ETV Bharat / state

ରାଜ୍ୟରେ ନୁହେଁ, କଂଗ୍ରେସରେ ସୃଷ୍ଟି ହୋଇଛି ଆଇନ ଶୃଙ୍ଖଳା ପରିସ୍ଥିତି: ବିଜେଡି

ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା କୁ ନେଇ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ। ଅନ୍ୟପଟେ ଏହି ଘଟଣାକୁ ନେଇ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ଅଧିକ ପଢନ୍ତୁ

author img

By

Published : Dec 22, 2022, 4:55 PM IST

Bjd mla Amar Satapathy
Bjd mla Amar Satapathy
Bjd mla Amar Satapathy

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ନେଇ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ । ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ପ୍ରଦେଶ କଂଗ୍ରେସ । ଏନେଇ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ସେହିପରି ବିଜେଡି ବିଧାୟକ କହିଛନ୍ତି, "ଯେଉଁ ଦଳ ଅଭିଯୋଗ କରିବାକୁ ଯାଇଛି ସେ ଦଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଭିତରେ ମନ୍ଥନ ଚାଲିଛି । ଲୋକଙ୍କଠାରୁ କଂଗ୍ରେସ ଦଳ ଦୂରେଇ ଯାଇଛି । ଦଳ ଦୁରେଇ ଯିବାର କାରଣ ବାବଦରେ ଆଲୋଚନା ଚାଲିଛି । କଂଗ୍ରେସ ଦଳ ରାଜ୍ୟରେ ଅସ୍ତିତ୍ବ ହରାଇଛି । ଅସ୍ତିତ୍ବ ବଜାୟ ରଖିବା ପାଇଁ କଂଗ୍ରେସ ଏଭଳି ଭାବେ ପ୍ରହେଳିକା ସୃଷ୍ଟି କରୁଛି । ଏହି ଅଭିଯୋଗ ନୂଆ ନୁହେଁ, ପୁରୁଣା । ରାଜ୍ୟ ଭିତରେ ଓ ବାହାରୁ ଆସୁଥିବା ଲୋକ ଓଡ଼ିଶାରେ ସୁରକ୍ଷିତ । ରାଜ୍ୟକୁ ଟୁରିଷ୍ଟ ଇନଫ୍ଲୋ ରାଜ୍ୟ ସୁରକ୍ଷିତ ବୋଲି ଇଣ୍ଡିକେଟର ।"

ଶିଳ୍ପ ପ୍ରତିଷ୍ଠା ଲାଗି ବହୁ ଶିଳ୍ପପତି ଆସୁଛନ୍ତି । ଯଦି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଥାଆନ୍ତା, ତେବେ କେହି ଶିଳ୍ପ ପ୍ରତିଷ୍ଠା ଲାଗି ଆସନ୍ତେ ନାହିଁ । ଅସୁରକ୍ଷିତ ମଣୁଥିଲେ ଟୁରିଷ୍ଟ ଫ୍ଲୋ ମଧ୍ୟ ବଢନ୍ତା ନାହିଁ । ସିବିଆଇ ଓ କ୍ରାଇମବ୍ରାଞ୍ଚ ହେଉଛି ତଦନ୍ତକାରୀ ସଂସ୍ଥା । ତାଙ୍କ କାର୍ଯ୍ୟ ପରିସର ଅନୁସାରେ ତଦନ୍ତ ହେବ । ତାକୁ ନେଇ ବିବାଦ କରିବା ଠିକ୍‌ ନୁହେଁ ବୋଲି ଅମର କହିଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଗୋବିନ୍ଦ ସାହୁ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଦାବିପତ୍ର ଦେଇଛନ୍ତି । ଦୁଇ ଦିନ ତଳେ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲ୍‌ରେ ଥିବା ଗୋବିନ୍ଦ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ତାଙ୍କ ପତ୍ନୀ ଓ ବିରୋଧୀ ଦଳ ଏହାକୁ ଖଣ୍ଡନ କରୁଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ମାସ 8, 2021 ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠାରୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସରିଥିଲା । ତେବେ ମଙ୍ଗଳବାର ଜେଲ୍‌ରୁ ଗୋବିନ୍ଦର ମୃତଦେହ ମଳିଲା । ଏହାପରେ ଜେଲ୍‌ରେ କିପରି ଗୋପିନ୍ଦର ମୃତ୍ୟୁ ହେଲା ସେନେଇ ଅନେକ ପ୍ରଶ୍ନବାଟୀ ସୃଷ୍ଟି ହୋଇଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.