ETV Bharat / state

ଜୁଆଙ୍ଗ ଆଦିବାସୀଙ୍କ ଅଜଣା ରୋଗରେ ମୃତ୍ୟୁ, ରାଜ୍ୟ ସରକାରଙ୍କର ନିଘା ନାହିଁ: ବିଜେପି - ରକ୍ତହୀନତା ଏବଂ ପୁଷ୍ଟିହୀନତା ପୀଡ଼ିତ ଜୁଆଙ୍ଗ ଲୋକ

କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଆଦିବାସୀ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାର ଆଦିବାସୀ ବିରୋଧୀ କହି ଟାର୍ଗେଟ୍‌ କରିଛି ବିଜେପି । ଅଧିକ ପଢନ୍ତୁ

୧୧ ଜୁଆଙ୍ଗ ଆଦିବାସୀଙ୍କ ଅଜଣା ରୋଗରେ ମୃତ୍ୟୁ ,ରାଜ୍ୟ ସରକାରଙ୍କର ନିଘା ନାହିଁ: ବିଜେପି

author img

By ETV Bharat Odisha Team

Published : Oct 27, 2023, 12:46 PM IST

୧୧ ଜୁଆଙ୍ଗ ଆଦିବାସୀଙ୍କ ଅଜଣା ରୋଗରେ ମୃତ୍ୟୁ ,ରାଜ୍ୟ ସରକାରଙ୍କର ନିଘା ନାହିଁ: ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଆଦିବାସୀ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି । ୧ ମାସ ଭିତରେ ୧୧ ଜଣ ଜୁଆଙ୍ଗ ଜନଜାତିର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରିଛି ବିଜେପି ।

ଆଜି ଏକ ପ୍ରେସମିଟରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି,"ରାଜ୍ୟ ସରକାର ଆଦିବାସୀ ବିରୋଧୀ । କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ ଜନ୍ତାରୀ ଗାଆଁରେ ମାସକ ଭିତରେ ୧୧ ଜଣ ଜୁଆଙ୍ଗ ଜନଜାତିର ଲୋକ ଜୀବନ ହାରିଛନ୍ତି ହେଲେ ସରକାରଙ୍କ ନିଘା ନାହିଁ । ଏବେ ଯାଏଁ କୌଣସି ସରକାରୀ ଅଧିକାରୀ ସେହି ଗାଁକୁ ଯାଇନାହାନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝି ଜନ୍ତାରୀ ଗାଁକୁ ଗସ୍ତ କରିଥିଲେ । ଗାଁରେ ପରିସ୍ଥିତି ଅତ୍ୟନ୍ତ ଖରାପ । କେନ୍ଦୁଝରକୁ ଦେଶରେ ସର୍ବାଧିକ ୧୦ ହାଜର ୨୫୮ କୋଟି ଟଙ୍କାର ଡିଏମଏଫ ଫଣ୍ଡ ମିଳୁଛି । କିନ୍ତୁ ଜନ୍ତାରୀ ଗାଁରେ ଲୋକଙ୍କୁ ସ୍ଵଚ୍ଛ ପିଇବା ପାଣି ଟୋପେ ମିଳୁନାହିଁ । ପାଣିରେ ପୋକ ବାହାରୁଛି । ରକ୍ତହୀନତା ଏବଂ ପୁଷ୍ଟିହୀନତା ପୀଡ଼ିତ ହେଉଛନ୍ତି ଜୁଆଙ୍ଗ ଲୋକେ । ଜୁଆଙ୍ଗ ଜନଜାତି PVTG ବର୍ଗ ଅନ୍ତର୍ଭୁକ୍ତ । ସେମାନଙ୍କୁ ସରକାରୀ ସଂରକ୍ଷଣ ଏବଂ ସାମାଜିକ ଆରକ୍ଷଣ ଦରକାର ।"

ଏହା ମଧ୍ୟ ପଢନ୍ତୁ...ହଷ୍ଟେଲ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ, ଜାରି ରହିଛି ଚିକିତ୍ସା

ସେ ଆହୁରି ମଧ୍ୟ କହିଛନ୍ତି,"ଡିଏମଏଫ ଅର୍ଥରେ ଆଦିବାସୀ ଅଞ୍ଚଳରେ ପୁଷ୍ଟିହୀନତା ଦୂର କରାଯାଉଛି ବୋଲି କେନ୍ଦୁଝର ଜିଲ୍ଲା ପ୍ରଶାସନ କହୁଛି । କିନ୍ତୁ ବାସ୍ତବ ସ୍ଥିତି ସମ୍ପୁର୍ଣ୍ଣ ଓଲଟା । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଲୋକଙ୍କ ପାଇଁ ଅପହଞ୍ଚ । ମାସରେ ମୃତ୍ୟୁ ହୋଇଥିବା ୧୧ ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସୁଫଳ ମିଳିଲା ନାହିଁ । ଜନ ସାଧାରଣଙ୍କୁ ସରକାର ବିପତ୍ତିରୁ ଉଦ୍ଧାର କରନ୍ତୁ ।" ଏଭଳି କହି ସରକାରଙ୍କ ଉପରେ ବର୍ଷିଛି ବିଜେପି ।

ଜନ୍ତାରୀ ଗାଁରେ ଏକମାତ୍ର ଓଭରହେଡ୍ ଟାଙ୍କିର ପାଣି ପୋକ ସାଲୁବାଲୁ ହୋଇଥିବା ବେଳେ ଏହା ପାନୀୟ ଅଯୋଗ୍ୟ । ତେଣୁ ଜୁଆଙ୍ଗ ଅଧିବାସୀଗଣ ଚୁଆ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସ୍ରୋତର ଦୂଷିତ ଜଳ ବ୍ୟବହାର କରି ରୋଗ ବ୍ୟାଧିର ଶିକାର ହେଉଥିବା ଅଭିଯୋଗ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.