ETV Bharat / state

ବିଷ୍ଣୁ ସେଠୀଙ୍କ ବିୟୋଗକୁ ପୂରିଲା ମାସେ, ଧାମନଗରରେ ବିଜେପିର ଶ୍ରଦ୍ଧାଞ୍ଜଳି ସଭା - ବିଷ୍ଣୁ ସେଠୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଧାମନଗରର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗକୁ ପୁରିଲା ୧ ମାସ । ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏବଂ ଏନଏସିରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଛି ବିଜେପି । ଆଗକୁ ଧାମନଗର ଉପନିର୍ବାଚନ ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବିଜେପି ଏଭଳି ଆୟୋଜନ କରିଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ

ବିଷ୍ଣୁ ସେଠୀଙ୍କ ବିୟୋଗକୁ ପୂରିଲା ୧ ମାସ, ଧାମନଗରର ପ୍ରତି ପଞ୍ଚାୟତ ଓ ଏନଏସିରେ ବିଜେପିର ଶ୍ରଦ୍ଧାଞ୍ଜଳି ସଭା

author img

By

Published : Oct 20, 2022, 9:51 AM IST

ଭୁବନେଶ୍ବର: ଧାମନଗର ନିର୍ବାଚନ ମଣ୍ଡଳୀର ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗକୁ ପୁରିଲା ୧ ମାସ । ଆଗକୁ ଧାମନଗର ଉପନିର୍ବାଚନ ରହିଥିବାବେଳେ ଏନେଇ ପ୍ରସ୍ତୁତି କରିଛି ବିଜେପି । ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏବଂ ଏନଏସିରେ ସ୍ବର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଛି ଦଳ । ପ୍ରତ୍ୟେକ ସଭାରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିବା ନେଇ ଦଳ ପକ୍ଷରୁ ନିଷ୍ପତ୍ତି ।

ଗତ ମାସ ୧୯ ତାରିଖ (19 September)ରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ଏହା ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଏଠାରେ ନଭେମ୍ବର ୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ୬ରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇବ । ଏନେଇ ତିନି ଦଳର ରଣନୀତି ଆରମ୍ଭ ହୋଇ ଯାଇଛି । ବିଜେପି ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ମହିଳା କାର୍ଡ ଖେଳିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବରେ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହାପରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ତେବେ ଏଥିପାଇଁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀ ତଥା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବାକୁ ଧାମନଗରରେ ଅଛନ୍ତି । ବିଷ୍ଣୁ ସେଠୀଙ୍କ ବିୟୋଗକୁ ୧ ମାସ ପୂର୍ତ୍ତି ହୋଇଥିବାବେଳେ ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏବଂ ଏନଏସିରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଛି ବିଜେପି । ପ୍ରତ୍ୟେକ ସଭାରେ ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ବ ଉପସ୍ଥିତ ରହିବାନେଇ ମଧ୍ୟ ଦଳ ନିଷ୍ପତ୍ତି ନେଇଛି । ତେବେ ଆଗକୁ ଧାମନଗର ଉପନିର୍ବାଚନ ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବିଜେପି ଏଭଳି ଆୟୋଜନ କରିଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.