ETV Bharat / state

କାଲିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବ ଶଙ୍ଖ କ୍ୟାମ୍ପ - ବିକାଶର ବାର୍ତ୍ତା ପହଞ୍ଚାଇବ ଦଳ‌

ଆସନ୍ତାକାଲି(ଅକ୍ଟୋବର 2) ଠାରୁ ଆରମ୍ଭ ହେବାକୁ ଯାଉଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଦଳ। ଅଧିକ ପଢନ୍ତୁ

bjd padayatra preparation
ବିଜେଡିର ଜନ ସମ୍ପର୍କ ପଦଯାତ୍ରା
author img

By ETV Bharat Odisha Team

Published : Oct 1, 2023, 10:15 PM IST

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ନବୀନ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବ ଦଳ‌ । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଏହି ଜନ ସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ନେତାଜୀ ପଡ଼ିଆର 57 ନମ୍ବର ୱାର୍ଡରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଜି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ।

ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ୧୧ ତାରିଖ ଯାଏଁ ଚାଲିବ ଏହି ଜନ ସମ୍ପର୍କ ପଦଯାତ୍ରା । ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ନେଇ ଲକ୍ଷ୍ୟ ରଖିଛି ଦଳ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛି ଦଳ। ଏହାସହ ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ ହେବ ।

ଚଳିତ ବର୍ଷର ଜନ ସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୧୨ ତାରିଖରୁ ମାସେ ବ୍ୟାପୀ ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ପହଞ୍ଚିବ ଦଳ । ଏହାସହ ଜିଲ୍ଲାପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଏନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି," ପୂର୍ବରୁ ମଧ୍ୟ ଗାନ୍ଧୀ ଜୟନ୍ତିରେ ଏହିଭଳି କାର୍ଯ୍ୟକ୍ରମ କରାଯାଇଥାଏ । ସକ୍ରିୟ କର୍ମୀମାନେ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ।"

ଏହା ବି ପଢନ୍ତୁ...Padayatra politics: ପଦଯାତ୍ରା ଲଢେଇ ଆରମ୍ଭ, ଗାଁ ମୁହାଁ ଦଳୀୟ ନେତା ଓ କର୍ମୀ

ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,"ଏହି କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବ । ବୈଠକ ଓ ଜନ ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ । ବିଜେଡି ବହୁ ପୂର୍ବରୁ ଘର ଘର ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛି । ଆମର କାର୍ଯ୍ୟକ୍ରମ ଲଗାତାର ଭାବେ ହେଉଛି । ଜନ ସମ୍ପର୍କ ପଦଯାତ୍ରା ଲୋକଙ୍କ ନିକଟତର ହେବାକୁ ସୁଯୋଗ ସୃଷ୍ଟି କରିବ।" ତେବେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.