ETV Bharat / state

ମଲ୍ଟି ପର୍‌ପୋଜ ଇଣ୍ଡୋର ହଲ୍‌ ଉଦଘାଟନ କେବେ ? ବିଜେପିର ଅଭିଯୋଗ ନିମ୍ନମାନର କାମ, କାଉଣ୍ଟର କଲେ କ୍ରୀଡାମନ୍ତ୍ରୀ - ମଲ୍ଟି ପର୍‌ପୋଜ ଇଣ୍ଡୋର ହଲ୍‌ରେ ନିମ୍ନ ମାନର କାମ ହୋଇଛି

Multi purpose Indoor hall: 2021 ମସିହା ଅଗଷ୍ଟ 10 ତାରିଖରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ 89ଟି ବହୁମୁଖୀ ଇଣ୍ଡୋର ହଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ମାର୍ଚ୍ଚ 23 ତାରିଖ ସୁଦ୍ଧା କାମ ଶେଷ ହେବାକୁ ଲକ୍ଷ୍ୟ ଥିଲା । ହେଲେ ଏବେ ଯାଏଁ ଗୋଟିଏ ମଧ୍ୟ ଉଦ୍‌ଘାଟନ ହୋଇନାହିଁ । ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢ଼ନ୍ତୁ

ମଲ୍ଟି ପର୍‌ପୋଜ ଇଣ୍ଡୋର ହଲ୍‌ ଉଦଘାଟନ କେବେ ?
ମଲ୍ଟି ପର୍‌ପୋଜ ଇଣ୍ଡୋର ହଲ୍‌ ଉଦଘାଟନ କେବେ ?
author img

By ETV Bharat Odisha Team

Published : Dec 25, 2023, 8:38 PM IST

ମଲ୍ଟି ପର୍‌ପୋଜ ଇଣ୍ଡୋର ହଲ୍‌ ଉଦଘାଟନ କେବେ ?

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିଶ୍ବସ୍ତରୀୟ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ସତରେ କଣ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହୋଇଛି ? 2021 ମସିହା ଅଗଷ୍ଟ 10 ତାରିଖରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ 89ଟି ବହୁମୁଖୀ ଇଣ୍ଡୋର ହଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 693 କୋଟି 35 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । କ୍ୟାବିନେଟ ଅନୁମୋଦନ ବି ଦେଇଥିଲା । ଲକ୍ଷ୍ୟ ଥିଲା 18 ମାସ ଭିତରେ, ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ 23 ତାରିଖ ସୁଦ୍ଧା କାମ ଶେଷ ହେବ । କିନ୍ତୁ 2023 ମସିହା ସରିବାକୁ ବସିଲାଣି, ସେସବୁ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବି ଜୀବନ୍ୟାସ ପାଇପାରିଲାନି । ପ୍ରଶ୍ନ ଉଠୁଛି, କୁଆଡେ ଗଲା ପ୍ରକଳ୍ପ ? କାହିଁକି ସରକାର ଉଦ୍‌ଘାଟନ କରିପାରିଲେନି ?

'ଅଣଓଡିଆ ଠିକାଦାର ଲୁଟିନେଲେ': ଏହିସବୁ ଇଣ୍ଡୋର ହଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛି ବିଜେପି । ବଡ଼ କଥା ହେଲା ଅଣଓଡିଆ ଠିକାଦାରଙ୍କ ହାତରେ କାମ ଟେକି ଦେଇଥିବାରୁ କୋଟି କୋଟି ଟଙ୍କା ହଡପ ହୋଇଛି ବୋଲି ବିଜେପି ଅଭିଯୋଗ ଆଣିଛି । ଦଳର ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଓ 5T ଦୁର୍ନୀତିର ଗନ୍ତାଘର ପାଲଟିଛି । ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରି ତରବରିଆ ଭାବେ ଅଣଓଡ଼ିଆ ଠିକାଦାରଙ୍କ ହାତରେ ନିର୍ମାଣ କାର୍ଯ୍ୟ ଟେକିଦେଇ ଟଙ୍କା ହଡ଼ପ କରିବାକୁ ଏହି ସବୁ ଯୋଜନା ।"

ଏହା ମଧ୍ୟ ପଢ଼ନ୍ତୁ...'କଂଗ୍ରେସ ଧର୍ମ ନାଁରେ ରାଜନୀତି କରେନାହିଁ, ପରିକ୍ରମା ପ୍ରକଳ୍ପରେ ଅଣଓଡ଼ିଆ ଠିକାଦାର ପୋସା ହେଉଛନ୍ତି'

