ETV Bharat / state

'ନବ ଦାସ ନିଆଁ ଲିଭିବ ନାହିଁ, ବଢୁଥିବା ସନ୍ଦେହକୁ ଦୂର କରନ୍ତୁ ସରକାର' - ବିଜୟ ମହାପାତ୍ର

ମନ୍ତ୍ରୀ ନବ ଦାସ ନିଆଁ ଲିଭିବ ନାହିଁ । ବଢୁଥିବା ସନ୍ଦେହକୁ ସରକାର ଦୂର କରନ୍ତୁ ବୋଲି ଦାବି ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ

BJP Leader Bijoy Mohapatra
BJP Leader Bijoy Mohapatra
author img

By

Published : Mar 9, 2023, 9:40 PM IST

ବଢୁଥିବା ସନ୍ଦେହକୁ ଦୂର କରନ୍ତୁ ସରକାର

ଭୁବନେଶ୍ବର: ସମ୍ବେଦନଶୀଳ ନବ ଦାସ ହତ୍ୟା ମାମଲା ବାଟବଣା ହେବାରେ ଲାଗିଛି । ହତ୍ୟା ଘଟଣାର ତଦନ୍ତ ଆଗକୁ ନେବାକୁ ଚାହୁଁନାହାନ୍ତି ୨ ଅଣ ଓଡିଆ ଅଫିସର । ଜଣେ ଆଇଏଏସ ଓ ଆଉ ଜଣେ ଆଇପିଏସ ଅଫିସର ଏହା ଚାହୁଁନାହାନ୍ତି । ଘଟଣା ବାବଦରେ ଲୋକଙ୍କୁ ଚାପ ପକାଇ ପ୍ରତିକ୍ରିୟା ରଖିବାକୁ ବାଧ୍ୟ କରାଯାଉଛି । ନବ ଦାସ ହତ୍ୟାକାଣ୍ଡର ନିଆଁ ଲିଭିବ ନାହିଁ । ସାଧାରଣରେ ବଢୁଥିବା ସନ୍ଦେହକୁ ସରକାର ଦୂର କରନ୍ତୁ ବୋଲି ଦାବି କରିବା ସହିତ ୨ ଅଫିସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ବିଜୟ କହିଛନ୍ତି, "କିଛି ପୋଲିସ ଅଧିକାରୀ ରାଜ୍ୟ ପୋଲିସ ବିଭାଗକୁ ଚଳାଉଛନ୍ତି । ଦୁଇ ଜଣ ଅଣ ଓଡିଆ ଅଫିସର ସମସ୍ତ ଘଟଣାର ମୁଖ୍ୟ ନାୟକ । ଜଣେ ଆଇଇଏସ ଏବଂ ଆଉ ଜଣେ ଆଇପିଏସ ଅଫିସର । ନବ ହତ୍ୟା ଘଟଣାକୁ ଆଗକୁ ନେବାକୁ ସେମାନେ ଚାହାଁନ୍ତି ନାହିଁ । ଅଭିଯୁକ୍ତ ଓ ପୀଡିତଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ଅନ୍ୟମାନଙ୍କ ଜରିଆରେ ସେମାନେ ବ୍ୟବସ୍ଥା କରୁଛନ୍ତି । ସମସ୍ତଙ୍କୁ ଧମକେଇବା ଏମାନଙ୍କ କାର୍ଯ୍ୟ । ଝାରସୁଗୁଡାର ଜିଲ୍ଲା ପରିଷଦ ସଭ୍ୟ ଥିବା ବିଜୁ ଜନତା ଦଳର ନେତା ଘଟଣା ସମ୍ପର୍କରେ ଜାଣିଛନ୍ତି । ନବ ଦାସଙ୍କ ପାଖ ଲୋକ ଭାବେ ସେମାନେ ପରିଚିତ । ସେମାନଙ୍କୁ ଧମକେଇ ରଖାଯାଇଛି । ମିଡିଆ ଆଗରେ କିଛି କହିବାକୁ ବାରଣ କରାଯାଇଛି । ଆଜି ବି ସେମାନେ ଅଛନ୍ତି, ପୋଲିସ ସେମାନଙ୍କୁ ଜାଣିଛି । ତାଙ୍କୁ ଭୟଭୀତ କରାଇ ଘଟଣା ବିଷୟରେ ବାହାରେ ନ କହିବାକୁ ଚାପ ସୃଷ୍ଟି କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଅଫିସରଙ୍କର ଅହଙ୍କାର ବଢିଯାଇଛି । ଆମେ ଯାହା କହିବୁ ସେଇୟା ହେବ । ଆମେ କଥାରେ ପୋଲିସ ଚାଲିବ । ଆମେ ଯେମିତି କହିବୁ, ପୋଲିସ ସେମିତି ଚାଲିବ । ଅହଙ୍କାରରେ ଥିବାରୁ, ଭୁଲି ଯାଇଛନ୍ତି ସେମାନଙ୍କ ଭବିଷ୍ୟତରେ କଣ ଅଛି । ସବୁ ମୁଁ ବୋଲି ସେମାନେ ଭାବି ନେଇଛନ୍ତି । ନିଜକୁ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ ଭାବି ନେଇଛନ୍ତି । ଶାସନ କହିଲେ ନିଜକୁ ଭାବି ନେଇଛନ୍ତି । ଅହଙ୍କାରରୁ ସେମାନେ ଓହ୍ଲେଇ ଆସନ୍ତୁ । ଏତେ ବଡ଼ ସମ୍ବେଦନଶୀଳ ଘଟଣା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯିବ । ସେମାନେ ଆଜି ବି ଚାହୁଁଛନ୍ତି ଘଟଣାର ତଦନ୍ତ ସଠିକ ଭାବେ ନହେଉ ।"

