ETV Bharat / state

ସୌମ୍ୟଙ୍କ ବିସ୍ଫୋରଣ ଜାରି; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ - ବିଜେପି ସାଂସଦ ବସନ୍ତ ପଣ୍ଡା

ସୌମ୍ୟଙ୍କ ବିସ୍ଫୋରଣରେ ରାଜନୈତିକ ଖୋରାକ ପାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସୌମ୍ୟଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ଓ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ବସନ୍ତ କହିଛନ୍ତି, ‘‘ସୌମ୍ୟ ବାବୁ ଯାହା କହିଛନ୍ତି ଶତ ପ୍ରତିଶତ ସତ କହିଛନ୍ତି । ରାଜ୍ୟରେ ଅସାଧୁ ନେତା, ଦାଦା, ଲାଲା, ଝୋଲା, ଟାଉଟର, ଦଲାଲଙ୍କ ରାଜୁତି ଚାଲିଛି । ଲୋକତନ୍ତ୍ର ନାହିଁ କି ଲୋକ ପ୍ରତିନିଧିମାନଙ୍କର କୌଣସି ଅଧିକାର ବି ଆଉ ନାହିଁ । ସମ୍ବିଧାନଙ୍କୁ ଓଡ଼ିଶାରେ ମାଟିରେ ପୋତି ଦିଆଯାଉଛି ।" ଅଧିକ ପଢନ୍ତୁ

ସୌମ୍ୟଙ୍କ ବିସ୍ଫୋରଣ ଜାରି ; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ

author img

By

Published : Aug 19, 2023, 7:45 PM IST

ସୌମ୍ୟଙ୍କ ବିସ୍ଫୋରଣ ଜାରି ; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ

ଭୁବନେଶ୍ବର: ବିଜେଡିରେ ସୌମ୍ୟଙ୍କ ବିସ୍ଫୋରଣ ଜାରି ରହିଛି । ସମ୍ପାଦକୀୟରେ ପାର୍ଟି ବଡ ନା ମାଟି ବଡ ପ୍ରଶ୍ନ କରି ରାଜନୈତିକ ବାଣ ମାରିଥିଲେ । ଆଉ ଏବେ ଦଲାଲଙ୍କ ହାତରେ ଶାସନ ଭାର ଥିବାବେଳେ ରାଜ୍ୟକୁ ବି’ ଟିମ ଚଳାଉଛନ୍ତି ବୋଲି କହି ଶାସକ ଗୋଷ୍ଠୀଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ସୌମ୍ୟ । ସୌମ୍ୟଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ଓ ବିଜେପି । ସୌମ୍ୟଙ୍କ ବିସ୍ଫୋରଣକୁ ବ୍ୟକ୍ତିଗତ ମତ କହିବା ସହ ରାଜ୍ୟରେ ସୁଶାସନ ଚାଲିଥିବା କହିଛନ୍ତି ବିଜେଡି ବିଧାୟକ ।

ରାଜ୍ୟରେ ଚାଲିଛି ଦଲାଲ ରାଜ । ବି ଟିମ କବଜାରେ ରାଜ୍ୟ । ଭାରତୀୟ ଗଣତନ୍ତ୍ର ବିପଦର ସମ୍ମୁଖୀନ ହେଉଥିବାବେଳେ ଗଣତନ୍ତ୍ରକୁ ଗୋଟିଏ ଅମଲାତନ୍ତ୍ରିକ କଳ ଚଲାଉଛି । ଫଳରେ ଆମ ଗଣତନ୍ତ୍ର ତଳତନ୍ତ୍ରକୁ ଚାଲିଯାଉଛି । ଏମିତି କିଛି ସାଂଘାତିକ ବକ୍ତବ୍ୟ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସମ୍ପାଦକୀୟ ପରେ ନିଜ ଜନ୍ମଦିନ ଉତ୍ସବରେ ମଧ୍ୟ ନିଜ ଦଳ, ମୁଖ୍ୟମନ୍ତ୍ରୀ, ପ୍ରଶାସନିକ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ଏହି ବରିଷ୍ଠ ରାଜନେତା । ଓଡିଶାବାସୀଙ୍କ ସେବା କରିବା ପାଇଁ ବିଧାୟକ କି ମନ୍ତ୍ରୀ ହେବାର ଆବଶ୍ୟକତା ନଥିବା କହିବା ସହ ଓଡିଶା ରାଜନୀତିରେ ଦଲାଲମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବିଧାନସଭାରେ ପ୍ରଶ୍ନକାଳ ବାତିଲ କରିବାକୁ ଚେଷ୍ଟା ଓ କଲେଜ ନିର୍ବାଚନ ହେଉନଥିବାରୁ ରାଜ୍ୟରେ ନୂଆ ନେତୃତ୍ବ କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ସମସ୍ତ ବୁଦ୍ଧିଜିବୀ ମିଶିକି ଏକ ସୁନାର ଓଡିଶା ଗଢିବା ପାଇଁ ଆହ୍ବାନ ଦେଇଛନ୍ତି ଏହି 72 ବର୍ଷୀୟ ରାଜନେତା ।

ଏହାବି ପଢନ୍ତୁ- ବୁଲେଇ ବଙ୍କେଇ ନୁହେଁ, 5T ସଚିବଙ୍କୁ ସିଧା ନିଶାନା କଲେ ସୌମ୍ୟ; ସମର୍ଥନ କଲେ ଅପରାଜିତା-ନରସିଂହ

