ETV Bharat / state

ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ, ଦଳ ଛାଡ଼ିବିନି: ସୌମ୍ୟ - ମୁଖ୍ୟମନ୍ତ୍ରୀଙ୍କ ଅଫିସ କେବଳ ଜଣେ ବ୍ୟକ୍ତି ନୁହେଁ

ଅନେକ ବିଜେଡି ନେତାଙ୍କ ସମାଲୋଚନାର ଶିକାର ହେବାପରେ ପୁଣି ସୌମ୍ୟ ବିସ୍ଫୋରଣ । ବରିଷ୍ଠ ବିଜେଡି ନେତାଙ୍କ ସହ 5T ସଚିବଙ୍କୁ ବି ଛାଡ଼ିଲେନି । କହିଲେ "ବିଜେଡି କାହା ପୈତୃକ ସମ୍ପତ୍ତି ନୁହେଁ । ଦଳର ନିଲମ୍ବନ କରିବାର କ୍ଷମତା ଅଛି, ଚାହିଁଲେ କରନ୍ତୁ । ହେଲେ ମୁଁ ଦଳ ଛାଡ଼ିବିନି ।" ଅଧିକ ପଢ଼ନ୍ତୁ

ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ କହିଲେ ସୌମ୍ୟ

author img

By ETV Bharat Odisha Team

Published : Sep 9, 2023, 8:05 PM IST

ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ କହିଲେ ସୌମ୍ୟ

ଭୁବନେଶ୍ବର: ଦଳରେ ରହି ନିଜ ଦୈନିକ ଖବରକାଗଜ ମାଧ୍ୟମରେ ସମ୍ପାଦକୀୟ ଲେଖି ଦଳୀୟ ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କୁ ବାରମ୍ବାର କାଠଗଡ଼ାକୁ ଟାଣୁଥିବା ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବିଜେଡି । ବାରମ୍ବାର ଦଳର ବରିଷ୍ଠ ନେତାମାନେ ଜଣେ ପରେ ଜଣେ ଏନେଇ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଥିବାବେଳେ ଆଜି ପ୍ରେସ୍‌ମିଟ୍‌ କରି ପୁଣି ଦଳୀୟ ନେତାଙ୍କୁ କାଠଗଡ଼ାକୁ ଟାଣିଛନ୍ତି ସୌମ୍ୟ । ପ୍ରତାପ ଦେବଙ୍କୁ ଟାର୍ଗେଟ କରିବା ସହ ପୁଣିଥରେ ତୃତୀୟ ମହଲା ଦଳକୁ ପରିଚାଳନା କରୁଥିବା ସେ କହିଛନ୍ତି । ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ ବୋଲି କହିଛନ୍ତି ସୌମ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅଫିସ କେବଳ ଜଣେ ବ୍ୟକ୍ତି ନୁହେଁ, ଏବଂ 5T ସଚିବ ରାଜନୀତି କରିପାରିବେ ନାହିଁ ବୋଲି ସିଧା ସିଧା ଶୁଣାଇଛନ୍ତି ।

'ତୃତୀୟ ମହଲାରେ କଣ ଦଳୀୟ ଅଫିସ ଅଛି କି ?': ସେ କହିଛନ୍ତି, "ଦଳୀୟ ଫୋରମ କହିଲେ କାହାକୁ ବୁଝିବା । ତୃତୀୟ ମହଲାରେ କଣ ଆମର ଦଳୀୟ ଅଫିସ ଅଛି କି ? ଦଳର ଅଫିସ ତୃତୀୟ ମହଲାରୁ ଚଳାଇଲେ ହେବନାହିଁ । ଯେଉଁମାନେ ସରକାରଙ୍କ ଠାରୁ ଦରମା ପାଉଛନ୍ତି, ସେ ସଚିବ ମାନେ ଦଳୀୟ କଥାରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ । ଆମ ଦଳରେ କଣ କେହି ଆଉ ନେତା ନାହାନ୍ତି । ଦଳ ସମ୍ଭାଳିବାକୁ କଣ ଆଉ ବ୍ୟକ୍ତି ନାହାନ୍ତି । ଦୁଇ ଚାରି ଜଣ ଆଇଏଏସ ଅଫିସର କେବଳ କଣ ଦଳକୁ ସମ୍ଭାଳି ପାରିବେ । ତାଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାର ଅଛି ତାହାଲେ ପଦବୀରୁ ଇସ୍ତଫା ଦିଅନ୍ତୁ ଏବମ ପୁରାପୁରି ଦଳକୁ ସମ୍ଭାଳନ୍ତୁ । କାହାର କିଛି ଆପତ୍ତି ନାହିଁ ।"

