ETV Bharat / state

ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ: 'ବିଜ୍‌ନେସ୍‌ ପାଇଁ ନବଙ୍କୁ ହତ୍ୟା, ଉପକୂଳ ନେତାଙ୍କ ସମ୍ପୃକ୍ତି' - ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ନେତା

ନବ ଦାସଙ୍କ ହତ୍ୟା ଘଟଣାରେ ଜାରି ରହିଛି ରାଜନୈତିକ ବୟାନବାଜି । ବିଜ୍‌ନେସ୍‌ ପାଇଁ ନବ ଦାସଙ୍କୁ ପଲିଟିକାଲି ହତ୍ୟା କରାଯାଇଛି ଏବଂ ଏଥିରେ ଉପକୂଳ ଓଡିଶାର ଜଣେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସପଟେ ପ୍ରକୃତ ହତ୍ୟାକାରୀଙ୍କୁ ସରକାର ଧରିପାରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟା ଘଟଣା
ନବ ଦାସ ହତ୍ୟା ଘଟଣା
author img

By

Published : Feb 6, 2023, 6:40 PM IST

ନବ ଦାସ ହତ୍ୟା ଘଟଣା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବୟାନବାଜି ଜାରି ରହିଛି । ଏହାରି ଭିତରେ ବିସ୍ଫୋରକ ବୟାନ ଦେଇଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ବିଜ୍‌ନେସ୍‌ ପାଇଁ ନବଙ୍କୁ ପଲିଟିକାଲ ମର୍ଡର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ସୁବାସ ।

'ଉପକୂଳ ଓଡିଶାର ବିଜେଡି ନେତା ନବଙ୍କୁ ମାରିଛନ୍ତି': ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, "ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ବହୁତ ଗୁଡାଏ ବିଜନେସ ଥିଲା । ବଡ଼ ବ୍ୟବସାୟିକ ସାମ୍ରାଜ୍ୟ ରହିଥିଲା । ପଶ୍ଚିମ ଓଡ଼ିଶାର ସେ ଜଣେ ଟାଣୁଆ ନେତା ଥିଲେ । ନବଙ୍କ ହତ୍ୟା ପଛରେ ରହିଛି ପଲିଟିକାଲ ଷଡଯନ୍ତ୍ର । ନବଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବିଜ୍‌ନେସ୍‌ ପାଇଁ ନବ ଦାସଙ୍କୁ ପଲିଟିକାଲି ମର୍ଡର କରାଯାଇଛି । ନବ ଦାସଙ୍କର ବିଜ୍‌ନେସ୍‌ ଯେପରି ଚାଲୁଥିଲା, କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି ।"

ତେବେ ବିଜେଡି ନେତା ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଥିବା ଅଭିଯୋଗ କରିଛନ୍ତି ସୁବାସ । ସେ କହିଛନ୍ତି, "ନବ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦଖଲ କରିବା ଲାଗି ତାଙ୍କୁ ହତ୍ୟା କରାଯାଇଛି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି । ପଶ୍ଚିମ ଓଡିଶାର ନେତା ନୁହେଁ, ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି । ଗୋପାଳ ଦାସଙ୍କୁ ଏହି ହତ୍ୟାକାଣ୍ଡରେ କେବଳ ମୋହରା ବନାଯାଇଛି । ଜଣେ ପୋଲିସ ଅଧିକାରୀ ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦିଏ । ସେ ମାରେ ନାହିଁ ।" ତେବେ ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି ସେ କହିଛନ୍ତି ।

'ପ୍ରକୃତ ହତ୍ୟାକାରୀଙ୍କୁ ସରକାର ଧରିପାରିବେ ନାହିଁ': ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏକ ହାଇପ୍ରୋଫାଇଲ ମାମଲା । ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି । ତେଣୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଗଠନ ଲାଗି ଦାବି କରିଥିଲୁ । ହତ୍ୟାକାଣ୍ଡ ବ୍ୟବସାୟିକ କିମ୍ବା ରାଜନୈତିକ ହୋଇପାରେ ବୋଲି ପ୍ରଥମରୁ କହୁଛୁ । ଶତ୍ରୁ ତାଙ୍କ ନିଜ ଦଳର ହୋଇଥାଇ ପାରନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତରୁ କିଛି ବି ସୁଫଳ ମିଳିବ ନାହିଁ । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ । ମୋତେ ଏବଂ ସମସ୍ତଙ୍କୁ ବି ଏହି ସନ୍ଦେହ ଅଛି । ନବ ଦାସଙ୍କ ପ୍ରକୃତ ହତ୍ୟାକାରୀଙ୍କୁ ସରକାର ଧରିପାରିବେ ନାହିଁ ।" ଏହି ହତ୍ୟାକାଣ୍ଡରେ ବଡ଼ବଡ଼ ଲୋକଙ୍କର ସମ୍ପୃକ୍ତି ଓ ବଡ଼ ଷଡ଼ଯନ୍ତ୍ର ଥିବାରୁ ପ୍ରକୃତ ହତ୍ୟାକାରୀକୁ ସରକାର ଧରିବେ ନାହିଁ ବୋଲି କହିଛନ୍ତି ସାଲୁଜା ।

'କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ': ସେପଟେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ସଠିକ ଦିଗରେ ଯାଉଛି ଓ ଏହାପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛନ୍ତି ବ୍ୟୋମକେଶ ରାୟ । ସେ କହିଛନ୍ତି, "ନବ ଦାସଙ୍କ ବିୟୋଗ ସରକାର, ପଶ୍ଚିମ ଓଡ଼ିଶା ଓ ବିଜେଡି ପାଇଁ ବଡ଼ କ୍ଷତି । ସେ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ଥିଲେ । ସଂଗଠନକୁ ସମୃଦ୍ଧ କରିବା ଲାଗି କାର୍ଯ୍ୟ କରୁଥିଲେ । ବିଜେଡିକୁ ସଂଗଠିତ କରିବା ପାଇଁ ସବୁବେଳେ ସେ ଚେଷ୍ଟା କରି ଆସୁଥିଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସମ୍ନାକୁ ଆସିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.