ETV Bharat / state

ନବଦାସ ହତ୍ୟାକାଣ୍ଡ ଘଟଣା ଚପାଇବାକୁ ଥାଇଲାଣ୍ଡରେ ଲେଖା ଚାଲିଛି ନୂଆ ସ୍କ୍ରିପ୍ଟ: ଲେଖାଶ୍ରୀ - ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପିର ପ୍ରେସମିଟ । ନବ ଦାସ ହତ୍ୟାକାଣ୍ଡ ଓ ବିରୋଧି ଦଳ ନେତାଙ୍କ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ଉପରେ ବର୍ଷିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

BJP Press Meet
ବିଜେପି ସାମ୍ବାଦିକ ସମ୍ମିଳନୀ
author img

By

Published : Feb 19, 2023, 6:20 PM IST

ବିଜେପି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ବାରମ୍ବାର ଅଭିଯୋଗ କରୁଛି ବିଜେପି । ତେବେ ରାଜ୍ୟରେ ବର୍ତ୍ତମାନର ଆଇଶୃଙ୍ଖଳା ପରିସ୍ଥତି ତଥା ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଲେଖାଶ୍ରୀ କହିଛନ୍ତି, "ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାରୀର ଖୁଲାସା କେବେ କରିବେ ସରକାର ? ଏହି ହତ୍ୟା ଘଟଣାକୁ ଚାପି ଦେବା ପାଇଁ ସରକାର ଓ ପୋଲିସ ଷଡ଼ଯନ୍ତ୍ର କରୁଛନ୍ତି । ଗୋପାଳ ପଛରେ କିଏ ଅଛି ଯେଉଁ ପ୍ରଶ୍ନ ଉଠିଛି ତାହାର ଉତ୍ତର କେବେ ସାମ୍ନାକୁ ଆସିବ ? ନବ ଦାସଙ୍କ ହତ୍ୟାକାଣ୍ଡକୁ ବାଟବଣା କରିବାକୁ ବିଜୁ ଜନତା ଦଳ ଚେଷ୍ଟା ନକରୁ । ଘଟଣାକୁ ଚପେଇବା ପାଇଁ ଥାଇଲାଣ୍ଡରେ ବସି ନୂଆ ସ୍କ୍ରିପ୍ଟ ଲେଖୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣି ପାରିବେନି । ତେଣୁ ଏହି ଘଟଣା ସିବିଆଇକୁ ଦିଆଯାଉ । ଆଉ ବିଜୁ ଜନତା ଦଳର କର୍ମୀମାନେ ଯଦି ଚାହୁଁଛନ୍ତି ନବ ଦାସ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ତେବେ ସେମାନେ ବି CBI ତଦନ୍ତ ଦାବି କରନ୍ତୁ ।"

ସମ୍ବଲପୁର ଧନୁପାଲି IIC ଅନିତା ପ୍ରଧାନ ସର୍ଭିସ ରୁଲ ଭାଙ୍ଗି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ଓ ବିରୋଧି ଦଳ ନେତାଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରଯାଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ । ଅରୂପ ପଟ୍ଟନାୟକ ବିରୋଧି ଦଳ ନେତାଙ୍କୁ ହତ୍ୟା ଧମକ ଦେଇଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେ କହିଛନ୍ତି । ଲେଖାଶ୍ରୀ କହିଛନ୍ତି, "ନବ ଦାସ ହତ୍ୟାକାଣ୍ଡ ପଛର ଲୋକମାନେ ବିଜୁ ଜନତା ଦଳ ଭିତରେ ଅଛନ୍ତି । କ୍ରାଇମବ୍ରାଞ୍ଚ ପାଖରେ କିଛି ପ୍ରମାଣ ନଥିଲା ଭଳି ଚୁପ ବସିଯାଇଛି । ଘଟଣାକୁ ଚପେଇବା ପାଇଁ ନୂଆ କାହାଣୀ ଲେଖାଯାଉଛି । ଏହି ହତ୍ୟାକାଣ୍ଡର ଚର୍ଚ୍ଚା ନହେଉ ବୋଲି ବିଜୁ ଜନତା ଦଳ ଯୋଜନା କରିଛି । ବିଜୁ ଜନତା ଦଳ ପାଇଁ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ହେଲାନି । ବିରୋଧୀ ଦଳ ନେତାଙ୍କୁ ଜାଣିଶୁଣି ବିବାଦ ଭିତରକୁ ଟଣାଯାଉଛି ।"

