ETV Bharat / state

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ ନିଶାନା, କହିଲେ ରାଜ୍ୟ ସରକାରଙ୍କୁ ସମାଲୋଚନା ହାସ୍ୟାସ୍ପଦ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ ଟାର୍ଗେଟ

ତାଳଚେରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ

sasmit patra targets dharmendra pradhan
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ ନିଶାନା
author img

By

Published : Jun 25, 2023, 9:14 AM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ ନିଶାନା

ଭୁବନେଶ୍ବର: ହାସ୍ୟାସ୍ପଦ ପାଲଟିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା । ଓଡ଼ିଶା ସରକାରଙ୍କ ଦୁର୍ନୀତି ମୁକ୍ତ ନୀତି ବିଷୟରେ ଜାଣି ମଧ୍ୟ କେନ୍ଦ୍ରମନ୍ତ୍ରୀ ହାସ୍ୟାସ୍ପଦ ମନ୍ତବ୍ୟ ଦେଉଛନ୍ତି । ଏହା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ଏମିତି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।

ଏକ ଭିଡିଓ ଜରିଆରେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ସାମାଲୋଚନା କରି ବିଜେଡି ସାଂସଦ କହିଛନ୍ତି, ''କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାସ୍ୟାସ୍ପଦ ଉକ୍ତି ଶୁଣି ଓଡ଼ିଶାବାସୀ ହସୁଛନ୍ତି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତ ଅଭିଯୋଗ ପ୍ରମାଣିତ ହେବା ପରେ ଗତ 3 ବର୍ଷରେ ୧୮୦ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବିଦା କରାଯାଇଛି । କିନ୍ତୁ ରାଜ୍ୟରେ ଜଣେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ନେଇ ଓଡ଼ିଶାବାସୀ ହସୁଛନ୍ତି । ଧର୍ମେନ୍ଦ୍ରଙ୍କ ବୟାନ ଆଶ୍ଚର୍ଯ୍ୟକର । ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ଥରେ ପ୍ରଥମେ ନିଜ ଦୁର୍ନୀତିକୁ ଦେଖନ୍ତୁ । ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ସମଗ୍ର ଦେଶରେ ଓଡ଼ିଶା ପ୍ରଶଂସିତ । ଏହାକୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ବଦଳରେ ଏପରି ବକ୍ତ୍ୟବ ହାସ୍ୟାସ୍ପଦ ହୋଇଛି ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର । ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ମଧ୍ୟ ଏହାକୁ ନେଇ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ କାହା ଛତ୍ରଛାୟା ତଳେ ଦୁର୍ନୀତି ଚାଲିଛି ତାହା ଓଡ଼ିଶାବାସୀ ଜାଣନ୍ତି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ସରକାରର ଜଣେ ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ନଗଦ ଧରାପଡ଼ିଥିଲା । ତାହାକୁ ଲୋକାୟୁକ୍ତ ରେଡ୍ କରି ଧରିଥିଲେ ।ସେତେବେଳେ ନିର୍ବାଚନ ପାଇଁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ସେ କାହିଁକି ମୁହଁ ଖୋଲିଲେ ନାହିଁ । ତାହା କ'ଣ ଦୁର୍ନୀତି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ।

ତାଳଚେରରେ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଥିଲେ ଯେ, ୨୦୨୩ ଜାନୁଆରୀରୁ ଜୁନ ମାସ 6ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ ଭଳି ତଳିଆ ଶ୍ରେଣୀର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଠାରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେଉଛି । ଜନଜାତି ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପାଖରୁ ନଗଦ ୩ କୋଟି ଟଙ୍କା ଜବତ ହୋଇଛି । ଏହା କ'ଣ ମୁଖ୍ୟମନ୍ତ୍ରୀଙ୍କ ଷ୍ଟପ ପିସିର ଉଦାହରଣ ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଯାହାର ଜବାବ ରଖିଛନ୍ତି ସସ୍ମିତ ପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.