ETV Bharat / state

ନଦୀ ସୁରକ୍ଷା ଦାବି: ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଦାବି ପତ୍ର - ବିଜେପି ନଦୀ ସୁରକ୍ଷା ସମିତି

ରାଜ୍ୟରେ ଶୁଖିଲା ପଡ଼ିଛି ବହୁ ବଡ଼ ବଡ଼ ନଦୀ । ବେଆଇନ ଭାବେ ଆବଶ୍ୟକ ଠାରୁ ଅଧିକ ଜଳ ଶୋଷି ନେଉଛନ୍ତି ବିଭିନ୍ନ କଳ କାରଖାନା ଓ ଶିଳ୍ପ ସଂସ୍ଥା । ସେପଟେ ବାଲି ମାଫିଆଙ୍କର ଉପଦ୍ରବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟପାଳଙ୍କୁ ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

author img

By

Published : Apr 18, 2023, 10:14 PM IST

ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ବର: ବିଭିନ୍ନ କଳ କାରଖାନା ଓ ଶିଳ୍ପ ଗୁଡିକ ବେଆଇନ ଭାବେ ନଦୀ ଗୁଡ଼ିକରୁ ଆବଶ୍ୟକ ଠାରୁ ଅଧିକ ଜଳ ଶୋଷି ନେଉଛନ୍ତି । ସେପଟେ ମାଫିଆ ମାନେ ମଧ୍ୟ ବେଆଇନ ଭାବରେ ବିଭିନ୍ନ ନଦୀ ପଠାରୁ ବାଲି ଚାଲାଣ କରୁଛନ୍ତି । ଏହାକୁ ସରକାର ତୁରନ୍ତ ରୋକିବାକୁ ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ଏକ ଦାବିପତ୍ର ଆଜି ରାଜ୍ୟପାଳଙ୍କୁ ଦିଆଯାଇଛି । ଯଦି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନିଅନ୍ତି, ତେବେ ବିଜେପି ନଦୀ ସୁରକ୍ଷା ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ଏନେଇ ରାଜ୍ୟ ବିଜେପି ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ବର ସାହୁ କହିଛନ୍ତି, "ଓଡିଶାରେ ରାଜ୍ୟ ସରକାର ସମସ୍ତ ନଦୀର ପାଣିକୁ କଳ କାରଖାନା ମାଲିକ ମାନଙ୍କ ହାତରେ ଟେକି ଦେଇଛନ୍ତି । ଯାହାଦ୍ବାରା ରାଜ୍ୟର ପ୍ରମୁଖ ନଦୀ ଗୁଡ଼ିକ ଶୁଖି ଗଲାଣି । ଜୀବଜନ୍ତୁ ଓ ଲୋକମାନେ ହଇରାଣ ହେଉଛନ୍ତି । ନଦୀ ଗୁଡ଼ିକର ବାଲିକୁ ବାଲି ମାଫିଆ ମାନଙ୍କ ଦ୍ବାରା ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଖୁଲମଖୁଲା ଲୁଟ କରୁଛନ୍ତି । ସରକାରୀ ଅଫିସର ମାନେ କାର୍ଯ୍ୟାନୁଷ୍ଠାନ ନେଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ କରାଯାଉଛି । ନଦୀ ଗୁଡ଼ିକର ସୁରକ୍ଷା ପାଇଁ ବିଜେପି ନଦୀ ସୁରକ୍ଷା ସମିତି ବ୍ୟାପକ ଆନ୍ଦୋଳନ କରିବ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେବ । ଏହି ବାଲି ଚୋରାଚାଲାଣକୁ ନେଇ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ନିକଟରେ କେନ୍ଦୁଝରରେ ଜଣେ ମହିଳାଙ୍କୁ ମାରି ଦିଆଗଲା । ସାରା ରାଜ୍ୟରେ ବାଲି ଚୋରା କାରବାର ବ୍ୟାପକ ଭାବରେ ଚାଲିଛି ।" ବିଜେପି ସବୁ ଜିଲ୍ଲାସ୍ତରରେ ଏବଂ ତହସିଲସ୍ତରରେ ଦାବି କଲା ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କହିଛନ୍ତି ମହେଶ୍ବର ।

ସେ ଆହୁରି କହିଛନ୍ତି, "ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ଆଜି ଓଡ଼ିଶାର ନଦୀ ଗୁଡିକ ଶୁଷ୍କ ହୋଇ ପଡ଼ିରହିଛି । ବିଭିନ୍ନ କଳ କାରଖାନା ଓ ଶିଳ୍ପ ଗୁଡିକ ନିୟମ ବାହାରେ ନଦୀ ଗୁଡ଼ିକରୁ ଅଧିକ ଜଳ ଶୋଷି ନେଉଛନ୍ତି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ଷା ଋତୁରେ ନଦୀରୁ ବାଲି ଉଠାଇବା ବାରଣ ଥିବା ବେଳେ ଏହାକୁ ଉଲଙ୍ଘନ କରି ବାଲି ମାଫିଆ ମାନେ ବେଆଇନ ଭାବରେ ନଦୀ ଗୁଡ଼ିକରୁ ବାଲି ଚାଲାଣ କରୁଛନ୍ତି । ଶାସକ ଦଳର ଚାପରେ ସରକାରୀ କର୍ମଚାରୀ ମାନେ ଏହି ବେଇଆଇନ ଚାଲାଣକୁ ରୋକିବାରେ ବିଫଳ ହେଉଛନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ବଂଶଧାରା ଭଳି ବଡ଼ ବଡ଼ ନଦୀ ଓ ଅନେକ ଛୋଟ ଶାଖା ନଦୀ, ଉପନଦୀ ମଧ୍ୟ ଶୁଷ୍କ ଅବସ୍ଥାରେ ପଡ଼ି ରହିଛି । ଏଣୁ ଏହି ବେଆଇନ କାର୍ଯ୍ୟକଳାପ ରୋକିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।" ଏନେଇ ପୂର୍ବରୁ ମଧ୍ୟ ରାଜ୍ୟପାଳଙ୍କୁ ୨ ଥର ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.