ETV Bharat / state

ଚାଷୀଙ୍କ ସମସ୍ୟା ନେଇ ବିଜେପି ଓ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ - ଖୋର୍ଦ୍ଧା କୃଷକ ସମସ୍ୟା

ଖୋର୍ଦ୍ଧା ଜିଲ୍ଲା ଧାନମଣ୍ଡିକୁ ମଳିପଡା ଅନ୍ତର୍ଗତ କଁପୁର ସେବା ସମବାୟ ସମିତିରେ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏଠାକୁ ଧାନ ନେଇ ଆସିଥିବା ଚାଷୀଙ୍କ ଧାନର ମାନ କମ ଥିବା କହି ଫେରାଇ ଦେଇଥିଲେ । ଏହାପରେ ଜିଲ୍ଲାର ସମସ୍ତ ମଣ୍ଡି ଖୋଲିବା ନେଇ ବିରୋଧ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଚାଷୀଙ୍କ ସମସ୍ୟା ନେଇ ବିଜେପି ଓ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ

author img

By

Published : Jan 13, 2022, 7:46 PM IST

ଖୋର୍ଦ୍ଧା: ଜିଲ୍ଲାର ଧାନମଣ୍ଡିକୁ ମଳିପଡା ଅନ୍ତର୍ଗତ କଁପୁର ସେବା ସମବାୟ ସମିତିରେ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏନେଇ ଦୁଇଜଣ ଚାଷୀ ଧାନ ନେଇ ଆସିଥିଲେ ମଣ୍ଡିକୁ । ମାତ୍ର, ଧାନର ମାନ କମ ଥିବା କହି ମିଲର ଚାଷୀଙ୍କ ଠାରୁ ଧାନ କିଣିନଥିଲା । ଫଳରେ ନିରାଶ ହୋଇ ଚାଷୀ ଦୁଇଜଣ ଫେରିଥିଲେ । ଏହାର ପ୍ରତିବାଦ ସହ ଖୋର୍ଦ୍ଧା ଜିଲ୍ଲାରେ ତୁରନ୍ତ ସମସ୍ତ ମଣ୍ଡି ଖୋଲିବା, ଟୋକନ ଅବଦ୍ଧି ବୃଦ୍ଧି କରିବା ସହ ମିଲରଙ୍କ ମନମାନି ବିରୋଧର ବିଜେପି କୃଷକ ମୋର୍ଚ୍ଚା ସହ କଁ ପୁର ସେବା ସମବାୟ ସମିତିର ଶତାଧିକ ଚାଷୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଚାଷୀଙ୍କ ସମସ୍ୟା ନେଇ ବିଜେପି ଓ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ

ସରକାରଙ୍କ ଗାଇଡଲାଇନ ଅନୁଯାଇ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ମଣ୍ଡି ଖୋଲାଯିବା ନେଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଆଜି(ଗୁରୁବାର) ଚାଷୀକୁ ଧାନର ସହାୟକ ମୂଲ୍ୟ ବୃଦ୍ଧି, ତୁରନ୍ତ ମଣ୍ଡି ଖୋଲିବା ଭଳି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଙ୍ଗଠନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.