ETV Bharat / state

ବିଜେପି ମହାଜନସମ୍ପର୍କ ଅଭିଯାନ, ଜନତାଙ୍କ ମନ ଜିତିବାକୁ ପ୍ରୟାସ

author img

By

Published : Jul 17, 2023, 1:02 PM IST

ମହାଜନସମ୍ପର୍କ ଅଭିଯାନ ଜରିଆରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି ଭାରତୀୟ ଜନତା ପାର୍ଟି ।

mahajansampark abhiyan in bhubaneswar
ମହାଜନସମ୍ପର୍କ ଅଭିଯାନ
ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜିଲ୍ଲା ବିଜେପି ପକ୍ଷରୁ ମହାଜନସମ୍ପର୍କ ଅଭିଯାନ ହୋଇଛି । ରାଜ୍ୟରେ ପଦ୍ମ ଫୁଟାଇବା ସ୍ବପ୍ନକୁ ସାକାର କରିବା ପଥରେ ବିଜେପି କର୍ମୀ । ୟୁନିଟ-୧ ମଙ୍ଗଳା ମନ୍ଦିର ନିକଟରୁ ଭୁବନେଶ୍ବର ବିଜେପିର ମହାଜନସମ୍ପର୍କ ଅଭିଯାନ ହୋଇଛି । ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଏହି ଜନସମ୍ପର୍କ ଅନୁଷ୍ଠିତ ହୋଇଥିଲା । ଏହି ଜନସମ୍ପର୍କ ଅଭିଯାନ ଜରିଆରେ ଜନତାଙ୍କ ମନ ଜତିବା ସହ ଓଡିଶାରେ ପଦ୍ମ ଫୁଟାଯିବାର ସ୍ବପ୍ନ ପୂରଣ ପାଇଁ ପ୍ରୟାସ କରିଛି ବିଜେପି ।

9 ବର୍ଷରେ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ୟୁନିଟ 1 ସ୍ଥିତ ବସ୍ତି ଏବଂ ଦୋକାନ ଓ ବଜାର ହାଟ ଗୁଡ଼ିକ ବୁଲି ବୁଲି ଲୋକମାନଙ୍କୁ ସଚେତନ କରିଥିଲେ ବିଜେପି କର୍ମୀ । ବିଭିନ୍ନ ଯୋଜନାର ପୋଷ୍ଟର ମାରିବା ସହ ଲିଫଲେଟ ବଣ୍ଟନ କରିଥିଲେ । ଏହା ସହ ରାଜ୍ୟ ସରକାରଙ୍କ ବିରୋଧରେ ଥିବା ବିଭିନ୍ନ ପ୍ରସଙ୍ଗକୁ ଲୋକଙ୍କ ପାଖରେ ରଖିଥିଲେ । କେନ୍ଦ୍ର ସରକାରଙ୍କ ଅନେକ ଜଣ କଲ୍ୟାଣକାରୀ ଯୋଜନା ବାଟମାରଣା ହେଉଥିବା ଅଭିଯୋଗ କରିଛି ବିଜେପି । ତେଣୁ ବାସ୍ତବିକ କେଉଁ ଯୋଜନାର କଣ ରହିଛି ସୁବିଧା ସେନେଇ ଲୋକଙ୍କୁ ଏହି ମହାଜନସମ୍ପର୍କ ଅଭିଯାନ ଜରିଆରେ ସୂଚନା ଦେଇଛି ବିଜେପି ।

ଏହା ବି ପଢନ୍ତୁ...ଦିନିକିଆ ଗସ୍ତ ସାରି ଫେରିଲେ ବିଶ୍ବେଶର ଟୁଡୁ, ମହାଜନସମ୍ପର୍କ ଅଭିଯାନରେ ଦେଲେ ଯୋଗ

ବିଗତ ୧୫ ଦିନ ଧରି ରାଜଧାନୀ ଗଳିକନ୍ଦି ଦୋକାନରୁ ଦୋକାନ ବୁଲି 9 ବର୍ଷର ବିଜେପି ଶାସିତ କେନ୍ଦ୍ର ସରକାର ଓ ମୋଦିଙ୍କ ସଫଳ ଯୋଜନା ଓ ତାର ମିଶନ ପାଇଁ ଲୋକଙ୍କ ଠାରୁ ଠାରୁ ମତ ବି ନେଉଛନ୍ତି ବିଜେପି କର୍ମୀ । ମୋଦି ସରକାରଙ୍କ ସପକ୍ଷରେ କଣ ରହିଛି ଜନମତ ସେ ନେଇ ମଧ୍ୟ ଲୋକଙ୍କ ମତ ଗ୍ରହଣ କରୁଛନ୍ତି । ମୋଦିଙ୍କ ସପକ୍ଷରେ ଅଧିକ ଜନମତ ରହିଛି ବୋଲି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।

ଏହି ଅଭିଯାନକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆହୁରି କହିଛନ୍ତି, '' ଏହି ଅଭିଯାନରେ ଆମେ ପ୍ରଚାର ପ୍ରସାର ପତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ କେନ୍ଦ୍ରର ଯୋଜନା ସମ୍ପର୍କରେ ଅବଗତ କରାଉଛୁ । ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଉପରେ ଲୋକଙ୍କୁ ବୁଝାଉଛି । ଏହା ସହ ଓଡିଶାରେ ବିଜେପି ସରକାରଙ୍କ ଡବଲ ଇଞ୍ଜିନ କଥା କହୁଛୁ । ରାଜ୍ୟସରକାରଙ୍କ ପ୍ରତାରଣା କଥା ଲୋକେ ବୁଝିଛନ୍ତି ସଚେତନ ହେଲେଣି ତେଣୁ ଲୋକଙ୍କର ଥିବା ଗ୍ରହଣୀୟତାକୁ ନେଇ ଆମେ ନିଶ୍ଚୟ ଓଡ଼ିଶାରେ ସରକାର ଗଢ଼ିବୁ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.