ETV Bharat / state

ତେଜୁଛି ଗୁଆ ଚାଉଳ ରାଜନୀତି, ବିରୋଧୀଙ୍କୁ ଜବାବ ଦେଲା ଶାସକ ଦଳ - ଗୁଆ ଚାଉଳ ରାଜନୀତି

Unused rice and betel nut: ମହାପ୍ରଭୁଙ୍କ ନାଁରେ ଯେଉଁ ଗୁଆ ଚାଉଳ ସଂଗ୍ରହ କରାଯାଉଥିଲା ତାହା ଏବେ ଗୋଦାମରେ ପଡ଼ିଛି ବୋଲି ବିରୋଧୀ ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଲା ଶାସକ ଦଳ । ଅଧିକ ପଢନ୍ତୁ

Unused rice and betel nut
Unused rice and betel nut
author img

By ETV Bharat Odisha Team

Published : Jan 18, 2024, 8:10 PM IST

ତେଜୁଛି ଗୁଆ ଚାଉଳ ରାଜନୀତି, ବିରୋଧୀଙ୍କୁ ଜବାବ ଦେଲା ଶାସକ ଦଳ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ତେଜିବାରେ ଲାଗିଛି ଗୁଆ ଚାଉଳ ରାଜନୀତି । ଗାଁ ଗାଁ ବୁଲି ଅର୍ପଣ ରଥ ଯେଉଁ ଗୁଆ ଚାଉଳ ସଂଗ୍ରହ କରୁଥିଲା ତାହା କୁଆଡ଼େ ଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଖେଳିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ । ଠାକୁରଙ୍କ କଥାରେ ରାଜନୀତି କରାନଯାଉ ବୋଲି କହିଛି ବିଜେଡି । ଚାଉଳ ଓ ଗୁଆ କେଉଁଠି ଅଛି ସେମାନେ ବୁଲିକି ଖୋଜନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ସାରା ବିଶ୍ବବାସୀଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଐତିହାସିକ ମୁହୂର୍ତ୍ତ ଥିଲା । କେବଳ ରାଜ୍ୟବାସୀ ନୁହେଁ ବିଶ୍ବବାସୀଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ । ଏବେ ଯିଏ ଯିବେ ସୁରୁଖୁରୁରେ ଦର୍ଶନ ସହ ପରିକ୍ରମା କରିବେ । ପରିକ୍ରମା ପ୍ରକଳ୍ପ କେବଳ ଅଭିନବ ନୁହେଁ, ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଭକ୍ତଙ୍କ ମହଲରେ ଖୁସିର ଲହର ଅଛି । ଧାର୍ମିକ କାମରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି । ଏଥିରେ କୌଣସି ଅନିୟମିତତା ନାହିଁ । ସମାଜର ସବୁ ବର୍ଗର ଲୋକ ଯିବେ । ହବିଷ୍ୟାଳିମାନେ ପୁରୀ ଗଲେ ବି ଖର୍ଚ୍ଚ ହେଉଛି । ଏବେ ସାଧାରଣ ଲୋକ ଯିବେ । ଏହା ନିଶ୍ଚୟ ଭାବେ ଉପାଦେୟ କାର୍ଯ୍ୟକ୍ରମ । ଯେଉଁମାନେ ବିରୋଧ କରୁଛନ୍ତି ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ । ଚାଉଳ ଓ ଗୁଆ କେଉଁଠି ଅଛି ସେମାନେ ବୁଲିକି ଖୋଜନ୍ତୁ ।"

ଏହା ବି ପଢନ୍ତୁ- ମନ୍ଦିରଠୁ ବଢ଼ିଯାଉଛି ମୁଖଶାଳା, BJD କରୁଛି ଭୋଟ୍ ରାଜନୀତି: ପ୍ରତାପ ଷଡ଼ଙ୍ଗୀ

