ETV Bharat / state

ମୌସୁମୀ ଅଧିବେଶନ: ବିଜେପି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ - ମୌସୁମୀ ଅଧିବେଶନ

ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ । ଅଧିକ ପଢନ୍ତୁ

ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ
ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ
author img

By ETV Bharat Odisha Team

Published : Sep 22, 2023, 9:35 PM IST

ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏହି ବୈଠକ ବସିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ସମସ୍ତ ବିଧାୟକ ବୈଠକରେ ଉପସ୍ଥିତ ଥିଲେ । ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଦଳର ରଣନୀତି ନେଇ ଆଲୋଚନା ହୋଇଛି । କେଉଁ ସବୁ ପ୍ରସଙ୍ଗ ଗୁଡ଼ିକୁ ବିଜେପି ମୁଦ୍ଦା କରିବ ତା ଉପରେ ଆଲୋଚନା ହୋଇଥିଲା ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ‘‘ଏହି ମୌସୁମୀ ଅଧିବେଶନ ବହୁ ବିଳମ୍ବରେ ଆଣିଲେ ସରକାର। ଯାହାକି ଜୁଲାଇ ମାସରେ ହେବା କଥା କିନ୍ତୁ ସେପ୍ଟେମ୍ବର ଶେଷରେ ହେଉଛି । ରାଜ୍ୟ ସରକାର ଚଞ୍ଚକତା କରି ଖସିଯିବାକୁ ବସିଛନ୍ତି। ମୌସୁମୀ ଅଧିବେଶନ କେବଳ 9 ଦିନ। ତା ଭିତରେ ସପ୍ଲିମେଣ୍ଟାରୀ ବଜେଟ ଆଲୋଚନା ଅଛି । ହେଲେ ଆମେ ପ୍ରସ୍ତୁତ ଅଛୁ । ରାଜ୍ଯରେ କପରି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଏହା ଆମ ପ୍ରଧାନ ମୁଦ୍ଦା ରହିବ । ରାଜ୍ଯରେ ଏବେ ବଡ ପ୍ରସଙ୍ଗ ଅଛି ସଚିବ ବଡ ନା ମନ୍ତ୍ରୀ ବଡ । ମୁଖ୍ୟମନ୍ତ୍ରୀଙ୍କ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ ନେଇ ଗଣତନ୍ତ୍ରକୁ ହତ୍ୟା କରି ସାଧାରଣ ସଭା କରି ଯେଉଁଭଳି ଭାବରେ ଟଙ୍କା ବାଣ୍ଟିଛନ୍ତି ଏହାକୁ ବିଜେପି ବିଧାନସଭାରେ ଉଠିବ ।’’

ଏହା ମଧ୍ୟ ପଢନ୍ତୁ...Supplementary Budget: 28200 କୋଟିର ଅତିରିକ୍ତ ବଜେଟ, ଆମ ଓଡିଶା ନବୀନ ଓଡିଶାକୁ 1302 କୋଟି

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ଯରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ରାଜରାସ୍ତାରେ ଶିକ୍ଷକମାନେ ପ୍ରତିବାଦ କରୁଛନ୍ତି । ଦୀର୍ଘ 15 ଦିନ ଧରି ସେମାନେ ପ୍ରତିବାଦ କରୁଥିବା କାରଣରୁ ସ୍କୁଲ ବନ୍ଦ ପଡିଛି । ରାଜ୍ଯରେ ସରକାର ଅଛି ବୋଲି ଅନୁଭବ ହେଉନାହିଁ । ସରକାର କହିଥିଲେ ଠିକା ନିଯୁକ୍ତିର ଯୁଗ ଶେଷ । ତାହାଲ କାହିଁକି ଶିକ୍ଷକ ଆଜି ଆନ୍ଦୋଳନ କରୁଛନ୍ତି । ଅନେକ ପ୍ରସଙ୍ଗ ଗୃହରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ରହିଛି । ରତ୍ନ ଭଣ୍ଡାର ପ୍ରସଙ୍ଗ, ବ୍ୟକ୍ତିଗତ ସଚିବ ପ୍ରସଙ୍ଗ, ବିପର୍ଯସ୍ତ ସ୍କୁଲ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଆମର ପ୍ରମୁଖ ପ୍ରସଙ୍ଗ ରହିବ । ଏହା ସହିତ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆମେ ପୁଣି ଉଠାଇବୁ । ସରକାର ଲୋକଙ୍କୁ ଠକୁଛନ୍ତି ଯାହାର ଜବାବ ତାଙ୍କୁ ବିଧାନସଭାରେ ଦବାକୁ ପଡିବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.