ETV Bharat / state

Naba Das Murder Case: ପୁରୁଣା କଥା ମନେ ପକାଇ ବିଜେଡିକୁ ଟାର୍ଗେଟ କଲା ବିଜେପି

author img

By

Published : Feb 26, 2023, 10:04 PM IST

ନବଦାସ ହତ୍ୟା ଘଟଣାରେ ପୋଲିସର ତଦନ୍ତ ନେଇ ଆରମ୍ଭ ହୋଇଛି ରାଜନୀତି । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ ବିଜେଡି ଉପରେ ବର୍ଷିଲା ବିଜେପି । ଅଧିକ ପଢ଼ନ୍ତୁ

naba das murder case
naba das murder case

Naba Das Murder Case

ଭୁବନେଶ୍ବର: ନବଦାସ ହତ୍ୟାକାଣ୍ଡ ନେଇ ଜୋର ଧରିଛି ରାଜନୀତି । ହତ୍ୟା ଘଟଣାକୁ 29 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ତେଣୁ ରାଜ୍ୟ ପୋଲିସର ତଦନ୍ତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ । ବିରୋଧୀ ଦଳ ଓଡିଶା ପୋଲିସକୁ ଆକ୍ଷେପ କରିଛି ଏବଂ ପୋଲିସ ମନୋବଳ ଭାଙ୍ଗି ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଟିପ୍ପଣୀ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି,"2005 ମସିହାରେ କାମାକ୍ଷାନଗର ଥାନାରେ ଥାନା ଅଧିକାରୀ ରତନ କୁମାର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଓ ସରକାରୀ ସମ୍ପତି ନଷ୍ଟ ଭଳି ଅଭିଯୋଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାମରେ ଅଛି । ଏଠି ପୋଲିସର ମନୋବଳ କିଏ ଭାଙ୍ଗୁଛି ବୋଲି ପ୍ରଶ୍ନ କରିଛନ୍ତି ମନୋଜ । ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ଦୀର୍ଘ 29 ଦିନ ହେଲା କ୍ରାଇମବ୍ରାଞ୍ଚର ତଦନ୍ତ କେଉଁଆଡ଼େ ଗତି କରୁଛି ତାହା ସମସ୍ତେ ଜାଣିଛନ୍ତି । ଏଫଆଇଆରରେ 120B ଦଫା ଲାଗିନାହିଁ କିନ୍ତୁ ଗୋପାଳ ଚାରିପଟେ କ୍ରାଇମବ୍ରାଞ୍ଚ ବୁଲୁଛି । " କ୍ରାଇମବ୍ରାଞ୍ଚ ପ୍ରତ୍ୟକ୍ଷଦର୍ଶୀଙ୍କ 161 ବୟାନ ରେକର୍ଡ କରିଛି କି ବୋଲି ମନୋଜ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ପୋଲିସ ବଦନାମ ! ଟାର୍ଗେଟରେ ସରକାର କମ୍, ଅଫିସର ଅଧିକ

ସେ ଆହୁରି ମଧ୍ୟ କହିଛନ୍ତି, ଗୋପାଳର କଲ ରେକର୍ଡ ଯାଞ୍ଚ କରାଯାଇଛି କି ? ଗୋପାଳର ସ୍ତ୍ରୀଙ୍କ ବୟାନ ଅନୁସାରେ ଝିଅ ସହ ଭିଡିଓ କଲରେ କଥା ହେଉ ହେଉ ହଠାତ ସେ କାଟି ଦେଇଥିଲେ । ଝିଅ ସହ କଣ କଥା ହୋଇଥିଲେ ତାହା ତଦନ୍ତ ପରିସର ଭୁକ୍ତ କରାଯିବାର ଆବଶ୍ୟକତା ରହିଛି । ନବଦାସ ଯେଉଁ ଗାଡିରେ ଆସିଥିଲେ ସେ ଗାଡ଼ି ମଧ୍ୟ ପୋଲିସ ପାଖରେ ନାହିଁ । ଗୋପାଳ ଦାସ ପୋଲିସ ଡିପାର୍ଟମେଣ୍ଟରେ କେଉଁ କେଉଁ ଭଲ କାମ କରିଛନ୍ତି ତାଙ୍କୁ ପୁରସ୍କାର ଦିଆଯାଇଛି । ତାର ଦୁଇଥର ପ୍ରୋମୋସନ ହେବା କଥା ହେଲେ ଗୋଟିଏ ସ୍ଥାନରେ 28 ବର୍ଷ ରହିଲେ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଝାରସୁଗୁଡ଼ାରୁ ବାହାରକୁ ଗଲେ ଅସୁବିଧା ହେବ ବୋଲି ସେ ପ୍ରୋମୋସନ ନେଇନାହାନ୍ତି । ଏ ସବୁର ତଦନ୍ତ ହେବା ଦରକାର ବୋଲି ମନୋଜ କହିଛନ୍ତି । ଅନ୍ୟପଟେ ମମିତା ମେହେର ହତ୍ୟାକାଣ୍ଡ ମାମଲାର ଦିବ୍ୟ ଶଙ୍କରଙ୍କ ସହ ବିଜେଡି ଠିଆ ହୋଇଥିଲା । ଏଠି ନବଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ସହ ଛିଡା ହୋଇଛି ବିଜେଡି । ତେଣୁ ସିବିଆଇକୁ ତଦନ୍ତ ଭାର ଦିଆଯାଉ ବୋଲି ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.