'CMO କଣ ଜଣେ ଅଫିସର ?': 5T ସଚିବଙ୍କୁ ଟାର୍ଗେଟ କରି ସେ କହିଛନ୍ତି, "ପ୍ରତାପ ଦେବ ଯାହା କହିବେ କଣ ସେଇଟା ବେଦର ଗାର ? ପ୍ରତାପ ଦେବ ଗୋଟେ ପରାମର୍ଶ ଦେଇଛନ୍ତି । କହୁଛନ୍ତି ସିଏମଓ ଯାଉଛି, ଏ ତ ନୂଆ ଶାସନର ପରିଭାଷା ଦେଖୁଛି । ସିଏମଓର କଣ ଜଣେ ଅଫିସର, ଯିଏ ସିଏମଓ କଥା ବୁଝୁଛି, ସରକାରଙ୍କ କଥା ବୁଝୁଛି, ଲୋକଙ୍କ କଥା ବୁଝୁଛି, ଦଳ କଥା ବୁଝୁଛି । ଏହା କଣ ଜଣେ ସାଧାରଣ ଲୋକ ଓ ନେତାଙ୍କ ପାଇଁ ଅପମାନଜନକ କଥା ନୁହେଁ କି ? ସେଇଥିପାଇଁ ମୁଁ କହିଛି ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା । ଏ କଥାର ଉତ୍ତର ରଖୁନାହାନ୍ତି । ଯେ ତାଙ୍କ ଦ୍ବାରା ଶାଗ ସିଝିବ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କୁ ବିଶ୍ବାସ କରୁନାହାନ୍ତି । ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ବାସ କରୁନାହାନ୍ତି । କେବଳ ଜଣେ ଲୋକ ଅଛି, ଯାହା ଉପରେ ଅଠା ଛିଡିଛି । ସ୍ବାଭାବିକ ଭାବେ ଏତେ କ୍ଷମତା, ଏତେ ସମର୍ଥନ ଦେଖିଲେ କୌଣସି ଲୋକ ବିଭୋର ହୋଇଯିବ ।"

'ସ୍ନେହ ଶ୍ରଦ୍ଧାର ଉତ୍ତର କଣ ଭିଡିଓ ବାର୍ତ୍ତା ?': ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରସଙ୍ଗରେ ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ଯେ ଭିଡିଓ ବାର୍ତ୍ତାରେ ଅସ୍ପଷ୍ଟ ଭାଷାରେ କହିବେ ? ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ମୁଁ ପଠେଇଛି ବୋଲି କହିବେ ? ଏଇ ଶାସନକୁ ଆମେ ବିଶ୍ଵାସ କରିବା କି ? ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାଗ୍ୟବାନ ବ୍ୟକ୍ତି । ଏଭଳି ସଦିଚ୍ଛା, ସମର୍ଥନ, ଆବେଗ କୌଣସି ଗୋଟିଏ ବ୍ୟକ୍ତି ଭାରତ ଇତିହାସରେ ପାଇନାହିଁ । ଓଡିଶାବାସୀ ତାଙ୍କୁ ଯେତେ ଶ୍ରଦ୍ଧା, ସମ୍ମାନ, ସମର୍ଥନ ଓ ବିଶ୍ବାସ କରୁଛନ୍ତି, ଅତୀତରେ କିମ୍ବା ଭବିଷ୍ୟତରେ ଆଉ କିଏ ପାଇବେ କି ନାହିଁ ତାହା ସନ୍ଦେହ । ଏଭଳି ସ୍ନେହ ଶ୍ରଦ୍ଧାର ଉତ୍ତର କଣ ଭିଡିଓ ବାର୍ତ୍ତା ?"

