ETV Bharat / state

ବିଏମସି ଅଫିସ ନୁହେଁ ଅଙ୍ଗନୱାଡି କେନ୍ଦ୍ର: ବିଜେପି କର୍ପୋରେଟର - ବିଏମ୍ସି ଆଫିସ ନୁହେଁ ଅଙ୍ଗନୱାଡି କେନ୍ଦ୍ର

ବିଏମ୍ସିର ବୈଠକ ଚାଲିଥିବା ବେଳେ ବୈଠକ ଛାଡି ଧାରଣାରେ ବସିଛନ୍ତି ବିଜେପି କର୍ପୋରେଟର । ଶାସକ ଦଳର କର୍ପୋରେଟରମାନେ ବିଏମ୍ସି ଭିତରେ ଦାଦାଗିରି କରୁଥିବା ଅଭିଯୋଗ ଆଣିଲେ କର୍ପୋରେଟର । ଅଧିକ ପଢ଼ନ୍ତୁ

ବୈଠକ ଛାଡି ଧାରଣାରେ ବିଜେପି କର୍ପୋରେଟର
ବୈଠକ ଛାଡି ଧାରଣାରେ ବିଜେପି କର୍ପୋରେଟର
author img

By

Published : Feb 20, 2023, 10:33 PM IST

Updated : Feb 21, 2023, 3:56 PM IST

ବୈଠକ ଛାଡି ଧାରଣାରେ ବିଜେପି କର୍ପୋରେଟର

ଭୁବନେଶ୍ବର: ଶେଷ ହୋଇଛି ବିଏମ୍ସିର କର୍ପୋରେସନ ବୈଠକ । ବିଏମ୍ସିର ବୈଠକ ଚାଲିଥିବା ବେଳେ ବୈଠକ ଛାଡି ଧାରଣାରେ ବସିଛନ୍ତି ବିଜେପି କର୍ପୋରେଟର । ବୈଠକରେ ଚଳିତ ବର୍ଷର ବଜେଟ ପାରିତ ହେଉଥିବା ବେଳେ କକ୍ଷ ତ୍ୟାଗ କରିଛନ୍ତି ସମସ୍ତ ବିଜେପି କର୍ପୋରେଟର। ବଜେଟ ସମୟରେ ବିଜେପି କର୍ପୋରେଟରଙ୍କ ପ୍ରଶ୍ନ ଶୁଣାଯାଉନଥିବା ଓ ଉତ୍ତର ଦିଆଯାଉନଥିବାରୁ କକ୍ଷ ତ୍ୟାଗ କରିଥିବା ସମସ୍ତ ବିଜେପି କର୍ପୋରେଟର ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ ବୈଠକରେ ଶାସକ ଦଳର କର୍ପୋରେଟରମାନେ ସେମାନଙ୍କୁ କହିବାକୁ ସୁଯୋଗ ଦେଉନଥିବା ମଧ୍ୟ ଅଭିଯୋଗ କରଛନ୍ତି । ଶାସକ ଦଳର କର୍ପୋରେଟରମାନେ ବିଏମସି ଭିତରେ ଦାଦାଗିରି ଦେଖାଉଥିବା କର୍ପୋରେଟରେମାନେ କହିଛନ୍ତି । ଏପରିକି ସେମାନଙ୍କ ଦାଦାଗିରି ପରେ ବି ମେୟର ସେମାନଙ୍କ କଥା ଶୁଣୁନଥିବା ଅଭଯୋଗ କରିଛନ୍ତି ।