ଦୁର୍ନୀତି ପଦାରେ ପକାଇଛି SM କନ୍‌ସଲ୍‌ଟାଣ୍ଟ ରିପୋର୍ଟ: ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ସରକାରଙ୍କ ଦ୍ବାରା ନିୟୋଜିତ ଏସ୍‌ଏମ୍‌ କନସଲ୍‌ଟାଣ୍ଟ ଯେଉଁ ପ୍ରକଳ୍ପର ଗୁଣାତ୍ମକ ମାନର ରିପୋର୍ଟ ଦେଇଛି ତାହା ସରକାର, 5T ଓ ପୂର୍ତ୍ତ ବିଭାଗର ଅପାରଗତା ଏବଂ ଦୁର୍ନୀତିକୁ ପଦାରେ ପକାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ ପ୍ରତ୍ୟେକ ପ୍ରକଳ୍ପ ଡିଜାଇନରରେ ଦୋଷ ତ୍ରୁଟି ରହିଛି । କେଉଁଠି ଗଟର ସ୍ଲାବ, ବିମ୍ ଖରାପ ଓ ଏଥିରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଦର୍ଶାଯାଇଛି ତ ଅନ୍ୟ କେଉଁଠି ଡିଜାଇନକୁ ଉଲ୍ଲଙ୍ଘନ କରଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍‌ଏସିରେ ବର୍ଷାରେ ପ୍ରକଳ୍ପର କାନ୍ଥ ଭୁଶୁଡି ଯାଇଥିଲା । ଯେଉଁ କନସଲ୍‌ଟାଣ୍ଟକୁ ଡିଜାଇନ ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଗଲା, ସେହି ସଂସ୍ଥାକୁ ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ପରୀକ୍ଷା କରିବାକୁ ନିଯୁକ୍ତି ଦେଇଛି । ଏହା ସତ୍ତ୍ବେ ଯେତିକି ଦୋଷ ତ୍ରୁଟି ପଦାକୁ ଆସିଛି, ତାହା ବାସ୍ତବିକ ଚିନ୍ତାର ବିଷୟ ହୋଇଛି ।

ମନ୍ତ୍ରୀ କହିଲେ ଉଚ୍ଚକୋଟୀର କାମ ହୋଇଛି: ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଯବାବ ହେଲା ନିମ୍ନମାନର କାମ ହୋଇନାହିଁ । ସେ କହିଛନ୍ତି, "50ରୁ 60ଟି ଇଣ୍ଡୋର୍‌ ହଲ କାମ ଶେଷ ହୋଇଗଲାଣି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଯଦି ନିର୍ଦ୍ଦିଷ୍ଟ ଭାବେ କିଛି ଅଭିଯୋଗ ରହିଛି, ତାହା ସାମ୍ନାକୁ ଆଣନ୍ତୁ ।" ନିର୍ବାଚନ ଥିବାରୁ ବିଜେପି ଏପରି ଅଭିଯୋଗ ଆଣିଛି ବୋଲି ମନ୍ତ୍ରୀ କହିଛନ୍ତି । ଯାହା ଗୋଟିଏ ଦୁଇଟି କମ୍ପ୍ଲେନ ଆସିଛି, ତଦାରଖ କରାଯାଇ ପୁନର୍ବାର କାମ କରାଯିବ, ଏହାପରେ ଉଦ୍‌ଘାଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ମନ୍ଦିର ଜମିରେ ପାର୍କ ନିର୍ମାଣ ତେଜୁଛି ବିବାଦ, କ୍ଷତି ପୂରଣ ଦାବି କଲା ବିଜେପି

ପୂର୍ତ୍ତ ବିଭାଗ ଓ କ୍ରୀଡା ବିଭାଗ ରିପୋର୍ଟରେ ବି ଆସିଲା ସତ: ଗତ ଅକ୍ଟୋବର ମାସ 3 ତାରିଖରେ ପୂର୍ତ୍ତ ବିଭାଗ ଓ କ୍ରୀଡା ବିଭାଗ ପକ୍ଷରୁ ମିଳିତ ଭାବେ ଏସବୁ ପ୍ରକଳ୍ପର ଷ୍ଟାଟସ୍‌ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେହି ରିପୋର୍ଟରେ ବହୁମୁଖୀ ଇଣ୍ଡୋର ହଲ ପ୍ରକଳ୍ପର ଗୁଡିକରେ ହଲରେ ଲିକେଜ୍‌, ପିଲାର ସିପେଜ୍‌, ଉଡେନ୍‌ ଫ୍ଲୋରିଂ ଖସିଯିବା ଭଳି ସାଂଘାତିକ ଦୋଷ ତ୍ରୁଟି ଉଲ୍ଲେଖ ରହିଛି । 19ଟି ବହୁମୁଖୀ ପ୍ରକଳ୍ପର ସିପେଜ୍‌, 20ଟିରେ ଲିକେଜ୍‌, 6ଟି ଉଡେନ୍‌ ଫ୍ଲୋରିଂ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଯେଉଁ ପୂର୍ତ୍ତ ବିଭାଗର ଇଞ୍ଜିନିୟରିଂ ଚିଫ୍‌ ଏଥିପାଇଁ ଦାୟୀ, ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.