ETV Bharat / state

ପାଣ୍ଡିଆବିଲିରେ ଡଙ୍ଗା ରାଜନୀତି, ବିଭୁତିଙ୍କ ପରେ ଅପରାଜିତା ଦେଲେ ଲକ୍ଷେ ଟଙ୍କିଆ ଡଙ୍ଗା

ପଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମରେ ଡଙ୍ଗାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅଧିକ ପଢନ୍ତୁ

author img

By

Published : Aug 1, 2022, 5:45 PM IST

ପାଣ୍ଡିଆବିଲିରେ ଡଙ୍ଗା ରାଜନୀତି
ପାଣ୍ଡିଆବିଲିରେ ଡଙ୍ଗା ରାଜନୀତି

ଖୋର୍ଦ୍ଧା: ପଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମରେ ଆଜିବି ମାଟି ମାଡିନି ବିକାଶ । ବର୍ଷକୁ ଆଠ ମାସ ଏଠି ଯାତାୟତ ପାଇଁ ଡଙ୍ଗା ସାଜେ ମାଧ୍ୟମ । ବିଜେପି ନେତ୍ରୀ ତଥା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପାଣ୍ଡିଆବିଲି ଗ୍ରାମବାସୀଙ୍କ ଯାତୟତ ପାଇଁ ଦେଇଛନ୍ତି ଲକ୍ଷେ ଟଙ୍କିଆ ଡଙ୍ଗା । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି ।

ପାଣ୍ଡିଆବିଲିରେ ଡଙ୍ଗା ରାଜନୀତି

ଡଙ୍ଗା ଯୋଗାଇ ବାଃ ବାଃ ନେବାକୁ ରାଜନୈତିକ ନେତାମାନେ ପୁରା ପ୍ରସ୍ତୁତ । କିଛିଦିନ ତଳେ ଦୟା ନଦୀରେ ଯାତାୟତ ପାଇଁ ଗ୍ରାମବାସୀଙ୍କୁ ବିଜେଡି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ଲକ୍ଷେ ଟଙ୍କିଆ ଡଙ୍ଗା ଯୋଗାଇ ଦେଇଥିଲେ । ମାତ୍ର ଗୋଟିଏ ଦିନ ଯାଇନି ଡଙ୍ଗାଟି ପାଣିରେ ବୁଡି ଯାଇଥିଲା ।

ଆଉ ଏବେ ଏହାର ସୁଯୋଗ ନେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଲକ୍ଷ ଟଙ୍କା ବ୍ୟୟରେ ଏକ ଡଙ୍ଗା ଯୋଗାଇ ଦେଇଛନ୍ତି । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଗ୍ରାମବାସୀଙ୍କ ପାଇଁ କୌଣସି ସ୍ଥାୟୀ ସମାଧାନ କରାନଯାଇ ଡଙ୍ଗା ଦିଆଯାଉଥିବାରୁ ଏଭଳି ରାଜନୀତିକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ପୂର୍ବରୁ ରାଜ୍ୟ ସରକାର ଉଭୟ ଗାଁକୁ ମୋଟର ଚାଳିତ ଡଙ୍ଗା ଯୋଗାଇଥିଲେ । ହେଲେ ଯାନ୍ତ୍ରିକ ତୃଟି ପରେ ଅଚଳ ହୋଇ ପଡିଛି ଡଙ୍ଗା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.