ETV Bharat / state

ଭୁବନେଶ୍ବର ପଳାଶୁଣିରେ ହେବ ଫୁଟ୍‌ ଓଭରବ୍ରିଜ୍‌: ଅପରାଜିତା ଷଡ଼ଙ୍ଗୀ - ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ଚତୁର୍ଥ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । 2022-23 ଆର୍ଥିକ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ନେଇ ସୂଚନା ଦେଲେ । ଅଧିକ ପଢନ୍ତୁ

mp aparajita sarangi presents annual report card
ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଅପରାଜିତା
author img

By

Published : Jul 14, 2023, 10:19 PM IST

ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଅପରାଜିତା

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣିରେ ଖୁବଶୀଘ୍ର ଆରମ୍ଭ ହେବ ଫୁଟ ଓଭର ବ୍ରିଜ । ଅଗଷ୍ଟ 1ରୁ ସତସଙ୍ଗ ବିହାରରେ ଫୁଟ ଓଭର ବ୍ରିଜ କାମ ଆରମ୍ଭ ହେବ ଆରମ୍ଭ ହେବ ଯେଉଁଥିରେ ଲିଫ୍ଟ ଲଗାଯିବ । ନିଜ ବାର୍ଷିକ ରିପୋର୍ଟ ଉପସ୍ଥାପନା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । 23କୋଟି 46 ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି ହେଉଥିବା ହଂସପାଳ ଫ୍ଲାଏ ଓଭରର କାର୍ଯ୍ୟ 65 ପ୍ରତିଶତ ସରିଥିବା ବେଳେ 31 ଡିସେମ୍ବର 2023 ସୁଦ୍ଧା ସରିବ । ମୋଟ 6462 କୋଟିର କାମ NHAI ଦ୍ୱାରା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କରାଯାଉଛି । କ୍ୟାପିଟାଲ ରିଙ୍ଗ୍ ରୋଡ଼ କାମ ଶୀଘ୍ର ଆରମ୍ଭ ହେବା ସହ ଆସନ୍ତା ସପ୍ତାହରେ ଖୋର୍ଦ୍ଧା ବାଇପାସ୍‌ ରୋଡ୍‌ କାମ ଆରମ୍ଭ ହୋଇ ଦେଢ଼ ବର୍ଷ ଭିତରେ ସରିବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରାଜ୍ୟ ଶାସନ ବ୍ୟବସ୍ଥା ନାହିଁ: ଅପରାଜିତା ଷଡ଼ଙ୍ଗୀ

ଚତୁର୍ଥ ବର୍ଷ ପାଇଁ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । 20222-23 ଆର୍ଥିକ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କେତେ ଖର୍ଚ୍ଚ ହୋଇଛି, କେବେ କାମ ହୋଇଛି ଏବଂ କେବେ ଶେଷ ହେବ ସେସବୁର ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମୋଟ 6462 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, "30ଟି ଭେଇକିଲ ଅଣ୍ଡର ପାସ, 9ଟି ଫ୍ଲାଇ ଓଭର, 4ଟି ଫୁଟ ଓଭର ବ୍ରିଜ, ଭୁବନେଶ୍ୱର-ଖୋର୍ଦ୍ଧା ଏବଂ ଟାଙ୍ଗି ମଧ୍ୟରେ 111 କିମିର କ୍ୟାପିଟାଲ ରିଙ୍ଗ୍ ରୋଡ ତିଆରି ହେବ । ସେହିପରି ଖୋର୍ଦ୍ଧା ଟାଉନ ବାଇପାସ ପାଇଁ 197.4 କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଂସଦ ପାଣ୍ଠିରୁ 13. 81 କୋଟି ଟଙ୍କା, CSRରେ 1.38 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ବର୍ଷରେ ଅଭିଯୋଗ ଶୁଣାଣି ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ବର୍ଷେ ମଧ୍ୟରେ ମୋଟ 11,505 ଟି ଅଭିଯୋଗ ଆସିଛି ।"

ସାଂସଦ ଆହୁରି ମଧ୍ୟ କହିଛନ୍ତି, ୪୦୮ଟି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲାଯିବା ସହ କେବଳ ଭୁବନେଶ୍ୱରରେ ୪୩ ଗୋଟି କେନ୍ଦ୍ର ଖୋଲାଯାଇଛି । ୫୫ଟି କେନ୍ଦ୍ର ଭୁବନେଶ୍ୱର ପାଇଁ ଅନୁମୋଦିତ ହୋଇଛି । ଏହାସହିତ ବେଗୁନିଆରେ ଯାତ୍ରୀ ବିଶ୍ରାମଗାର, ଭୁବନେଶ୍ୱରରେ ନୂତନ ରେଳଷ୍ଟେସନ, NISERରେ କ୍ୟାନ୍ସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ତିଆରି ହେବାକୁ ଯୋଜନା ଆରମ୍ଭ ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.