ସୌମ୍ୟଙ୍କ ବିସ୍ଫୋରଣରେ ରାଜନୈତିକ ଖୋରାକ ପାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସୌମ୍ୟଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ଓ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ବସନ୍ତ କହିଛନ୍ତି, ‘‘ସୌମ୍ୟ ବାବୁ ଯାହା କହିଛନ୍ତି ଶତ ପ୍ରତିଶତ ସତ କହିଛନ୍ତି । ରାଜ୍ୟରେ ଅସାଧୁ ନେତା, ଦାଦା, ଲାଲା, ଝୋଲା, ଟାଉଟର, ଦଲାଲଙ୍କ ରାଜୁତି ଚାଲିଛି । ଲୋକତନ୍ତ୍ର ନାହିଁ କି ଲୋକ ପ୍ରତିନିଧିମାନଙ୍କର କୌଣସି ଅଧିକାର ବି ଆଉ ନାହିଁ । ସମ୍ବିଧାନଙ୍କୁ ଓଡ଼ିଶାରେ ମାଟିରେ ପୋତି ଦିଆଯାଉଛି । ଗଣତନ୍ତ୍ରକୁ କବର ଦେଇ ଦିଆ ଯାଇଛି । ଓଡ଼ିଶାରେ ଦୁର୍ଯ୍ୟୋଧନ, ଦୁଃଶାସନ, ରାବଣ, କଂଶ ମାନଙ୍କ ଶାସନ ଚାଲିଛି । ତୋର ଅଧେକୁ ମୋର ଅଧେ, ରାଧେ ରାଧେ କରି କିଛି ମୁଷ୍ଟିମେୟ ଓ ପୁଞ୍ଜିପତି ରାଜ୍ୟକୁ ଚଳାଉଛନ୍ତି ।’’

ସେପଟେ ନରସିଂହ କହିଛନ୍ତି ଯେ, ରାଜ୍ୟବାସୀ ଜାଣନ୍ତି ଓଡ଼ିଶାରେ ଚାଲିଛି ମାଫିଆଙ୍କ ରାଜ । ଏକଥା କାହାକୁ ବି ଅଛପା ନାହିଁ । ସରକାରୀ ଟଙ୍କାରେ ରାଜନୀତି କରାଯାଉଛି । ମିଛ ଜିରୋ ଟଲୋରାନ୍ସର କଥା କୁହାଯାଉଛି କିନ୍ତୁ ସବୁ ସ୍ତରରେ ଦୁର୍ନୀତି ହେଉଛି । ତାକୁ କେବଳ ବରଦାସ୍ତ କରାଯାଉନି ବରଂ ଦୁର୍ନୀତି ଗ୍ରସ୍ତ ମାନଙ୍କୁ ସୁରକ୍ଷା ଦିଆଯାଉଛି । ସୌମ୍ୟ ବାବୁ ସରକାରୀ ଦଳର ହେଲେ ବି ତାଙ୍କର ସତ ସାହାସ ଅଛି ବୋଲି ସେ ମୁହଁ ଖୋଲୁଛନ୍ତି ।

ଗୋଟେ ପଟେ ସୌମ୍ୟଙ୍କ ବିସ୍ଫୋରଣ ଜାରି ରହିଥିବାବେଳେ ବିଜେଡି ନେତା ଦେଉଛନ୍ତି ମାପିଚୁପି ଜବାବ । ସୌମ୍ୟଙ୍କ ଏହା ବ୍ୟକ୍ତିଗତ ମତ କହି ଏଡାଇ ଯାଉଛନ୍ତି ବିଜେଡି ନେତା । ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ସୌମ୍ୟ ବାବୁଙ୍କ ମୁଁହରେ ଯେତବେଳେ ଯାହା ଆସେ ସେ କହିଦିଅନ୍ତି । କେଉଁଠି ଦଲାଲ ମାନେ ରାଜନୀତି କରୁନାହାନ୍ତି, ରାଜନୀତି କରିବା ଲୋକ ରାଜନୀତି କରୁଛନ୍ତି । କେଉଁ ଟିମ ଚଳାଉନାହାନ୍ତି ଠିକଠାକରେ ଚାଲିଛି ବୋଲିତ ଓଡ଼ିଶାରେ ଏତେ ଡେଭଲପ ହୋଇପାରୁଛି । ଆମେ ଯଦି ଇଆଡ଼େ ସିଆଡେ କହିବା ସେ କଥାର ଅର୍ଥ କଣ ? ସୌମ୍ୟ ବାବୁଙ୍କୁ ପଚାରନ୍ତୁ ସେ ମଝିରେ ମଝିରେ କାହିଁକି ଏମିତି ଷ୍ଟେଟମେନ ଦେଉଛନ୍ତି । ପାଲଟା ସୌମ୍ୟଙ୍କୁ ସେ ପଚାରିଛନ୍ତି ଯେ, ସେ ଜାଣିଲେ କେମିତି କୋଉ ମାଫିଆଙ୍କୁ ଅଧିକାର କିଏ ଦେଇଛି, କାହିଁକି ଦେଇଛି ? ମାଫିଆଙ୍କୁ ଅଧିକାର ଦେଲେ କଣ ଦେଶ ଠିକ ଚାଲେ, ରାଜ୍ୟ ଠିକ ଚାଲେ । ଓଡ଼ିଶାରେ ସବୁଠୁ ଭଲ ଶାସନ ଚାଲିଛି ।

ସୌମ୍ୟଙ୍କ ବିସ୍ଫୋରଣର ପ୍ରଭାବ ନବୀନ ନିବାସ ଓ ପାୱାର କରିଡର ଉପରେ ପଡିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଏବେ ବିଜେଡିର ଥିଙ୍କ ଟ୍ୟାଙ୍କ । ଦେଖିବାର କଥା ସୌମ୍ୟଙ୍କ ବିସ୍ଫୋରଣକୁ ବିଜେଡି କେମିତି ମୁକାବିଲା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.