ETV Bharat / state

ସମ୍ବଲପୁରରେ ଆକ୍ସନ, ଭୁବନେଶ୍ୱରରେ ରିଆକ୍ସନ; BJD ଜାଳିଲା ଜୟନାରାୟଣଙ୍କ କୁଶପୁତ୍ତଳିକା - ଜୟନାରାୟଣ ମିଶ୍ର ଓ ଆଇଆଇସି ମୁହାଁମୁହିଁ

ଜୟନାରାୟଣ ମିଶ୍ର ଓ ଆଇଆଇସି ମୁହାଁମୁହିଁ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡି । ବିରୋଧି ଦଳ ନେତା ପଦରୁ ଜୟନାରାୟଣଙ୍କୁ ହଟାଇବା ଦାବିରେ ଗର୍ଜିଲା ବିଜେଡି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

BJD stages protest in Bhubaneswar
BJD stages protest in Bhubaneswar
author img

By

Published : Feb 16, 2023, 3:34 PM IST

Updated : Feb 16, 2023, 4:22 PM IST

BJD stages protest in Bhubaneswar

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ଆଇଆଇସି ହାତାହତି ଘଟଣା । ସମ୍ବଲପୁରରେ ଆକ୍ସନ, ଭୁବନେଶ୍ୱରରେ ରିଆକ୍ସନ । ଏହି ଘଟଣାକୁ ନେଇ ଜୟନାରାୟଣଙ୍କୁ କଡା ସମାଲୋଚନା କରି ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ନେତାଙ୍କ କୁଶପୁତ୍ତଳିକା ଦାହ କରିଛି । ଜୟନାରାୟଣଙ୍କୁ ବିରୋଧି ଦଳ ନେତା ପଦରୁ ବିଜେପି ହଟାଉ ବୋଲି ଦାବି କରି ଆନ୍ଦୋଳନ ଜାରି ରଖିଛି ବିଜେଡି ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ବୁଧବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ବିରୋଧୀ ଦଳ ନେତା ଓ ଧନୁପାଲି ଥାନା ଅଧିକାରୀ ଅନୀତି ପ୍ରଧାନ ହାତାହତି ହୋଇଥିଲେ । ଜୟନାରାୟଣ ମହିଳା ଆଇଆଇସିକୁ ଚାପୁଡା ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ମହିଳା ମୋର୍ଚ୍ଚା । ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଶ୍ରୀମୟୀ ମିଶ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୟଙ୍କ ବିରୋଧରେ ନାରାବାଜି କରିଛି । ଗାନ୍ଧିମାର୍ଗରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ପଦଯାତ୍ରୀରେ ଯାଇ ବିଜେଡି ମହିଳା ନେତ୍ରୀମାନେ ଜୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ରାଜ୍ୟସଭା ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ, ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରିଛନ୍ତି । ବିଜେପିର ବିଧାୟକ ଜୟ ନାରାୟଣ ମିଶ୍ର ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧୀ । ଜଣେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀଙ୍କୁ ଧମକଚମକ, ଗାଳିଗୁଲଜ, ଠେଲାପେଲା ଓଡ଼ିଶାର ସଂସ୍କୃତି କିମ୍ବା ପରମ୍ପରା ନୁହେଁ । ଓଡି଼ଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ଯ୍ୟାଦା ବିଷୟରେ କହୁଛି । ହେଲେ ବିଜେପି ଏବଂ ଏହାର ନେତାମାନେ ଏଭଳି ଭାବେ ମହିଳାଙ୍କୁ ଆକ୍ରମଣ କରି ସମ୍ମାନ ଏବଂ ସୁରକ୍ଷା ରକ୍ଷା କରୁଛନ୍ତି । ବିଜେପି ନେତାଙ୍କ ଅସଲ ରୂପ ପଦାରେ ପଡି ଯାଇଛି । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ନେତ୍ରୀ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜୟନାରାୟଣ ମିଶ୍ର-ମହିଳା ଥାନାଧିକାରୀ ଧସ୍ତାଧସ୍ତି ଘଟଣା, ଉଭୟ ପକ୍ଷରୁ ଥାନାରେ ଏତଲା

ସେହିପରି ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ନୈତିକତା ଦୃଷ୍ଟିରୁ ଓଡ଼ିଶା ବିଜେପି ତୁରନ୍ତ ଜୟନାରାୟଣଙ୍କୁ ବିରୋଧି ଦଳ ନେତା ପଦରୁ ହଟାଇନେବା ଉଚିତ । ସର୍ବସାଧାରଣରେ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ଓଡି଼ଶା ବିଜେପି ଏବଂ ଜୟନାରାୟଣ ରାଜ୍ୟର ମହିଳାଙ୍କୁ କ୍ଷମା ମାଗିବା ଉଚିତ । ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ୟାନେଲିଷ୍ଟ ଇପ୍ସିତା ସାହୁ, ସୋଫିଆ ଆଲାମ, ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 16, 2023, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.