ଏହା ବି ପଢନ୍ତୁ- Naba Das Murder Mystry: ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120Bକୁ ଅଣଦେଖା: ବିଜୟ ମହାପାତ୍ର

ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଇନ କ୍ୟାମେରା ହୋଇ ରହିଯାଇଛି । ଇନ କ୍ୟାମେରା କରି ରଖିଲେ ବାହାରେ ସନ୍ଦେହ ବଢିବ । ସନ୍ଦେହର ନିଆଁ ଲିଭିବ ନାହିଁ । ଏ ଘଟଣା ଲିଭିବା ଘଟଣା ନୁହେଁ । ଖାଲି ଅପରାଧୀକୁ ଧରିଦେଲୁ ଏହା ସଫଳତା । ଏହି ଅହଙ୍କାର ଛାଡ଼ନ୍ତୁ । ଯେପର୍ଯ୍ୟନ୍ତ ମୋଟିଭ ନ ଆସିଛି, ସେପର୍ଯ୍ୟନ୍ତ ନବ ଦାସ ନିଆଁ ଲିଭିବ ନାହିଁ । ନବ ଦାସ କିମ୍ବା ତାଙ୍କ ପରିବାର ସେପର୍ଯ୍ୟନ୍ତ ନ୍ୟାୟ ପାଇବେ ନାହିଁ । ଲୋକଙ୍କ ମନରୁ କେବେ ବି ନବ ଦାସ ହତ୍ୟାକାଣ୍ଡର ନିଆଁ ଲିଭିବ ନାହିଁ । ତେଣୁ ବଢୁଥିବା ସନ୍ଦେହ ସରକାର ଦୂର କରନ୍ତୁ ବୋଲି ବିଜୟଙ୍କ ଦାବି ରହିଛି ।

ଯେତେବେଳେ କୌଣସି ଅଭିଯୁକ୍ତ ଜେଲରେ ରୁହେ, ତାହାର ସ୍ବାସ୍ଥ୍ୟ ପରୀକ୍ଷା ଦାୟିତ୍ବ ଆଇଜି ପ୍ରଜିନ୍ସର । ଅପରାଧୀର ସ୍ବାସ୍ଥ୍ୟ ପରୀକ୍ଷା କରେ କେଉଁଠି କ୍ରାଇମବ୍ରାଞ୍ଚ କରେନି । କିନ୍ତୁ କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟସ୍ତ । ଗୋଟିଏ ପରେ ଗୋଟେ ପଦକ୍ଷେପରେ ପ୍ରଳୟଙ୍କାରୀ ଭୁଲ ହେଉଛି । ସତ୍ୟ ଯେପର୍ଯ୍ୟନ୍ତ ବାହାରକୁ ନଆସିଛି, ସେପର୍ଯ୍ୟନ୍ତ ପୋଲିସ, ସରକାର ଓ ଶାସନ କଳ ସମସ୍ତେ ସନ୍ଦେହ ଘେରରେ ରହିବେ ବୋଲି କହିଛନ୍ତି ବିଜୟ ।

ଦୀପାଳି ଦାସ ତାଙ୍କ ବୟାନ ରଖିବେ । ତାଙ୍କୁ ବୟାନ ରଖିବାକୁ ମନା ନାହିଁ । ନେତାମାନେ ତାଙ୍କ ବୟାନ ରଖିବେ । ତାଙ୍କର ବୟାନ ରଖିବା ଅଧିକାର ମଧ୍ୟ ଅଛି । ଏହା ଦୀପାଳି ଦାସଙ୍କ ମାମଲା ନୁହେଁ । ଏହା ରାଜ୍ୟର ମାମଲା । ଆମେ ଦୀପାଳି ଦାସଙ୍କ ସହିତ ସମ୍ପୂର୍ଣ୍ଣ ଭାବେ ଏକମତ । ତାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛି । ଦୀପାଳି ଦାସ ଚାହିଁବା ଦରକାର, ସତ ପଦାକୁ ଆସୁ । ଦୀପାଳିଙ୍କୁ ବିରୋଧ କରିବା ଲାଗି କେହି ମତ ରଖୁନାହାନ୍ତି । ତାଙ୍କର ଯେଉଁମାନେ ବିଶ୍ବସ୍ତ, ସେମାନେ ସତ୍ୟପାଠ କାହିଁକି କରୁନାହାନ୍ତି । ଜଷ୍ଟିସ ଦାସ ଓ ପୋଲିସ ଡିଜି ଉତ୍ତର ରଖନ୍ତୁ ବୋଲି ବିଜୟ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.