ସେହିପରି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ସାଧାରଣ ଲୋକ ସବୁଦିନ ଜଗା ଦର୍ଶନ କରୁଛନ୍ତି । ଅଧିକ ଭାବେ ଲୋକଙ୍କୁ ନୂତନ ଶ୍ରୀଜଗନ୍ନାଥ ପ୍ରକଳ୍ପ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଜଗନ୍ନାଥ ଆମ ପରିଚୟ, ଆତ୍ମା ଓ ସବୁକିଛି । ସେ ବିଶ୍ବନିଅନ୍ତା । ତାଙ୍କ ପାଖକୁ ଯିବା ପାଇଁ ସବୁବେଳେ ଲୋକେ ବ୍ୟାକୁଳ । ଆତ୍ମାର ଯେମିତି ପରମାତ୍ମାଙ୍କ ପ୍ରତି ଆକର୍ଷଣ ଥାଏ, ସେମିତି ଭାବଗତ ଭାବେ ଜଗନ୍ନାଥଙ୍କ ସହ ଯୋଡ଼ି ହୋଇଛନ୍ତି । ଯିଏ ଯେଉଁଠି ଥାନ୍ତୁ, ବିଶ୍ଵ ନିଅନ୍ତାଙ୍କ ପାଖରେ କେମିତି ପହଁଚିବେ ଓ ନୀଳାଚଳ ଧାମରେ ଦର୍ଶନ କରିବେ । ପରିକ୍ରମା ପ୍ରକଳ୍ପ ପରେ ଲୋକଙ୍କର ଏହି ଉତ୍ସାହ ବୃଦ୍ଧି ପାଇଛି । ଯେଉଁ ଅଭିନବ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ମହାଯଜ୍ଞରେ ଗଜପତି ମହାରାଜ ପୂର୍ଣ୍ଣାହୂତି ଦେଇଛନ୍ତି । ଲୋକଙ୍କ ଆଗ୍ରହ ବଢିବା ସ୍ବାଭାବିକ, ଆସିବେ ।"

ସୂଚନା ଥାଉ କି ପରିକ୍ରମା ପ୍ରକଳ୍ପରେ ଲୋକଙ୍କୁ ଯୋଡିବାକୁ ଗୁଆ, ଚାଉଳ ପ୍ରଦାନ କରିବାକୁ ନିବେଦନ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ପଞ୍ଚାୟତରେ ୨ ଲକ୍ଷ, ଏନଏସିରେ ୱାର୍ଡରେ ୩ ଲକ୍ଷ ଏବଂ ପୌରପାଳିକାରେ ୱାର୍ଡରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଅନୁଦାନ ଦେଇଥିଲେ । ପରିକ୍ରମା ରଥ ସହ ଅନ୍ୟାନ୍ୟ ପ୍ରଚାର ପ୍ରସାର ବାବଦକୁ ୧୩୫ କୋଟି ୮୮ ଲକ୍ଷ ଖର୍ଚ୍ଚ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପ୍ରକଳ୍ପ ନାଁରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିଲା ଚାଉଳ ଓ ଗୁଆ । ଅର୍ପଣ ରଥରେ ଠାକୁରଙ୍କୁ ବସାଇ ଘରକୁ ଘର ବୁଲି ଚାଉଳ ଆଣିଥିଲେ ବିଜେଡି କର୍ମୀ ।

ଏହା ବି ପଢନ୍ତୁ- ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ଜଗା ପାଇଁ ଭକ୍ତିରେ ଲୋକେ ଚାଉଳ ସହ ଗୁଆ ଦେଇଥିଲେ । ଚାଉଳ ଆଉ ଗୁଆ ଲୋକାର୍ପିତ ଉତ୍ସବରେ ବ୍ୟବହାର କରାଯିବ ବୋଲି କୁହାଯାଇଥିଲା । ସେହି ଚାଉଳ ଓ ଗୁଆ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଚାଉଳ, ଗୁଆ କାହିଁକି ପରିକ୍ରମା ପ୍ରକଳ୍ପରେ ବ୍ୟବହାର କରାଗଲାନାହିଁ, କାହିଁକି ଏସବୁ ଗୋଦାମ ଘରେ ପଡି ରହିଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଜବାବରେ ବିଜେଡି କହିଛି ଯେ, ଜଗନ୍ନାଥଙ୍କ ସମ୍ପର୍କୀୟ କୌଣସି କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କହିବା ଭୁଲ । ଏହା ଜମା ଦଳୀୟ କାର୍ଯ୍ୟକ୍ରମ ନଥିଲା । ଯେଉଁମାନେ ଆସିଲେ ବା ଆସିନଥିଲେ ଆକ୍ଷେପ କରି କହିବା ଠିକ ନୁହେଁ । ଠାକୁରଙ୍କ କଥାରେ ରାଜନୀତି କରାନଯାଉ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.