ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କଲେ ମନମୋହନ

author img

By ETV Bharat Odisha Team

Published : Dec 30, 2023, 10:26 PM IST

BJP press Meet: ବିଜେପିର ପଦାଧିକାରୀ ବୈଠକ ପରେ ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛନ୍ତି । ସରକାରକୁ ଆସିଲେ ୨୪ ଘଣ୍ଟା ଭିତରେ ଲୋକମାନଙ୍କ ଚିଟଫଣ୍ଡ ଟଙ୍କା ଫେରାଇବୁ କହିଲେ ମନମୋହନ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କଲେ ମନମୋହନ
ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କଲେ ମନମୋହନ

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କଲେ ମନମୋହନ

ଭୁବନେଶ୍ବର: ବିଜେପିର ପଦାଧିକାରୀ ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କୁ କଲେ ଟାର୍ଗଟେ । କହିଲେ ବିଜେପି ସରକାରକୁ ଆସିଲେ ୨୪ ଘଣ୍ଟା ଭିତରେ ଲୋକମାନଙ୍କ ଚିଟଫଣ୍ଡ ଟଙ୍କା ଫେରାଇବୁ । ଏ ସରକାର ଯାହା କରି ନପାରିଛି ଶାସନ କାଳ ଭିତରେ ଆମେ କରିକି ଦେଖାଇବୁ । ବିଜେପିର ସଂକଳ୍ପ ଗାଁ ଓ ପ୍ରତି ଘରୁ ହେବ ହିସାବ ନିକାସ । ବିଜେଡି ସରକାର କହିଥିଲେ କଣ କରିଛନ୍ତି କଣ ? ତାକୁ ଘରେ ଘରେ ପହେଞ୍ଚେଇବୁ । ଲୋକଙ୍କ ସହ ଆଲୋଚନା କରିବୁ ବୋଲି ମନମୋହନ ସାମଲ କହିଛନ୍ତି ।

ମନମୋହନ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ଅସମ୍ଭବକୁ ସମ୍ଭବ କରିବାରେ ବିଜେ ବିଶ୍ୱାସ ରଖେ । ରାମ ମନ୍ଦିର ନିର୍ମାଣ ହେଉ ଅବା କରୋନା ସମୟ ମୋଦି ଯାହା କହିଛନ୍ତି ତାହା କରିଛନ୍ତି । ପ୍ରତ୍ୟେକଟି ସଫଳତା ଓ ବିକାଶ କଥାକୁ ଆଜିର ପଦାଧିକାରୀ ବୈଠକରେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାର ରାଜ୍ୟକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଦେଇଛନ୍ତି ଯାହାର ହିସାବ ମଗାଯାଉଛି । ହେଲେ ତାହା ଆଜି ପର୍ଯ୍ୟନ୍ତ ମିଳିନାହିଁ ।

ସେହିପରି ସରକାର ରାଜ୍ୟର କେତେ ଜମିର ଜଳ ସେଚନ କରିଛନ୍ତି ? ଚିଟଫଣ୍ଡ ଟଙ୍କା କେତେ ଫେରାଇଛନ୍ତି ? ରାୟଗଡାରେ ଜଣେ ମହିଳାଙ୍କୁ ଯେଉଁଭଳି ପୋଡିକି ମାରିଦେଲେ ତାହାର ଉତ୍ତର ଦେବାକୁ ପଡିବ । ଏହା ସହ ସିବିଆଇ ତଦନ୍ତ କରିବାକୁ ଆମେ ଦାବି ରଖିଛୁ । କେଶ ଦେବେକି ନାହିଁ ସେନେଇ ମଧ୍ୟ କହିବେ । କଳା ଟଙ୍କାରରେ ଏକ ନମ୍ୱରରେ ରାଜ୍ୟ ହୋଇଛି । କେଉଁ ବିଧାନସଭାରେ କ'ଣ କହିଥିଲେ ଏବଂ କ'ଣ କରିବାକୁ କହିଥିଲେ କ;ଣ କରି କରିଛନ୍ତି ତାହାର ଚାର୍ଜସିଟ କରିବୁ ।

ଏହା ମଧ୍ୟ ପଢନ୍ତୁ .....ବିଜେପି ପଦାଧିକାରୀ ବୈଠକ ଆରମ୍ଭ, ଫୋକସରେ 2024 ନିର୍ବାଚନ

ସେ ଆହିରୀ ମଧ୍ୟ କହିଛନ୍ତି, "ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଚିଟଫଣ୍ଡ ଟଙ୍କା ଏ ସରକାର ଫେରେଇଲେ ନାହିଁ ଏପର୍ଯ୍ୟନ୍ତ । ବିଜେପି ସରକାରକୁ ଆସିଲେ ୨୪ ଘଣ୍ଟା ଭିତରେ ଅଡିନାନ୍ସ କରି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଯିବ । ସେହିଭଳି ରାଜ୍ୟ ସରକାର ହେଉଛନ୍ତି ଆଦିବାସୀ ବିରୋଧୀ ସରକାର । କଲେଜରେ ଛାତ୍ର ନିର୍ବାଚନ ନ କରି ନିଜ ପ୍ରଚାରପ୍ରସାର କରିବାରେ ବ୍ୟସ୍ତ ରାଜ୍ୟ ସରକାର । ଶ୍ରୀମନ୍ଦିର ସ୍ୱାଭିମାନକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅନେକ ଚେଷ୍ଟା କରିବା ପରେ ବି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିନଥିଲେ । ହେଲେ ବର୍ତ୍ତମାନ ସମୟରେ ରାଜ୍ୟ ସରକାର ସମସ୍ତ ନୀତି ନିୟମକୁ ଉଲଂଘନ କରି ଶ୍ରୀମନ୍ଦିର ମର୍ଯ୍ୟାଦା ନଷ୍ଟ କରିଛନ୍ତି । ତେଣୁ ଏ ସରକାର ଆଉ ବେଶୀ ଦିନ ନୁହଁ ।"

ଅନ୍ୟପଟେ ୨୦୨୪ ନିର୍ବାଚନରେ ବିଜେପିର ଲକ୍ଷ୍ୟ ୧୪୭ ବିଧାନସଭା ଆସନ । ବୁଥ ଜିତିଲେ ବିଧାନସଭା ଜିତିବ , ବିଧାନସଭା ଜିତିଲେ ପାର୍ଲାମେଣ୍ଟ ଜିତିବ । ସବୁ ଲୋକସଭା ଓ ବିଧାନସଭାରେ ବିଜେପି ଲଢେଇ କରିବ । ୨୧ ଲୋକସଭା ସିଟ୍ ସମେତ ୧୪୭ ବିଧାନସଭା ଆସନକୁ ବେଶୀ ଫୋକସ କରିବା ଲକ୍ଷ୍ୟରେ ରହିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.