ସେ ଆହୁରି କହିଛନ୍ତି, "ଓକିଲମାନେ ପ୍ରତିବାଦ କଲେ, ଆପଣ ତାଙ୍କୁ ଜେଲରେ ପୁରାଇଲେ । ଯେଉଁମାନେ ସର୍କିଟ ହାଉସ ଭାଙ୍ଗିଲେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ?" ସେହିପରି ଅରୂପ ପଟ୍ଟନାୟକ ଏକ ସଭାରେ ନାଁ ନନେଇ ଜୟନାରାୟଣଙ୍କୁ ଟାର୍ଗଟେ କରିଥିଲେ । ଏହି ପ୍ରସଙ୍ଗରେ ଲେଖାଶ୍ରୀ କହିଛନ୍ତି, "ଅରୂପ ପଟ୍ଟନାୟକ ହେଉଛନ୍ତି ଜଣେ ମାଫିଆ । ଅଣ୍ଡର ୱାର୍ଲ୍ଡ ସହିତ ତାଙ୍କର ସମ୍ପର୍କ ରହିଛି । ଅରୂପ ପଟ୍ଟନାୟକ ଆକାଶ ପାଠକଙ୍କ ସହ ପାର୍ଟନର ଥିଲେ । ଯାହାକୁ ସରକାର ଚାକିରି ଠକେଇ ନାଁରେ ଜେଲରେ ପୁରାଇଲେ । ଆକାଶ ପାଠକକୁ ଜେଲର ପୁରାଇଲେ ହେଲେ ଅରୂପ ପଟ୍ଟନାୟକଙ୍କୁ କାହିଁକି ଛାଡିଲେ ?"

ସେହିଭଳି ମମିତା ମେହେର କେସ, ପରି ଘଟଣାରେ କେଉଁଠି ଥିଲେ ବିଜୁ ଜନତା ଦଳର ମହିଳା ନେତ୍ରୀମାନେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି, "ସେମାନେ କହୁଛନ୍ତି ବିରୋଧି ଦଳ ନେତା ଅଭ୍ୟାସଗତ ଅପରାଧୀ । ଅଭ୍ୟାସଗତ ଅପରାଧୀ ବିରୋଧୀ ଦଳ ନେତା ନୁହଁନ୍ତି, ଅଭ୍ୟାସଗତ ଅପରାଧୀ ହେଉଛନ୍ତି ଆପଣଙ୍କ ଦଳର ଅରୂପ ପଟ୍ଟନାୟକ, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ବିଜୟଶଙ୍କର ଦାସ, ପ୍ରତାପ ଜେନା । ଗୃହ ରାଷ୍ଟ୍ରମନ୍ତ୍ରୀ ଆଗରୁ କହିଥିଲେ ପୋଲିସ ଲାଞ୍ଚୁଆ । ସେତେବେଳେ ପୋଲିସ କିଛି କହିଲାନି । ଯେତେବେଳେ ଗୋପାଳ ମାରିଲା ସେତେବେଳେ ପୋଲିସ ସଂଘ ବାହାରି କଣ ପାଇଁ କହିଲାନି ଆମର ଭୁଲ ହୋଇଯାଇଛି ବୋଲି କି ଆମ ଭିତରୁ ଜଣେ ପୋଲିସ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିଛି । ପୋଲିସ ବ୍ୟବସ୍ଥାରେ କିଛି ବ୍ୟକ୍ତି ନିଜର ଫାଇଦା ପାଇଁ ରାଜନୀତି କରୁଛନ୍ତି । ପୋଲିସ ରାଜନୈତିକ ଉଦ୍ଦେଶ୍ୟରେ କାମ କରୁଛି ।" ପୋଲିସର ବିଶ୍ଵାସନୀୟତା ଉପରେ ପ୍ରଶ୍ନ ଉଠିଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.