ETV Bharat / state

ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ: ବାଣପୁରରେ ଜନସଭାକୁ ଦେବେ ଉଦ୍‌ବୋଧନ, ଚଳଚଞ୍ଚଳ ବିଜେପି ଶିବିର

author img

By

Published : Dec 26, 2022, 6:04 PM IST

ବୁଧବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ପଲଟନ ପଡିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ନେତୃତ୍ବରେ ସଭାସ୍ଥଳ ଓ ଆନୁସଙ୍ଗିକ ବ୍ୟବସ୍ଥା ପରଖିଲେ ବିଜେପିର ସ୍ବତନ୍ତ୍ର ଟିମ୍‌ । ଅଧିକ ପଢ଼ନ୍ତୁ

ବାଣପୁର ପଲଟନ ପଡିଆରେ ସ୍ଥିତି ପରଖିଲେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ

ଖୋର୍ଦ୍ଧା: ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ଅଧ୍ୟକ୍ଷ । ଏହି ସଭାରେ ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ଵ ବିଜେପି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସ୍ଥାନୀୟ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମର ମଙ୍ଗ ଧରିଥିବା ବେଳେ ପ୍ରତିଦିନ ମାଳମାଳ ବିଜେପି ନେତାଙ୍କ ପଲଟନ ପଡିଆ ଗସ୍ତ ଜାରି ରହିଛି । ଇତି ମଧ୍ୟରେ ବିଜେପି ପକ୍ଷରୁ ଉଭୟ ବାଣପୁର ଓ ଚିଲିକା ବ୍ଲକ କର୍ମୀଙ୍କ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ କାର୍ଯ୍ୟକ୍ରମର ବ୍ଲ୍ୟୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି । ବୁଧବାର ଜେପି ନଡ୍ଡା ଅପରାହ୍ନ ୩.୩୦ ସମୟରେ ବାଣପୁର ପହଞ୍ଚିବାକୁ ଥିବାବେଳେ ତାଙ୍କ ହେଲିପ୍ୟାଡ଼ ବ୍ଲକ ଅଫିସ ନିକଟରେ ସ୍ଥିରୀକୃତ ହୋଇଥିବା ଜଣାପଡିଛି । ଏହାପରେ ନାଚୁଣୀରେ ପୁରୀ ଲୋକସଭାର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ସଭାସ୍ଥଳ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପରଖିବା ପାଇଁ ଆଜି ମଧ୍ୟାହ୍ନରେ ପଲଟନ ପଡିଆ ପହଞ୍ଚିଥିଲେ ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ତାଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଡି ପୁରନ୍ଦେଶ୍ବରୀଙ୍କୁ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ ପୃଥ୍ଵୀରାଜ ହରିଚନ୍ଦନ । ଏହାପରେ ଏହି ଟିମ ହେଲିପ୍ୟାଡ଼ ସ୍ଥଳ ପରିଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ସୁରେନ୍ଦ୍ରନାଥ ମୁର୍ମୁ, ଡିଏସପି ଡିଆଇବି ଅତନୁ ରାଉତ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ପ୍ରମୁଖ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା, ଟ୍ରାଫିକ, ପାର୍କିଙ୍ଗ ଓ ବ୍ୟାରିକେଡ଼ ବ୍ୟବସ୍ଥା ବିଷୟରେ ଆୟୋଜକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.