ETV Bharat / state

ସ୍ୱାୟତ୍ତ ଶାସନ ନୁହେଁ ଏହା ରାଜଧାନୀବାସୀଙ୍କ ପାଇଁ ଏକ ଅଣାୟତ୍ତ ଦିବସ: ବିଜେପି

author img

By ETV Bharat Odisha Team

Published : Aug 31, 2023, 8:47 PM IST

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ରୂପେ ପାଳନ କରିଛି ବିଜେପି । ବିଏମ୍ସି ରାଜଧାନୀ ବାସିନ୍ଦାଙ୍କୁ ବିକାଶର ନାଁରେ ଭୁଆଁ ବୁଲାଉଥିବା କଲା ଅଭିଯୋଗ । ଅଧିକ ପଢନ୍ତୁ

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ରୂପେ ପାଳନ କରିଛି ବିଜେପି

ଭୁବନେଶ୍ବର: ମହାନଗର ନିଗମ ତାର ସ୍ୱାୟତ୍ତ ଶାସନ ଦିବସ ପାଳୁଥିବା ବେଳେ ଆଜି ଏହି ଦିବସକୁ କଳା ଦିବସ ରୂପେ ପାଳନ କରିଛି ବିଜେପି । ବିଏମ୍ସି ରାଜଧାନୀ ବାସିନ୍ଦାଙ୍କୁ ବିକାଶର ଯେଉଁ ପ୍ରତିଶୃତି ଦେଇଥିଲେ ସେଥିରେ ଫେଲ୍‌ ମାରିଛି ଓ ପ୍ରତାରଣା କରିଥିବା ବିଜେପି ଆଭିଯୋଗ କରିଛି । ମୌଳିକ ସୁବିଧା ସୁଯୋଗ ଓ ସେବା ଯୋଗାଇବାରେ ବିଏମ୍ସି ଅସଫଳ ହୋଇଥିବା ଅଭିଯୋଗ ଆଣି କଳା ଦିବସ ପାଳିଛି ବିଜେପି ।

ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି,"ଏହା ସ୍ୱାୟତ୍ତ ଶାସନ ନୁହେଁ ଏହା ଭୁବନେଶ୍ୱର ପାଇଁ ଏକ ଅଣାୟତ୍ତ ଦିବସ । କାରଣ ଭୁବନେଶ୍ୱରରେ ଯେଉଁଭଳି ଭାବେ ଡେଙ୍ଗୁ ବଢିଚାଲିଛି ତାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି ବିଏମ୍‌ସି । ରାଜଧାନୀବାସୀଙ୍କୁ ବିକାଶ ନୁହେଁ ବିନାଶ ଆଡ଼କୁ ବିଏମ୍‌ସି ନେଉଛି । ଅନ୍ୟପଟେ ପ୍ରତିଟି ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଭୁବନେଶ୍ୱର ମେୟର ବିଶ୍ୱସ୍ତରୀୟ ଯୋଜନା ବୋଲି କହୁଥିବା କଥା କେବଳ କାଗଜ କଲମରେ ସୀମିତ । ପ୍ରକୃତରେ ଭୁବନେଶ୍ବରର ଭବିଷ୍ୟତ ଏବେ ଅନ୍ଧକାର ମୁଖୀ । ମୌଳିକ ସୁବିଧା ସୁଯୋଗ ଯୋଗାଇବା ହେଉ ଅବା କୁତ୍ରିମ ବନ୍ୟା ସୃଷ୍ଟି କରିବା ଅବା ରାସ୍ତାଘାଟ ନିର୍ମାଣ ସବୁଥିରେ ବିଏମ୍‌ସି ବିଫଳତାରେ ବିଶ୍ୱସ୍ତରୀୟ ହୋଇଛି । ଯେଉଁଥିପାଇଁ ଅନେକ ସମସ୍ୟା ଭିତରେ ବୁଡି ରହି ଭୁବନେଶ୍ୱରବାସୀ ବିଭିନ୍ନ ଯନ୍ତ୍ରଣାରେ ଭୋଗ କରୁଛନ୍ତି । ତେଣୁ ଆମେ ବିଏମ୍‌ସିର ଏହି ବିଶ୍ୱସ୍ତରୀୟ ଯୋଜନାକୁ ବିରୋଧ କରୁଛୁ । କେବଳ ବିଏମ୍ସି ନୁହେଁ ରାଜ୍ୟ ସରକାର ମଧ୍ୟ ଲୋକଙ୍କ ସୁବିଧା ସୁଯୋଗ ଦେବାରେ ଫେଲ୍‌ ମାରିଥିବା ବେଳେ ବିକାଶ ନାଁରେ ରାଜକୋଷର ଟଙ୍କା ଧୂଳିସାତ କରୁଛନ୍ତି ।"
ଅଧିକ ପଢନ୍ତୁ: ରାଜ୍ୟରେ ଚାଲିଛି କା‘ ଶାସନ, ସଚିବଙ୍କ ଗସ୍ତରେ ଖର୍ଚ୍ଚ ହେଉଛି ଶହଶହ କୋଟି: ବିଜେପି

ସେହିପରି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଚଳିତବର୍ଷର ସବୁଠାରୁ ବଡ଼ ମିଛ କହିଛି ବିଏମ୍‌ସି । ଲୋକଙ୍କୁ ଜାଗାମିଶନ ନାଁରେ ଘର ଦେବା କହି ଠକିଛି । ତାହା ପୁଣି ମୁଖ୍ୟମନ୍ତ୍ରୀଙ୍କ ମୁହଁରେ । ବିଏମ୍ସିର ଏହି ବଡ ଠକାମୀ ଆଉ ମିଛକୁ ବିଜେପି ସବୁବେଳେ ବିରୋଧ କରିଛି । କାରଣ ଏଭଳି ମିଛ କହି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ବିଏମ୍ସି କେବଳ ଭୋଟ ରାଜନୀତି କରୁଛି । ତେଣୁ ସବୁ ବେଳେ ବିଶ୍ୱସ୍ତରୀୟ ଯୋଜନାର କଥା କହୁଥିବା ମେୟରଙ୍କ ଚେତାଇ ଦେଉଛୁ ଯେ ଲୋକଙ୍କୁ ସେବା ଯୋଗାଇବାରେ ସଠିକ ଢଙ୍ଗରେ କାର୍ଯ୍ୟ କରନ୍ତୁ । ନହେଲେ ସମୟ ଆସିବ ଲୋକେ ଆପଣଙ୍କୁ ଜବାବ ମାଗିବେ ।" ସେପଟେ ବିଜେପି କର୍ପୋରେଟର କହିଛନ୍ତି ଏଠି ସବୁ ବିକାଶ କେବଳ କାଗଜ ପତ୍ରରେ, ବାସ୍ତବତା କିନ୍ତୁ ଅଲଗା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.