ETV Bharat / state

ଉତ୍ତରାଖଣ୍ଡରୁ ଫେରିଥିବା ଶ୍ରମିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କେବଳ ଡ୍ରାମାବାଜି: ବିଜେପି

ବିଜେପି ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି ଗତ ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ଗୃହରେ ଜିଲ୍ଲା ୱାରି ଦାଦନ ଶ୍ରମିକଙ୍କ ତାଲିକା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଅସଲ ମୁଖା ଗତ କାଲି ପର୍ଦ୍ଦାଫାଶ ହୋଇଛି । ଓଡିଆ ଦାଦନ ଶ୍ରମିକଙ୍କ ଅବସ୍ଥାର ଲଜ୍ଜ୍ୟାଜନକ ସ୍ଥିତିକୁ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 2, 2023, 10:30 PM IST

ଉଦ୍ଧାର ଶ୍ରମିକ ଜଣେ ଜଣେ ହିରୋ; ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣାଦାୟକ: ମୁଖ୍ୟମନ୍ତ୍ରୀ   ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ରୁ ୪ ଜଣ ଓଡ଼ିଆ ଶ୍ରମିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ  Read more at: https://www.etvbharat.com/oriya/odisha/state/khurda/cm-naveen-patnaik-meets-four-odia-workers-who-were-rescued-from-uttarakhand-tunnel-recently/or20231201205832845845652

ଭୁବନେଶ୍ବର: ଉତ୍ତରାଖଣ୍ଡରୁ ଫେରିଥିବା ଶ୍ରମିକଭାଇମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇବା କେବଳ ଏକ ଡ୍ରାମାବାଜି। ରାଜ୍ୟରେ ରୋଜଗାର ନାହିଁ କି ନିଯୁକ୍ତି ନାହିଁ । ରୋଜଗାର ଅଭାବ କାରଣରୁ ରାଜ୍ୟର ହଜାର ହଜାର ଲୋକ ରାଜ୍ୟ ବାହାରେ ଆଜି ଦାଦନ ଖଟୁଛନ୍ତି । ଆଉ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦୁର୍ଘଟଣାର ସାମନା କରୁଛନ୍ତି । ଗତକାଲି ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଓଡିଆ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟ ସରକାର ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ରାଜ୍ୟ ବିଜେପି ।

ବିଜେପି ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି ଗତ ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ଗୃହରେ ଜିଲ୍ଲା ୱାରି ଦାଦନ ଶ୍ରମିକଙ୍କ ତାଲିକା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଅସଲ ମୁଖା ଗତ କାଲି ପର୍ଦ୍ଦାଫାଶ ହୋଇଛି । ଓଡିଆ ଦାଦନ ଶ୍ରମିକଙ୍କ ଅବସ୍ଥାର ଲଜ୍ଜ୍ୟାଜନକ ସ୍ଥିତିକୁ ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରୁ ଜଣେ ହେଲେ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇନଥିବା ରାଜ୍ୟ ସରକାର ବିଧାନସଭାରେ କହିଥିଲାବେଳେ ଓଡ଼ିଶାକୁ ଏବେ ସୁଦ୍ଧା ଉତ୍ତରାଖଣ୍ଡରୁ ଫେରିନଥିବା ଜଣେ ଶ୍ରମିକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ- ଉଦ୍ଧାର ଶ୍ରମିକ ଜଣେ ଜଣେ ହିରୋ; ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣାଦାୟକ: ମୁଖ୍ୟମନ୍ତ୍ରୀ

ସେହିପରି ଗତକାଲି ମୟୂରଭଞ୍ଜ ଜିଲ୍ଲାର ୩ଜଣ ଶ୍ରମିକ ରାଜୁ ନାୟକ, ଧୀରେନ ନାୟକ ଓ ବିଶେଶ୍ବର ନାୟକ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାବେଳେ ବିଧାନସଭାରେ ରାଜ୍ୟ ସରକାର ଉତ୍ତର ରଖିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାରୁ ମାତ୍ର ୧୦ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ବାହାରକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ୩ଜଣ ଶ୍ରମିକଙ୍କ ନାମ ବିଧାନସଭା ଉତ୍ତରରେ ଥିବା ୧୦ଜଣ ତାଲିକାରେ ଅଛି ତ ପ୍ରଶ୍ନ କରିଛି ବିଜେପି।

ଓଡ଼ିଶା ଫେରି ନବୀନ ନିବାସ ଯାଇଥିବା ନବରଙ୍ଗପୁର ଜିଲ୍ଲାର ଭଗବାନ ବାତ୍ରାଙ୍କର ନାମ ସରକାରଙ୍କ ବିଧାନସଭା ଉତ୍ତରର ସେହି ଜିଲ୍ଲାର ୪୦୩ଜଣ ତାଲିକା ମଧ୍ୟରେ ଅଛି ତ? ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ନିଜ ଜିଲ୍ଲା ସୁନ୍ଦରଗଡରୁ କେହି ହେଲେ ଜଣେ ବି ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇନଥିବା ବିଧାନସଭାରେ ସରକାର ଉତ୍ତର ରଖିଲେ । ମାତ୍ର ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକର ବାମଡେରା ଗାଁର ମିଶ୍ର ମାଝୀ ନାମକ ଦାଦନ ଶ୍ରମିକ ଓ ସେହି ବ୍ଲକର ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଗତ କିଛିମାସ ମଧ୍ୟରେ ରାଜ୍ୟକୁ ଫେରିଛି । ସେହି ଜିଲ୍ଲାର ଅନ୍ୟ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ କିଛି ଦିନ ପୂର୍ବରୁ ବାହାର ରାଜ୍ୟରେ ହୋଇଛି ।

ତେଣୁ ଦାଦନ ଶ୍ରମିକମାନଙ୍କର ଦୁଃଖ ଲୁଚାଇବା ପାଇଁ ସେମାନଙ୍କର ଭାବାବେଗ ଓ ଦୁର୍ବଳତାର ଫାଇଦା ନେଇ ରାଜ୍ୟ ସରକାର ଡ୍ରାମାବାଜି କରୁଛନ୍ତି। ଯାହା ରାଜ୍ୟର ବିକାଶର ମିଛ ଚିତ୍ରକୁ ପଦାରେ ପକାଇଛି । ଓଡିଶା ଫେରିଥିବା ଦାଦନ ଶ୍ରମିକମାନେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ନଥିବାରୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ ପାଇଁ ଯିବାକୁ କହିବାଠୁ ଅଧିକ କରୁଣ ପରିସ୍ଥିତି ଆମ କିଛି ନହୋଇପାରେ ବୋଲି ବିଜେପି ମୁଖପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.