ETV Bharat / state

Train Accident: 'ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଉନାହିଁ, ତାଙ୍କୁ ଅନ୍ଧାରରେ ରଖାଯାଉଛି'

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଉନଥିବା ବେଳେ ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ବାରମ୍ବାର ମିଛ କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 6, 2023, 8:01 PM IST

ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଉନାହିଁ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଠିକ ତଥ୍ୟ ଦିଆଯାଉନାହିଁ, ତାଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି କହିଛନ୍ତି ବିଜୟ । ଏହାସହ ସେ ରେଳ ବିଭାଗ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରେଳମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହିପାରିବେନି, ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀ ବି ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି । ଏଠି ଦଳ କଥା କିଛି ନାହିଁ ସେ ନିଜ ଉତ୍ତର ଦାୟିତ୍ବ ଭାବେ ଏହି କଥା ଉଠାଇଥିବା କହିଛନ୍ତି ।

ଏ ନେଇ ସେ କହିଛନ୍ତି, "ଫେବ୍ରୁଆରୀ ମାସରେ ଘଟିଥିବା ଘଟଣା ସମାନ ଭାବେ ଜୁନ ମାସରେ କେମିତି ଘଟିଲା । ବିଭାଗର ଅପରାଗତା ପାଇଁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । କେହି ଏଥିରୁ ଦୋଷମୁକ୍ତ ହୋଇପାରିବେନି । ତଳ କର୍ମଚାରୀ କି ଉପର କର୍ମଚାରୀ ହୁଅନ୍ତୁ । ଯେଉଁମାନେ ବିଭାଗକୁ ପରିଚାଳନା କରୁଛନ୍ତି ସେମାନଙ୍କ ଦେହରେ ଏହି ଦୁର୍ଘଟଣାର ରକ୍ତ ଛିଟା ଓ କଳାଦାଗ ସବୁ ଦିନ ପାଇଁ ଲାଗିକି ରହିବ । ଏହି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା । ରେଳ ବିଭାଗର ସବୁଠି ଦୁର୍ନୀତି ହୋଇଛି । ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହିପାରିବେନି । ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀ ବି ତଦନ୍ତ ପରିସରଭୁକ୍ତ କରିପାରେ ।"

ଏହା ବି ପଢନ୍ତୁ- Odisha Train Tragedy: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ସିଗ୍ନାଲ ଟ୍ୟାମ୍ପରିଙ୍ଗ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ରିଲେ ରୁମ ଇଲେକ୍ଟ୍ରୋନିକ୍ସ ରୁମ ଭିତରକୁ କେହି ଯାଇ ପାରିବେନି । କେବଳ ରେଲୱେ ଅଧିକାରୀମାନେ ସେଠାକୁ ଯିବ । ସେ ସବୁ ସ୍ଥାନ କଡ଼ା ସୁରକ୍ଷାରେ ରୁହେ । ବାରମ୍ବାର ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁତାଉଛନ୍ତି । ମୁଁ ମୋ ଉତ୍ତର ଦାୟିତ୍ବ ପାଇଁ ଏହି କଥା ଉଠେଇଛି । ଦଳ କଥା ଏଠି କିଛି ନାହିଁ । ଉଦ୍ଧାର କାର୍ଯ୍ୟରେ ସମସ୍ତେ ଥିଲେ । ସେଠି ଦଳ କଣ ଲୋକେ ଦେଖୁ ନ ଥିଲେ । ସରକାରୀ ତଥ୍ୟଠୁ ଅଧିକ ଲୋକ ମରିଛନ୍ତି । କିନ୍ତୁ ଘଟଣାକୁ ଗୁରୁତର ସହ ନିଆଯାଇ ନାହିଁ ।"

ଏହା ସହ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ ମଧ୍ୟ କରିଛନ୍ତି । ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ । ଭାରତ ଇତିହାସରେ ମଧ୍ୟ ପ୍ରଥମ କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶରେ ବି ଏହା ବିଚଳିତ କଲା ଭଳି ଘଟଣା । ଉଦ୍ଧାର କାର୍ଯ୍ୟ ଯେଉଁ ଭଳି କରାଯାଇଛି ସେଥିରେ ସ୍ଥାନୀୟ ଜନସାଧାରଣଙ୍କର ବଡ଼ ଭୂମିକା ରହିଛି । ସ୍ଥାନୀୟ ଲୋକ ନ କରି ଥିଲେ ହୁଏତ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଥାନ୍ତା । ଡେଥ ଯେତିକି ତାକୁ କୁହାଯାଉଛି ସ୍ଥାନୀୟ ଲୋକେ ତାକୁ ବିଶ୍ବାସ କରି ପାରୁନାହାନ୍ତି । ବାରମ୍ବାର କୁହାଯାଉଛି ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ କହିଲେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଗଲା କିନ୍ତୁ ଆହୁରି ଗୋଟେ ଡ଼ବା ଖୋଲାଯାଇ ନାହିଁ । ହୁଏତ ସେଥିରେ ବି ଡେଡବଡି ମିଳିବ ବୋଲି ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.