ETV Bharat / state

BJD-BJP Face Off: ବିଜେଡିକୁ ଜବାବ ଦେଲେ ସୂରଜ ସୂର୍ଯ୍ୟବଂଶୀ

ସୂରଜ ଅଭିଯୋଗ କହିଛନ୍ତି ଯେ ପୋଲିସ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିବା ପରେ ବିଜେଡି ପ୍ରବକ୍ତା ମାନେ କହୁଛନ୍ତି ପୋଲିସ ଭଲ ପରିଚାଳନା କଲା । ଅଧିକ ପଢନ୍ତୁ

author img

By

Published : Mar 1, 2023, 8:15 PM IST

Etv Bharat
Etv Bharat
ବିଜେଡିକୁ ଜବାବ ଦେଲେ ସୂରଜ ସୂର୍ଯ୍ୟବଂଶୀ

ଭୁବନେଶ୍ବର: ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା । ଆନ୍ଦୋଳନରେ ଭୟଭୀତ ହୋଇ ବିଜେଡି ପୋଲିସକୁ ବ୍ୟବହାର କରି ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କଲା । ବିଜେଡି ଗୁଣ୍ଡା ମାନେ ବିଜେପି ମହିଳା କର୍ମୀଙ୍କୁ ଅସଦାଚରଣ କରିଛନ୍ତି । ଆଜି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କରିଥିବା ଅଭିଯୋଗର କଡା ଜବାବ ଦେଇ ଏହା କହିଛନ୍ତି ବିଜେପି ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ବିଜେଡିକୁ ପାଲଟା ଆକ୍ରମଣ କରି ସୂରଜ କହିଛନ୍ତି, ‘‘ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା । ଆନ୍ଦୋଳନରେ ଭୟଭୀତ ହୋଇ ବିଜେଡି ପୋଲିସକୁ ବ୍ୟବହାର କରି ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରାଇଛି । ଯୁବମୋର୍ଚ୍ଚାର ମହିଳା କର୍ମୀଙ୍କୁ ମଧ୍ୟ ପୋଲିସ ଓ ବିଜେଡି ଗୁଣ୍ଡାମାନେ ଛାଡିନାହାଁନ୍ତି ।’’ ସୂରଜ ଆହୁରି କହିଛନ୍ତି ବିଜେଡି ପ୍ରବକ୍ତାମାନେ ଆଜି ଏକ ହାସ୍ୟାସ୍ପଦ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ଜଣେ ବ୍ୟକ୍ତିଙ୍କର ରାଜନୈତିକ ନ୍ୟସ୍ତ ସ୍ୱାର୍ଥ ପୂରଣ ବିଜେପି ଯୁବମୋର୍ଚ୍ଚା ଗୁଣ୍ଡାଗର୍ଦ୍ଦି କରିଛି । ମୁଁ ବିଜେଡି କୁ ପ୍ରଶ୍ନ କରୁଛି ବିଜୁ ଜନତା ଦଳ ପ୍ରବକ୍ତା ମାନେ ସେହି ବ୍ୟକ୍ତିଙ୍କ ର ନାଁ ପ୍ରକାଶ କରୁନାହାଁନ୍ତି କହିଁକି? ସେ ବ୍ୟକ୍ତି ଙ୍କ ନାଁ ଧରିବାକୁ ଭୟ କାହିଁକି ? ପରବର୍ତ୍ତୀ ସମୟରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 24 ଘଣ୍ଟା ପରେ ବି କାହିଁକି ମୁହଁ ଖୋଲୁ ନାହାନ୍ତି । ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ । ସେମାନେ ନିଜ ରାଜନୈତିକ ଅପରିପକ୍ୱତାର ପ୍ରମାଣ ଦେଉଛନ୍ତି ।

ଏହାବି ପଢନ୍ତୁ- ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ଏକପାଖିଆ ଆକ୍ରମଣ କରିଛି ପୋଲିସ କହିଲେ ଧର୍ମେନ୍ଦ୍ର

ସୂରଜ ଅଭିଯୋଗ କରି କହିଛନ୍ତି ଗୃହ ବିଭାଗ ଅଧିନର ଘଟଣା ଏହା । ଗୃହ ବିଭାଗର ମନ୍ତ୍ରୀକି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପଦୁଟିଏ କହି ନାହାଁନ୍ତି । କିନ୍ତୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଚାହୁଁଛନ୍ତି । ପୋଲିସ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିବା ପରେ ବିଜେଡି ପ୍ରବକ୍ତା ମାନେ କହୁଛନ୍ତି ପୋଲିସ ଭଲ ପରିଚାଳନା କଲା । ମୁଁ ପ୍ରଶ୍ନ କରୁଛି ପୋଲିସର ଆକ୍ରମଣ କଣ ଭଲ ଭାବେ ପରିଚାଳନା କି? ସାଦା ପୋଷାକ ପିନ୍ଧା ଅଜଣା ଲୋକ ଯାହାକୁ ଆମେ ବିଜୁ ଜନତା ଦଳ ଗୁଣ୍ଡା ଭାବୁଛୁ ସେମାନେ ଯେଉଁ ଭଳି ଯୁବ ମୋର୍ଚ୍ଚାର କର୍ମୀଙ୍କୁ ଆକ୍ରମଣ କଲେ ସେଇଟା ବୋଧେ ପୋଲିସର ସଠିକ ଆନ୍ଦୋଳନ ପରିଚାଳନା?

ଏହାବି ପଢନ୍ତୁ- Odisha Assembly: ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

ସୂରଜ ଆହୁରି କହିଛନ୍ତି ଯେତେବେଳେ ଶାସକ ଦଳ ଅକଳରେ ପଡୁଛି ଉତ୍ତର ରଖିବାର ଆବଶ୍ୟକତା ରହୁଛି ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଉଠାଉଛନ୍ତି । କେନ୍ଦ୍ରମନ୍ତ୍ରୀ କଣ ? ଓଡିଶା ପାଇଁ ତାଙ୍କ ଅବଦାନ କଣ ସାରା ଓଡିଶାବାସୀ ଜାଣିଛନ୍ତି । ତାଙ୍କୁ ଏହି ଘଟଣାରେ ଟାଣି ବିଜୁ ଜନତା ଦଳ ନିଜର ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇଛି । ବିଜେପି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଚାହୁଁଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.