ୧୨ ପ୍ରତିଶତକୁ ଖସିଆସିଛି । ଏହି କାରଣରୁ ଆଜି ସ୍କୁଲରେ ଶିକ୍ଷକ ନାହାନ୍ତି । ଗୋଟିଏ ବି ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ଶ୍ରେଣୀ ଗୃହ ଛାଡି ଶିକ୍ଷକ ରାଜ ରାସ୍ତାରେ । ଏଥିରୁ ସ୍ପଷ୍ଟ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ସାମାଜିକ କ୍ଷେତ୍ରରେ ରାଜ୍ୟ ସରକାର ବ୍ୟାପକ ବ୍ୟୟ ବରାଦ କରିଛନ୍ତି । ଆର୍ଥିକ ବର୍ଷ ୨୦୦୬-୦୭ରେ ୬୧୨୬.୫କୋଟି, ୨୦୨୩-୨୪ରେ ୯୭,୯୭୭.୩ କୋଟିରେ ପହଞ୍ଚିଛି । ତଥାପି ଅନ୍ୟ ରାଜ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୧୦୦୦, ୧ ହଜାର୨୦୦ ଏପରିକି ୩ହଜାର ୭୫୦ ହୋଇଥିବାବେଳେ ଓଡ଼ିଶାରେ ତାହା ୫ ଶହ ଟଙ୍କାରେ ସୀମାବଦ୍ଧ" ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

ଏହା ବି ପଢନ୍ତୁ...ଦିଲ୍ଲୀ ଗସ୍ତ ରାଜନୀତି, ବିଜେଡି କହିଲା ଯୋଜନାର କାର୍ଯ୍ୟକାରିତାକୁ ପ୍ରଶଂସା କରିଛି କେନ୍ଦ୍ର

"କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ଲଜିଷ୍ଟିକ ସୂଚକାଙ୍କ ପ୍ରକାଶ କରିଛନ୍ତି । ଓଡ଼ିଶା ଏଥିରେ ସର୍ବନିମ୍ନ ଆସ୍ପାୟର୍ସ ଶ୍ରେଣୀଭୁକ୍ତ ହେବା ଦୀର୍ଘ ସମୟ ଧରି ଶାସନ କରୁଥିବା ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରୁଛି । ଆର୍ଥିକ ବର୍ଷ ୨୦୨୩-୨୪ର ଏପ୍ରିଲରୁ ଜୁନ ମଧ୍ୟରେ ଓଡ଼ିଶାରେ ୨ ଲକ୍ଷ ୫୯ ହଜାର ୩୭୨ ଗ୍ରାମୀଣ ପକ୍କା ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଛନ୍ତି । ଅଥଚ ରାଜ୍ୟ ସରକାର ସମ୍ପୂର୍ଣ୍ଣ କରିଛନ୍ତି ମାତ୍ର ୩,୪୫୫ଟି ଘର । ଯାହାକି ଲକ୍ଷ୍ୟର ପାଖାପାଖି ୧ ପ୍ରତିଶତ । ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ, ପ୍ରତ୍ୟେକ ଗାଁରେ ବ୍ୟାଙ୍କ ସେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ଦ୍ରବ୍ୟ ସଂଗ୍ରହ କରିବା ଦିଗରେ ନିଜ ପ୍ରତିଶ୍ରୁତି ରକ୍ଷାରେ ବାରମ୍ବାର ବିଫଳ ହୋଇଛି ରାଜ୍ୟ । ବିଜେଡିର ଚକ୍ଷୁଷ୍ମାନ ନେତା ଏ ବାବଦରେ ଉତ୍ତର ରଖିବା ଆବଶ୍ୟକ" ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.