ETV Bharat / state

2019 ଫ୍ଲୋର ମ୍ୟାନେଜମେଣ୍ଟ ଭୁଲଥିଲା: ସୁଶାନ୍ତ ସିଂ - ପଶ୍ଚିମ ଓଡିଶାରେ ପାଟଣାଗଡ ଶକ୍ତିଶାଳୀ ସିଟ

ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିଛନ୍ତି । ତାଙ୍କ ଛବି ମଳିନ ପଡିଛି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କଲେ ନାହିଁ । ଏଥିପାଇଁ ସେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସମର୍ଥକଙ୍କ ଜରିଆରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏଭଳି କିଛି ଅଭିଯୋଗ ଭିତରେ ସାମ୍ନାକୁ ଆସିଛନ୍ତି ସୁଶାନ୍ତ । ଅଧିକ ପଢନ୍ତୁ

2019 ଫ୍ଲୋର ମ୍ୟାନେଜମେଣ୍ଟ ଭୁଲଥିଲା : ସୁଶାନ୍ତ ସିଂ

author img

By

Published : May 24, 2023, 10:57 PM IST

2019 ଫ୍ଲୋର ମ୍ୟାନେଜମେଣ୍ଟ ଭୁଲଥିଲା : ସୁଶାନ୍ତ ସିଂ

ଭୁବନେଶ୍ବର: ବିଜୁ ଜନତା ଦଳର ଫୋକ୍ସରେ ରହିଛି ପଶ୍ଚିମ ଓଡିଶାର 10 ଜିଲ୍ଲା । ସୁନ୍ଦରଗଡ ଛାଡି ଦେଇ 9 ଜିଲ୍ଲାର ଦାୟିତ୍ବ ବୁଝିବାକୁ କହିଛନ୍ତି ମୁଖମନ୍ତ୍ରୀ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ସୁଶାନ୍ତ ସିଂ । ଜିଲ୍ଲା ଜିଲ୍ଲା ବୁଲି କେଉଁ ଜିଲ୍ଲାରେ ଦଳର କ’ଣ ଷ୍ଟାଟସ ରହିଛି ତାହା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ମୋ ଉପରେ ରହିଛି । ଏହା କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ ।

ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିଛନ୍ତି । ତାଙ୍କ ଛବି ମଳିନ ପଡିଛି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କଲେ ନାହିଁ । ଏଥିପାଇଁ ସେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସମର୍ଥକଙ୍କ ଜରିଆରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏଭଳି କିଛି ଅଭିଯୋଗ ଭିତରେ ସାମ୍ନାକୁ ଆସିଛନ୍ତି ସୁଶାନ୍ତ । ସୁଶାନ୍ତ କହିଛନ୍ତି ଯେ, ମୁଁ ମନ୍ତ୍ରୀ ହେବା ରେସରେ ନଥିଲି । ମନ୍ତ୍ରୀ ନୁହେଁ ଦଳୀୟ ସଂଗଠନରେ କାର୍ଯ୍ୟ କରିବା ମୋର ନିଜସ୍ବ ଇଚ୍ଛା ଥିଲା । ମନ୍ତ୍ରୀ ହେଲେ 15ରୁ 20 ଦିନ ଭୁବନେଶ୍ବରରେ ରହିବାକୁ ପଡୁଛି । ତେଣୁ 2022 ରେ ମୁଖ୍ୟମନ୍ତ୍ରୀ କହିନଥିଲେ ବି ମନ୍ତ୍ରୀ ପଦ ଛାଡିଥିଲି ।

ପଶ୍ଚିମ ଓଡିଶାର 9 ଜିଲ୍ଲା ସଙ୍ଗଠନ କଥା ବୁଝିବି । ସୁନ୍ଦରଗଡ ଛାଡି ଆଉ ସବୁ ଜିଲ୍ଲା ବୁଲିବାକୁ ମୋତେ କୁହାଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ସମନ୍ବୟ ରକ୍ଷା କରି କାମ କରିବାକୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ଜିଲ୍ଲାରେ ଦଳର କ’ଣ ଷ୍ଟାଟସ ରହିଛି ତାହା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି । ମୁଁ ପୁରା ପଶ୍ଚିମ ଓଡିଶା ବୁଲୁଛି । 1999ରେ ଯେମିତି ଜନତା ଦଳ ଏକପାଖିଆ ପଶ୍ଚିମ ଓଡିଶାରେ ଜିତିଥିଲା, 2024 ରେ ସେମିତି ଲକ୍ଷ୍ୟ ଅଛି । ସେଇ ଅନୁସାରେ କାମ କରିବାକୁ କୁହାଯାଇଛି । ମୁଁ ବରାବର ମୁଖ୍ୟମନ୍ତ୍ରୀଙ୍କ ସହିତ ପଶ୍ଚିମ ଓଡିଶାକୁ ନେଇ ଆଲୋଚନା କରେ । ପଶ୍ଚିମ ଓଡିଶାକୁ ଅନୁଦାନ ବାବଦରେ ଦାବି ଜଣେଇଛି । ସମ୍ବଲପୁରକୁ ନୂଆ ପ୍ରକଳ୍ପ କଥା କହିଛି । ସେହିପରି ସଂଗଠନ ସମ୍ପାଦକଙ୍କ ସହିତ ମଧ୍ୟ ଆଲୋଚନା ହୁଏ ।

ପଶ୍ଚିମ ଓଡିଶାରେ ପାଟଣାଗଡ ଶକ୍ତିଶାଳୀ ସିଟ । ବିଜେପି ସେ ସିଟରୁ ଉଧେଇ ପାରିବ ନାହିଁ । ଯଦି ସେଠୁ ଜିତିପାରିବନାହିଁ ତ ଆଉ କେଉଁଠି ବି ଜିତିବନି । 2019ରେ ଆମର ପଶ୍ଚିମ ଓଡିଶା ଷ୍ଟାଟେଜି ଭୁଲ ଥିଲା । ଆମେ ସ୍ବୀକାର କରୁଛୁ । ପଶ୍ଚିମ ଓଡିଶାରେ ବିଜେଡିର ଭୋଟ ଅଧିକ ଅଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆମର ଫ୍ଲୋର ମ୍ୟାନେଜମେଣ୍ଟ ଠିକ ନହେବାରୁ ପରାଜିତ ହୋଇଛୁ । ଆଗାମୀ ଦିନରେ ବିଜେଡି କଣ ଯୋଜନାରେ ଅଛି, ତାହା ମୋତେ ଜଣା ଅଛି । ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.