'ମାଗିଲେ ମିଳୁନି ମୁଖ୍ୟମନ୍ତ୍ରୀଙ୍କ ସମୟ': ସୌମ୍ୟ କହିଛନ୍ତି, "ଦଳର ଶୀର୍ଷ ନେତୃତ୍ବଙ୍କୁ ପରାମର୍ଶ ଦେବାରେ କିଛି ଅସୁବିଧା ଅଛି କି ? ଦଳୀୟ ଫୋରମ କେଉଁଠି ଅଛି ଯେ ସେଠି କହିବି ? ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଲେ, ମୁଖ୍ୟମନ୍ତ୍ରୀ ସମୟ ଦେଉଛନ୍ତି କି ? ମୁଁ ସମୟ ମାଗିଛି କି ନାହିଁ ତାଙ୍କୁ ପଚାରନ୍ତୁ । ଲୋକ ଗହଳି କଲେ । ସେଠାରେ ପଶି ଗଲେ । ଫୁଲ ଚନ୍ଦନରେ ପୂଜା ପାଇଲେ । ପଦ ସ୍ପର୍ଶ ହେଲା, ଆଶୀର୍ବାଦ କଲେ । କାଗଜ ମେଞ୍ଚେ ଧରି ଆସିଲେ । ୭ ଦିନ ଭିତରେ କାମ ହୋଇଯିବ ବୋଲି କହିଲେ । ଏ କଥା ବୁଝିବା ପାଇଁ କଣ ଆମ ସରକାରରେ ବ୍ୟବସ୍ଥା ନାହିଁ । ଏ କଣ ଅଭିନବ ଉପାୟ, ଯେଉଁଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ?"

'ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ': ପ୍ରତାପ ଦେବଙ୍କୁ ଟାର୍ଗେଟ କରି ସେ କହିଛନ୍ତି, "ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେ ନାହିଁ ମୁଁ ସମ୍ପାଦକ ରହିବି ନା ଦଳରେ ରହିବି । ରାଜା ଘରଲୋକ ସବୁବେଳେ ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି । ମୁଁ ସେଭଳି ପ୍ରଜା କି ନାଗରିକ ନୁହେଁ । ତାଙ୍କୁ ସମ୍ମାନର ସହ କହିବାକୁ ଚାହେଁ, ତାଙ୍କର ଅସହାୟବୋଧ ଦେଖି ମୁଁ ଅତ୍ୟନ୍ତ ଦୁଃଖିତ । କାରଣ ସେମାନେ ସବୁ ଅନୁଭବୀ ଲୋକ । ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ଗୋଟିଏ କଥା ସୁଚେଇ ଦେବାରେ କଣ ମୋର ପାପ ହୋଇଗଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମୁଛି । ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା ଗତବର୍ଷ ଯାହା ଥିଲା ତାହା କମିକମି ଆସୁଛି । ଏଇଟା ମୁଁ କହୁନାହିଁ, ଏକ ଲୋକପ୍ରିୟ ଜାତୀୟ ଗଣମାଧ୍ୟମର ସର୍ଭେ କହୁଛି । ୭୮ ଭାଗ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଥିବାବେଳେ ପରବର୍ତ୍ତୀ ସମୟରେ ୭୩ ପ୍ରତିଶତ ଓ ଏବେ ୬୧ ଭାଗକୁ ଖସିଛି ବୋଲି ସର୍ଭେ କହିଛି । ଏପରି କାହିଁକି ହେଉଛି ଦଳ ତରଫରୁ ଏହାର ତର୍ଜମା ହେଉଛି କି ?"

