ETV Bharat / state

ରାଜ୍ୟର ଏକ ଆଞ୍ଚଳିକ ଦଳ ସବୁଠୁ ଅଧିକ ଫଣ୍ଡ ଆଦାୟ କରିବା ଆଶ୍ଚର୍ଯ୍ୟ: ବିଜେପି - ବିଜେପି

ADR ରିପୋର୍ଟ ଅନୁସାରେ ବିଜେଡି ଦେଶର ଦ୍ବିତୀୟ ସର୍ବାଧିକ ଧନୀ ଆଞ୍ଚଳିକ ଦଳ । ରାଜ୍ୟର ଏକ ଆଞ୍ଚଳିକ ଦଳ ସବୁଠୁ ଅଧିକ ଫଣ୍ଡ ଆଦାୟ କରିବା ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହିଛି ବିଜେପି । ଅଧିକ ପଢନ୍ତୁ

BJP reaction on ADR Report
BJP reaction on ADR Report
author img

By

Published : Apr 9, 2023, 6:21 PM IST

Updated : Apr 9, 2023, 6:33 PM IST

ରାଜ୍ୟର ଏକ ଆଞ୍ଚଳିକ ଦଳ ସବୁଠୁ ଅଧିକ ଫଣ୍ଡ ଆଦାୟ କରିବା ଆଶ୍ଚର୍ଯ୍ୟ: ବିଜେପି

ଭୁବନେଶ୍ବର: ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ADR) ରିପୋର୍ଟ ଅନୁସାରେ ବିଜେଡି ଦେଶର ଦ୍ବିତୀୟ ସର୍ବାଧିକ ଧନୀ ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି । ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ରାଜ୍ୟର ଏକ ଆଞ୍ଚଳିକ ଦଳ ସବୁଠୁ ଅଧିକ ଫଣ୍ଡ ଆଦାୟ କରିବା ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହିଛି ବିଜେପି । ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ୪ ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ ଅଭିଯୋଗ କରି କହିଛନ୍ତି, " ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ଏହି ଅର୍ଥ ମହଜୁଦ କରିଛି ବିଜେଡି । ଯାହାକୁ ବିଜେଡି ନିର୍ବାଚନରେ ବ୍ୟବହାର କରୁଛି । ଶିଳ୍ପ ସଂସ୍ଥା ମାନଙ୍କ ସହ ଚୁକ୍ତି ସ୍ବାକ୍ଷର କଲା ବେଳେ ସେମାନଙ୍କୁ ଟଙ୍କା ଦେବା ପାଇଁ ଚାପ ପକା ଯାଉଥିବାରୁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁ ନାହାନ୍ତି । ଓଡିଶାକୁ ଶୋଷଣ କରୁଛି ବିଜେଡି । ଏମଓୟୁ କରିବା ସମୟରେ ବ୍ୟାପକ ଅର୍ଥ ହେରଫେର କରୁଛନ୍ତି । ଏବେ ନୂଆ ସ୍ଵପ୍ନ ଦେଖାଉଛନ୍ତି ସରକାର ନିପନ ଷ୍ଟିଲ ମାଧ୍ୟମରେ । ସେମାନେ ଯେତେବେଳେ ଓଡିଶା ଆସିବେ ଇନଭେଷ୍ଟମେଣ୍ଟ କରିବା ପାଇଁ ପୋସ୍କୋ ଭଳି ଫେରି ପଳାଇବେ । ଓଡିଶା ସରକାର ବିଜେଡିକୁ ପୋଷିବା ପାଇଁ ଯେଉଁ ଖର୍ଚ୍ଚ ଦରକାର ବିଶ୍ବର କୌଣସି ଶିଳ୍ପ ସଂସ୍ଥା ତାଙ୍କୁ ଦେଇପାରିବେ ନାହିଁ । ତେଣୁ ଏ ଯେଉଁ ଚୋର ଲୁଚକାଳି ଖେଳ ଖେଳୁଛି ବିଜେଡି ତାକୁ ବନ୍ଦ କରୁ।"

ଏହା ବି ପଢନ୍ତୁ- ଦେଶର ଦ୍ବିତୀୟ ଧନୀ ଦଳକୁ ସୁରଙ୍କ ଟାର୍ଗେଟ, ‘ବିଭିନ୍ନ ସୁତ୍ରରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛି ବିଜେଡି’

ସେହିପରି ବିଜେଡ଼ି ବିଧାୟକ ଧ୍ରୁବ ଚରଣ ସାହୁ କହିଛନ୍ତି, "ଏହା ସ୍ବାଭାବିକ କଥା । ସବୁ ଦଳ ତାଙ୍କର ଆୟ ବ୍ୟୟର ହିସାବ ଦେଉଛନ୍ତି ଆମେ ବି ଦେଇଛୁ । ଏହି ରିପୋର୍ଟ ପୂର୍ବରୁ ଆସିଥିବା ଆଉ ଏକ ରିପୋର୍ଟ କହୁଛି ଜାତୀୟ ସ୍ତରରେ ବିଜେପି ପାଖରେ ସବୁଠୁ ଅଧିକ ଧନ ଅଛି । ସେ କଣ ବିଜେଡି ଆଡ଼କୁ ଆଙ୍ଗୁଳି ଦେଖାଉଛନ୍ତି । ବିଜେପି ଯେଉଁ କଳା ଧନର ଅଭିଯୋଗ କରୁଛି ତାହାର କିଛି ପ୍ରମାଣ ନାହିଁ । ଏହା କେବଳ ଏକ ଅବାନ୍ତର ଅଭିଯୋଗ ।"

ସେପଟେ କଂଗ୍ରେସ ମଧ୍ୟ ଏହି ରିପୋର୍ଟ ନେଇ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଅଭିଯୋଗ ଆଣି କହିଛନ୍ତି, " ବିଜେଡି ବଡ଼ ବଡ଼ କର୍ପୋରେଟ ସଂସ୍ଥାଠାରୁ ଚାନ୍ଦା ଆଦାୟ କରୁଛି । ଖଣି ଖାଦାନରୁ ମଧ୍ୟ ବିଜେଡି କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଛି । ଖୋର୍ଦ୍ଧା ଜିଲ୍ଲାରେ ମୂଲ୍ୟବାନ ଜମିକୁ କମ ଟଙ୍କାରେ ବିକ୍ରି କରି ବିଜେଡି ବିପୁଳ ଅର୍ଥ ଆଦାୟ କରୁଛି । ଏଣୁ ବିଜେଡି ନିକଟରେ ଅଧିକ ପାଣ୍ଠି ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 9, 2023, 6:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.