ETV Bharat / state

ଓଡିଶା ଦଖଲ ପାଇଁ ବିଜେପିର ରଣନୀତି, ଦଳ ଫୋକସରେ ଯୁବ ଭୋଟର - ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଭୁବନେଶ୍ବର ଫେରିବା ପରେ ଜୟ କହିଛନ୍ତି, ‘‘ଆଗାମୀ ନିର୍ବାଚନରେ ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ଦଖଲ କରିବ କ୍ଷମତା । ବିଶେଷ କରି ଯୁବ ଭୋଟରଙ୍କୁ ଫୋକସ କରିବ ଦଳ । ଫାଷ୍ଟ ଟାଇମ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ଜାତୀୟ କାର୍ଯ୍ୟକାରିଣୀରେ କୁହାଯାଇଛି । କାରଣ ସେମାନଙ୍କର ଉତ୍ସାହ ବେଶୀ ଥାଏ ।’’ ଅଧିକ ପଢନ୍ତୁ

ଓଡିଶା ଦଖଲ ପାଇଁ ବିଜେପିର ରଣନୀତି, ଦଳର ଫୋକସରେ ଯୁବ ଭୋଟର

author img

By

Published : Jan 18, 2023, 9:17 PM IST

ଓଡିଶା ଦଖଲ ପାଇଁ ବିଜେପିର ରଣନୀତି, ଦଳର ଫୋକସରେ ଯୁବ ଭୋଟର

ଭୁବନେଶ୍ବର: ଗୁଜୁରାଟ ଷ୍ଟାଇଲରେ ଓଡିଶାରେ ବିଜେପି ଲଢିବ । ପୁରା 147 ଆସନରେ ଶାସକ ଦଳକୁ କଡା ଟକ୍କର ଦେବ ଦଳ । ଆଗାମୀ ନିର୍ବାଚନରେ ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ଦଖଲ କରିବ କ୍ଷମତା । ବିଶେଷ କରି ଯୁବ ଭୋଟରଙ୍କୁ ଫୋକସ କରିବ ଦଳ । ଭାରତୀୟ ଜନତା ପାର୍ଟି (ବିଜେପି) ର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନୂଆଦିଲ୍ଲୀରେ ଶେଷ ହେବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଭୁବନେଶ୍ବର ଫେରିବା ପରେ ଜୟ କହିଛନ୍ତି, ‘‘ଆଗାମୀ ନିର୍ବାଚନରେ ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ଦଖଲ କରିବ କ୍ଷମତା । ବିଶେଷ କରି ଯୁବ ଭୋଟରଙ୍କୁ ଫୋକସ କରିବ ଦଳ । ଫାଷ୍ଟ ଟାଇମ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ଜାତୀୟ କାର୍ଯ୍ୟକାରିଣୀରେ କୁହାଯାଇଛି । କାରଣ ସେମାନଙ୍କର ଉତ୍ସାହ ବେଶୀ ଥାଏ ।’’

ଜୟ କହିଛନ୍ତି ଯୁବବର୍ଗ ୟୁପିଏ ସରକାରର ଦୁର୍ନୀତି ଓ ବ୍ୟଭିଚାର ବିଷୟରେ ଜାଣି ନାହାନ୍ତି । ତେଣୁ ତାଙ୍କୁ ସେ ବିଷୟରେ ଜଣାଇବ ବିଜେପି । ୟୁପିଏ ସରକାର ଦେଶର କଣ କଣ କ୍ଷତି କରୁଥିଲେ, ସେ ବିଷୟରେ ଏବଂ ବିଜେପି ସରକାର କେମିତି ଦେଶର ବିକାଶ କରୁଛି ଏ ନେଇ ମଧ୍ୟ ଯୁବବର୍ଗଙ୍କୁ ବୁଝାଇବ ଦଳ । ବିଜେପି ସବୁବେଳେ ଯୁବ ବର୍ଗ ସହିତ ଅଛି । 18 ରୁ 21 ବର୍ଷ ପର୍ଯ୍ୟନ୍ତ କଲେଜ ୱାର୍କିଂରେ ଛାତ୍ର ସଙ୍ଗଠନ ସକ୍ରିୟ ଅଛି । ଏବିଭିପି ଓ ବିଜେପି ବିଚାରରେ ଅନେକ ସଙ୍ଗଠନ ଅଛି । ଯେଉଁମାନେ ଛାତ୍ରଛାତ୍ରୀ ମାନଙ୍କୁ ସଂଗଠିତ କରନ୍ତି । ନ୍ୟାସନାଲିଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଅଛନ୍ତି । 18ରୁ 25 ବର୍ଷର ଯୁବ ଗୋଷ୍ଠୀ ମାନେ ଭୋଟରେ ଅଧିକ ଅଂଶଗ୍ରହଣ କରନ୍ତି । ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଚେଷ୍ଟା କରିବ । ଏଥିପାଇଁ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା କହିଛନ୍ତି ଜୟ ।