ଏହା ନୂତନ ବିଲଡିଂ ଉଦଘାଟନ ସମୟରେ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ ଯାଇଥିଲେ ମଧ୍ୟ ସାଂସଦଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଯାହା ସାଂସଦକଙ୍କ ସମ୍ମାନ ବା ମର୍ଯ୍ୟାଦାହାନୀ କରୁଛି । ଏହାକୁ ନେଇ ଧାରଣାରେ ବସିଥିବା କହିଛନ୍ତି କର୍ପୋରେଟର । ତେବେ ବିଜେପି କର୍ପୋରେଟରମାନେ କହିଛନ୍ତି କର୍ପୋରେଟର ଇଲେକ୍ସନକୁ ବର୍ଷେ ପୂରିଥିଲେ ମଧ୍ଯ ତାଙ୍କର ସମସ୍ତ ପ୍ରସ୍ତାବକୁ ଖାରଜ କରାଯାଉଛି । ସେମାନେ ନିଜ ନିଜ ଅଞ୍ଚଳର ଉନ୍ନତି ପାଇଁ ପ୍ରସ୍ତାବ ଦେଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉ ନାହିଁ ।

ଗୁରୁତ୍ବପୂର୍ଣ୍ଣ ବୈଠକରେ ଚାଲିଥିବା ବେଳେ ବିଜେପି କର୍ପୋରେଟରମାନେଙ୍କୁ ପରାମର୍ଶ ଗ୍ରହଣ କରୁ ନାହାଁନ୍ତି ମେୟର । ଚଳିତ ବର୍ଷର ବଜେଟ ପାରିତ ହେଉଥିବା ବେଳେ ବିଜେପି କର୍ପୋରେଟରମାନେଙ୍କୁ ଅଣ ଦେଖା କରାଯାଇଥିବା ଅଭଯୋଗ କରିଛନ୍ତି ଆନ୍ଦୋଳନକାରୀ କର୍ପୋରେଟରମାନେ । ଅନ୍ୟପଟେ ଜଣେ କର୍ପୋରେଟର ବିଏମ୍ସିର ଏହି ବୈଠକକୁ ବା ବିଏମ୍ସିର କାର୍ଯ୍ୟାଳୟକୁ ଅଙ୍ଗନବାଡି ସହ ତୁଳନା କରିଛନ୍ତି । କାରଣ ଅଙ୍ଗନବାଡି କେନ୍ଦ୍ରରେ ଯେଭଳି ଅଣ୍ଡା ଓ ଛତୁଆ ଖାଇବାକୁ ଛୁଆ ମାଡଗୋଲା କରନ୍ତି କର୍ପୋରେସନ ବୈଠକରେ କର୍ପୋରେଟର ମାନେ ସେଭଳି ହେଉଛନ୍ତି । ଲୋକଙ୍କ ସମସ୍ୟାକୁ ଉପସ୍ଥାପନା ନ କରି ନିଜ ନିଜ ଭିତରେ ଗଣ୍ଡଗୋଳ ଓ ମାରପିଟ ହେଉଥିବା ସେ ଅଭିଯୋଗ କରିଛନ୍ତି ।

ଯାହା ଏହି ପବିତ୍ର ଗୃହର ପବିତ୍ରତାକୁ ଓ ମୌର୍ଯ୍ୟଦକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଏହି ଗୃହକୁ ଅଙ୍ଗନବାଡି କେନ୍ଦ୍ର ରୂପେ ଘୋଷଣା କରାଯାଉ। ଆଉ ଲୋକଙ୍କ ସେବା କରିବା ପାଇଁ କହି ସାଧାରଣ ଲୋକଙ୍କ ପଇସାକୁ ଚଳୁ ନ କରାଯାଉ। ଏହା କାହା ବାପାର ସମ୍ପତି ବା ଘର ନୁହେ ସମସ୍ତଙ୍କର କହିବାର ଅଧିକାର ଅଛି ତେଣୁ ଆମକୁ ପକ୍ଷପାତିତା ନ କରି ଅଭଯୋଗ ଶୁଣାଯାଉ । ଏହାସହ ମେୟର ମଧ୍ୟ ଏଭଳି ଘଟଣାକୁ ପ୍ରସୟା ନ ଦେଇ ସମସ୍ତଙ୍କୁ ସମାଧିକରରେ ଦେଖନ୍ତୁ ବୋଲି କହିଛନ୍ତି କର୍ପୋରେଟର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 21, 2023, 3:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.