ETV Bharat / state

ବିଜେଡି ସରକାର ଓଡ଼ିଶାର ସ୍ବାଭିମାନ ପାଇଁ ଯତ୍ନବାନ ନୁହନ୍ତି: ବିଜେପି

author img

By

Published : Jul 19, 2023, 10:57 PM IST

ଗତକାଲି ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । ମୌସୁମୀ ଅଧିବେଶନରେ ଓଡ଼ିଶାକୁ ସ୍ପେଶାଲ ଷ୍ଟେଟ୍‌ ଷ୍ଟେଟସ୍‌ ଦାବିକୁ ଶାଣିତ ସ୍ବରରେ ଉଠାଇବା ପାଇଁ ନବୀନ ନିଜ ଦଳର ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହାକୁ ଆଜି ଟାର୍ଗେଟ୍‌ କରିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେପି ସାମ୍ବାଦିକ ସମ୍ମିଳନୀ
ବିଜେପି ସାମ୍ବାଦିକ ସମ୍ମିଳନୀ
ବିଜେପି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଆସନ୍ତା କାଲି ବସିବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଗତକାଲି ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ସ୍ବର ଶାଣିତ କରିବାକୁ ନିଜ ଦଳର ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ମଧ୍ୟ କରିବାକୁ ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି ନବୀନ । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ପୋଲାଭରମ ପ୍ରସଙ୍ଗ, ମହାନଦୀ, କୋଟିଆ ବିବାଦ ଭଳି ପ୍ରସଙ୍ଗ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ଼ ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି ।

ଏନେଇ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, "ବିଜୁ ଜନତା ଦଳର ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ, ସେମାନେ ଓଡ଼ିଶାର ସ୍ବାର୍ଥ, ହକ୍‌, ଅଧିକାର, ସ୍ବାଭିମାନ ପାଇଁ ଯତ୍ନବାନ ନୁହନ୍ତି । ଯେବେଠାରୁ ଛତିଶଗଡରେ କଂଗେସ ସରକାର ଆସିଲା, ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ମହାନଦୀକୁ ନେଇ ଚୁପ ହୋଇଗଲେ । କୋଟିଆ ସୀମା ବିବାଦ, ମହାନଦୀ, ପୋଲାଭରମ କଣ ଓଡ଼ିଶାର ସ୍ଵାର୍ଥ୍ୟ ସମ୍ବଳିତ ପ୍ରସଙ୍ଗ ନୁହେଁ କି ? ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର କାହିଁକି ବାରମ୍ବାର ସମୟ ନେଉଛନ୍ତି ? କାହିଁକି ସରକାର ତଥ୍ୟ ପ୍ରସ୍ତୁତ କରିନାହାନ୍ତି ? ସମାନ ଭାବରେ ଓଡିଶା ସରକାର ଏହିଭଳି ଅବହେଳା କରି ଅତୀତରେ ପୋଲାଭରମ ବିବାଦରେ ଟ୍ରିବ୍ୟୁନାଲରେ ହାରିଲେ ।" ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହେବାକୁ ଥିବା ବୈଠକ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଗ୍ରହ ଦେଖାଉ ନାହାନ୍ତି ବୋଲି କହିଛନ୍ତି ଅନୀଲ ।

ଏହା ମଧ୍ୟ ପଢ଼ନ୍ତୁ...ସଂସଦୀୟ ଦଳକୁ ନବୀନ ମନ୍ତ୍ର: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଶାଣିତ ସ୍ବରରେ ଉଠାଅ

ସେ ଆହୁରି କହିଛନ୍ତି, "ମହାନଦୀର ତଳମୁଣ୍ଡରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧ ବ୍ୟାରେଜରୁ କୌଣସି ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । ୨୮ଟି ଅନ୍ୟ ପ୍ରକଳ୍ପରୁ ଅଧିକାଂଶର ସର୍ଭେ ମଧ୍ୟ ଆରମ୍ଭ ହୋଇନାହିଁ । ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟିର ଦୁର୍ନୀତି ହୋଇଛି । ଗୋଟିଏ ବି ଗଛ ଲାଗିନି ।" ତେବେ ଓଡ଼ିଶାକୁ ବିଜେଡି ଦାବି କରୁଥିବା ସ୍ପେଶାଲ ଷ୍ଟେଟ୍‌ ଷ୍ଟେଟସ୍‌ ଦରକାର ନାହିଁ, ବରଂ ଦୁର୍ନୀତି ମୁକ୍ତ ସରକାର ଓ ଗଣତାନ୍ତ୍ରିକ ସରକାର ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ଅନୀଲ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.