ସେହିପରି ବିଜେପି ଫୋକସରେ ଦେଶର 3 ରାଜ୍ୟ ଏବେ ରହିଛି । ଓଡିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ । ଏହି ତିନି ରାଜ୍ୟରେ ସଂଗଠନ ଶକ୍ତି ବଢାଇବା ସହ କ୍ଷମତା ଦଖଲ ପାଇଁ ଦଳ ପୁରା ଲଢେଇ କରିବ । ସେଥିପାଇଁ ସଙ୍ଗଠନକୁ ଆହୁରି ବ୍ୟାପକ କରାଯିବ । ଏସବୁ ଉପରେ ଚିନ୍ତା କରିବାର ଆବଶ୍ୟକତା ଅଛି । ଏହି 3ଟି ରାଜ୍ୟ ପାଇଁ ଅଗ୍ରାଧିକାର ସୂତ୍ରରେ ବିଜେପି ଚିନ୍ତା କରିବ ଏବଂ ସରକାର କରିବାକୁ ଚେଷ୍ଟା କରିବ । ଏତତ ବ୍ୟତୀତ ବିଜେପି ରାଜ୍ୟ ସଭାପତି ଅପରିବର୍ତ୍ତିତ ରହିବା ପ୍ରସଙ୍ଗକେ ଜୟ କହିଛନ୍ତି ବିଜେପି ଟିମ ୱାର୍କରେ ବିଶ୍ୱାସ କରେ । ଗ୍ୟାଲେକ୍ସି ଅଫ ଲିଡ଼ରେ ବିଶ୍ୱାସ କରେ ବିଜେପି । ସଭାପତି କେବଳ ସଭାପତିତ୍ୱ କରନ୍ତି । ସଭାପତି ଓରିଏଣ୍ଟେଡ଼ ପାର୍ଟି ନୁହେଁ । ପାର୍ଟି ଓରିଏଣ୍ଟେଡ଼ ସଭାପତି । ସଭାପତି କେବଳ ପ୍ରିଜାଇଡ କରିବେ ଏବଂ ଟିମ କାମ କରିବ ।

ଆଗକୁ ବିଜେପି ପାଇଁ ଥିବା ଚ୍ୟାଲେଞ୍ଜକୁ ନେଇ ଜୟ କହିଛନ୍ତି ଶାସକ ଦଳ ନିର୍ବାଚନରେ ଅର୍ଥ ବଳ, ବାହୁ ବଳ, ସରକାରୀ କଳ ବ୍ୟବହାର କରୁଛି । ଏହି 3ଟି ହେଉଛି ବଡ଼ ଚ୍ୟାଲେଞ୍ଜ । ଏହି 3ଟିକୁ ଯଦି ପ୍ରତିହତ କରି ପାରିଲୁ, ତାହେଲେ ଦଳର ନିଶ୍ଚିତ ବିଜୟ ହେବ । ଏହି 3ଟି ଛଡା ବିଜେଡି ପାଖରେ ଅନ୍ୟ କୌଣସି ଶକ୍ତି ନାହିଁ । ସେମାନଙ୍କ ପାଖରେ ନା ସାଙ୍ଗଠନିକ ଶକ୍ତି ନା ସାମର୍ଥ୍ୟ ଅଛି । ଏହି 3ଟି ଉପରେ ବିଜେଡ଼ି ପର୍ଯ୍ୟବେସିତ । ଏହାକୁ କେମିତି ନିର୍ବାଚନମଣ୍ଡଳୀ ସ୍ତରରେ କେମିତି ପ୍ରତିହତ କରାଯାଇପାରିବ ସେଥିପାଇଁ ବିଜେପି ଯୋଜନା କରୁଛି । ଜାତୀୟ କାର୍ଯ୍ୟକାରିଣୀରେ ମୋଦିଙ୍କ ଗୁରୁମନ୍ତ୍ର, ଦେଇ କହିଛନ୍ତି 2024ରେ କେମିତି ଦୁଇ ତୃତୀୟାଂଶ ଆସନରେ ବିଜେପି ଜିତିବ ସେଥିପାଇଁ ଦେଶ ସାରା ଚେଷ୍ଟା କରିବ ଦଳ । ଓଡିଶାରେ ମଧ୍ୟ ବିଜେପି କେମିତି ସରକାର କରିବ ସେଥିପାଇଁ ଚିନ୍ତା କରାଯାଉଛି । ସ୍ବତନ୍ତ୍ର ଭାବେ କୌଣସି ଗୋଟିଏ ରାଜ୍ୟ ପାଇଁ ଚିନ୍ତା ହୋଇନାହିଁ । ଧିରେ ଧିରେ କେତେ ବିଧାୟକ, କେତେ ସାଂସଦ ଆସନ ପାଇଁ ଟାର୍ଗେଟ ଦିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.