ETV Bharat / state

ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ - ସୌମ୍ୟ ପଟ୍ଟନାୟକ ଲାଟେଷ୍ଟ ନ୍ୟୁଜ

ବିଜେଡି ଉପସଭାପତି ପଦରୁ ବିଦା ହେଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ପ୍ରକାଶ ପାଇଲା ବିଜ୍ଞପ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 12, 2023, 3:11 PM IST

Updated : Sep 12, 2023, 3:28 PM IST

ଭୁବନେଶ୍ବର: ବିଜୁ ଜନତା ଦଳର ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଅବ୍ୟାହତି ହେଲା ଦଳ । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାକ୍ଷର ସହ ପ୍ରକାଶ ପାଇଲା ବିଜ୍ଞପ୍ତି । ଦୀର୍ଘ ଦିନ ହେବ ଦଳ, ଦଳର ସଭାପତି ଓ ଦଳର ନିଷ୍ପତ୍ତି ବିରୋଧରେ ସୌମ୍ୟ ଆର୍ଟିକିଲ ଲେଖୁଥିଲେ । ଯାହାକୁ ନେଇ ବିଜେଡିର ଥିଙ୍କ ଟ୍ୟାଙ୍କ୍‌ଙ୍କ ସହ ସୌମ୍ୟଙ୍କର ସମ୍ପର୍କ ଭଲ ନଥିବା ଚର୍ଚ୍ଚା ହେଉଥିଲା । ସେହିପରି ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ପୂର୍ବରୁ ଟ୍ରେଲର ବୋଲି କୁହାଯାଉଛି ।

Soumya Ranjan Patnaik
Soumya Ranjan Patnaik

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ତେବେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି । କାରଣ ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ସୌମ୍ୟଙ୍କ ସମ୍ପାଦକୀୟ ପରେ ସୌମ୍ୟ ପଟ୍ଟନାୟକଙ୍କୁ ପଦରୁ ହଟାଇ ଦେଇଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହସ୍ତାକ୍ଷର ଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- 5T ସଚିବଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ, ସୌମ୍ୟଙ୍କୁ ଦଳୀୟ ନେତାଙ୍କ କଟାକ୍ଷ

ଗତ କିଛିଦିନ ହେଲା ଦଳ ବିରୋଧରେ ସୌମ୍ୟ ମନ୍ତବ୍ୟ ଦେଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା । ସେ ସମ୍ପାଦକୀୟ ଆଳରେ ମିଛି ତଥ୍ୟ ଦେଇ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ ବୋଲି ବିଜେଡି ନେତା ଅଭିଯୋଗ କରୁଥିଲେ । ଏହା ବିରୋଧରେ ଦଳର ସୁପ୍ରିମୋ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଇଛି । ନିଜ ଜନ୍ମଦିବସ ସମ୍ପାଦକୀୟରେ 5ଟି ସଚିବଙ୍କୁ ଘେରିବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରତି 15 ଦିନରେ ମତ ପରିବର୍ତ୍ତନ କରନ୍ତି ବୋଲି କଟାକ୍ଷ କରିବା ପରେ ସୌମ୍ୟ ଶାସକ ଦଳ ନେତାଙ୍କ ବିରୋଧାଭାଷର ଶିକାର ହୋଇଥିଲେ ।

ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି, ଯଦି ଲେଖିବାର ଅଛି ଦଳ ଛାଡ଼ି ଲେଖନ୍ତୁ ବୋଲି ବିଜେଡି ନେତାମାନେ କହିଛନ୍ତି । ମନ୍ତ୍ରୀ ପ୍ରତାପ ଦେବଙ୍କଠୁ ଆରମ୍ଭ କରି ସାଂସଦ ଅମର ପଟ୍ଟନାୟକ ଓ ଅନ୍ୟ ବିଜେଡି ନେତା ସୌମ୍ୟଙ୍କୁ କଟାକ୍ଷ କରିଥିଲେ । ଏହାପରେ ସୌମ୍ୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

  • କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। ଯେଉଁଠି କୃତଜ୍ଞତା ନଥାଏ , ସେଠାରେ ଈଶ୍ଵର ମଧ୍ୟ ସହାୟତା କରନ୍ତି ନାହିଁ। ଜୟ ଜଗନ୍ନାଥ 🙏 pic.twitter.com/7DehXaNLtJ

    — Pranab Prakash Das (@pranabpdas) September 12, 2023 " class="align-text-top noRightClick twitterSection" data=" ">

ଏପଟେ କାର୍ଯ୍ୟାନୁଷ୍ଠାନ ପରେ କଟାକ୍ଷ କରିଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ଲେଖିଛନ୍ତି, କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନ ଥାଏ ଈଶ୍ବର ସହାୟତା କରନ୍ତିନି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2023, 3:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.