ଏହା ମଧ୍ୟ ପଢ଼ନ୍ତୁ...ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ; କହିଲେ ଦଳର ହିତ ପାଇଁ ଲେଖୁଛି, ଅନୁଶାସନ ଭାଙ୍ଗିନି

'ହଁ ମାରିବା କର୍ମୀ ନୁହେଁ': "ଆମର ଦୋଷ ଦୁର୍ବଳତାକୁ ସୁଚେଇ ଦେବା କଣ ଦଳ ବିରୋଧୀ କାର୍ଯ୍ୟ ? ଦଳରେ ଯଦି କେବଳ ହଁ ମାରିବା ଏକ ଶୃଙ୍ଖଳିତ କର୍ମୀର କାର୍ଯ୍ୟ, ତାହାଲେ ମୁଁ ସେହିଭଳି କର୍ମୀ ନୁହେଁ । ଯେତେଦିନ ପର୍ଯ୍ୟନ୍ତ ମୁଁ ଦଳରେ ଅଛି ସେତେଦିନ ପର୍ଯ୍ୟନ୍ତ ଦଳର କଲ୍ୟାଣ କେମିତି ହେବ, ଅଧିକ ଗ୍ରହଣୀ ହେବ, ଶାସନରେ ଶୃଙ୍ଖଳା ଆସିବ ସେନେଇ ମୁଁ କହିବି । ତାକୁ କେହି ଗ୍ରହଣ କରୁ ବା ନକରୁ ।"

'ଚାକିରିରେ ଥାଇ ରାଜନୀତି କରିପାରିବେ ନାହିଁ 5T ସଚିବ': "ଚାକିରିରେ ଥାଇ 5T ସଚିବ ରାଜନୀତି କରିପାରିବେ ନାହିଁ । ଏ କଥା ସିଧାସଳଖ କହୁଛି । ଦଳର ତଳସ୍ତରର କର୍ମୀମାନେ ମୋ କଥାରେ ଏକମତ । ସମର୍ଥନ ଦେଉଛନ୍ତି । ଦଳକୁ କେତେ ଜଣ ମୁଷ୍ଟିମେୟ ଲୋକ କବ୍ଜା କରି ନିଜର ଜାଗିରଦାରି ଭାବିବେ । ସବୁକଥା ମୁଖ୍ୟମନ୍ତ୍ରୀଙ୍କ ନାଁ'ରେ ଟାଳି ଦେଇ ଚଲାଇବେ, ଏହା ଗ୍ରହଣୀୟ ନୁହେଁ ।"

'ଦଳ ଛାଡ଼ିବିନି, କରନ୍ତୁ ନିଲମ୍ବନ': "ନିଲମ୍ବନ କରିବାର ଅଧିକାର ତାଙ୍କର ଅଛି କରିଦେବେ । ଦଳ କାହିଁକି ମୁଁ ଛାଡ଼ିବି ? ଏ ଦଳରେ ଥାଇ ମୁଁ ଗର୍ବ ଅନୁଭବ କରୁଛି । କିନ୍ତୁ ଏତେ ସଫଳ, ଶକ୍ତିଶାଳୀ, ଭଲ ଶାସନ ଦେଉଥିବା ଦଳ ବିରୋଧରେ କେହି ଯଦି କେତେବେଳେ ସ୍ବର ଉତ୍ତୋଳନ କରୁଛନ୍ତି, ଏହାର ଦୃଷ୍ଟି ଆକର୍ଷଣ କରେଇବା କଣ ପାପ । ଯଦି ଏହା ଅନୁଶାସନ ହୀନତା, ତାହାଲେ ମୁଁ ନାଚାର । ଦଳ ଶକ୍ତିଶାଳୀ ଅଛି । ଆମେ ନାହିରେ ତେଲ ଦେଇ ବସିବା ନାହିଁ । ମୁଖ୍ୟମନ୍ତ୍ରୀଙ୍କର ଅସୁବିଧାର ସୁଯୋଗ ନେଇ ମୁଷ୍ଟିମେୟ ଲୋକ ଯେଉଁ ଅବାଧ କ୍ଷମତା ଉପଭୋଗ କରୁଛନ୍ତି, ତାହା ଦଳ ପାଇଁ ବିପଦ ହୋଇପାରେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.