ETV Bharat / state

ବିରୋଧୀଙ୍କୁ ସାମ୍ନା କରିବେ ପାଣ୍ଡିଆନ: ଶଶିଭୂଷଣ ବେହେରା - ବିରୋଧୀଙ୍କୁ ସାମ୍ନା କରିବେ ପାଣ୍ଡିଆନ

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନଙ୍କୁ ଯେଉଁ ଦାୟିତ୍ଵ ଦେଉଛନ୍ତି ତାକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି। ଆଜି ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବାସୀ। ସେ ଜଣେ ଦକ୍ଷ ବ୍ୟକ୍ତି ବୋଲି ମଧ୍ୟ ନିଜର ପରିଚୟ ଦେଇଛନ୍ତି। ଓଡ଼ିଶାର ବିକାଶ ତାଙ୍କର ଫୁଲ ଟାଇମ ଅବଶ୍ୟକତା ରହିଛି। ସେ ଯେଉଁ ନିଷ୍ପତ୍ତି ନେଲେ ଆମେ ସେଥିରି ଖୁସି। କାରଣ ଏବେ ସେ ଅଧିକ ସମୟ ପାଇବେ।" ଅଧିକ ପଢନ୍ତୁ

ବିରୋଧୀଙ୍କୁ ସାମ୍ନା କରିବେ ପାଣ୍ଡିଆନ: ଶଶିଭୂଷଣ ବେହେରା

author img

By ETV Bharat Odisha Team

Published : Oct 26, 2023, 9:32 PM IST

ବିରୋଧୀଙ୍କୁ ସାମ୍ନା କରିବେ ପାଣ୍ଡିଆନ: ଶଶିଭୂଷଣ ବେହେରା

ଭୁବନେଶ୍ବର: ଥମୁନି ଭିକେ ପାଣ୍ଡିଆନଙ୍କୁ ନେଇ ରାଜନୀତି। ଇସ୍ତଫା ପରଠାରୁ ଜୋର ଧରିଛି ଚର୍ଚ୍ଚା। କାଲି ବିଜେଡି ସାଂସଦ ସୁଜିତ କୁମାର କହିଥିଲେ ବିକାଶ ପୁରୁଷ। ଆଜି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ବିଜେପି ଏହାକୁ ହଜମ କରିପାରୁନାହିଁ। ପାଣ୍ଡିଆନଙ୍କର ଭିଆରଏସ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛି।

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ‘‘ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନଙ୍କୁ ଯେଉଁ ଦାୟିତ୍ଵ ଦେଉଛନ୍ତି ତାକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି। ଆଜି ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବାସୀ। ସେ ଜଣେ ଦକ୍ଷ ବ୍ୟକ୍ତି ବୋଲି ମଧ୍ୟ ନିଜର ପରିଚୟ ଦେଇଛନ୍ତି। ଓଡ଼ିଶାର ବିକାଶ ତାଙ୍କର ଫୁଲ ଟାଇମ ଅବଶ୍ୟକତା ରହିଛି। ସେ ଯେଉଁ ନିଷ୍ପତ୍ତି ନେଲେ ଆମେ ସେଥିରି ଖୁସି। କାରଣ ଏବେ ସେ ଅଧିକ ସମୟ ପାଇବେ। ଓଡ଼ିଶାର ବିକାଶ ପାଇ ଅଧିକ କାମ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ସହାୟତା କରିବେ। ଆଗକୁ ତାଙ୍କ ଭୂମିକା ବିଜେଡିକୁ ବଳ,ଗତି, ଶକ୍ତି ସବୁ ଯୋଗାଇବ। ଜିଲ୍ଲାପାଳ ଥିବା ବେଳେ ଭିକେ ପାଣ୍ଡିଆନ ବହୁତ ସୁନାମ ଅର୍ଜନ କରିଛନ୍ତି। ମୟୂରଭଞ୍ଜ ହେଉ ବା ଗଞ୍ଜାମ। ସବୁ ଜିଲ୍ଲାରେ ଭଲ କାମ କରିଛନ୍ତି। ଯୋଉ ଦାୟିତ୍ଵ ତାଙ୍କୁ ଦିଆଯାଇଛି। ସେ ଦାୟିତ୍ଵକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି। ସେ NREGS କାମ ଏମିତି କଲେ ଗଞ୍ଜାମ ଜିଲ୍ଲା ସର୍ବ ଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ଜିଲ୍ଲା ଗ୍ରହଣ କରିଥିଲା।’’

ଅଧିକ ପଢନ୍ତୁ- Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’

ସେପଟେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ପାଣ୍ଡିଆନ ପ୍ରଶାସନିକ କ୍ଷେତ୍ରରେ ଚର୍ଚିତ ବ୍ୟକ୍ତି ଥିଲେ। ଏବେ ଅବସର ନେଇ ନୂତନ ଦାୟିତ୍ବ ନେଇଛନ୍ତି ଯାହା ଆଲୋଚନା ର ବିଷୟ ହେଉଛି। ଆଗରୁ ଆଲୋଚନା ଭିନ୍ନ ଢଙ୍ଗରେ ହେଉଥିଲା ଏବେ ନୂଆ ବାଟ ଖୋଜିବେ ବିରୋଧୀ। ଓଡ଼ିଶାର ବିକାଶକୁ ଆଧାର କରି ୨୪ ବର୍ଷରେ ପହଞ୍ଚିଛି ସରକାର। ପାଣ୍ଡିଆନଙ୍କର ଯେଉଁ ବହୁମୁଖୀ କାର୍ଯ୍ୟକ୍ରମ ଓଡ଼ିଶାକୁ ଏକ ନୂଆ ପରିଚୟ ରୂପାନ୍ତରିତ ସ୍ଥିତି କୁ ଆସିଛି ତାହା ଠିକ ଗୋଳାରେ ପଡ଼ିଛି ବୋଲି ଆମକୁ ଧରିବାକୁ ପଡିବ। ପାଣ୍ଡିଆନ ଆଗାମୀ ଦିନରେ ରାଜନୈତିକ ବିରୋଧକୁ ସାମ୍ନା କରିବେ ଏବଂ ଓଡିଶା ବାସୀଙ୍କ ଆସ୍ଥା ଭାଜନ ବି ହୋଇପାରିବେ। ବିରୋଧୀ ଙ୍କୁ ସାମ୍ନା କରିବେ ।

ଅନ୍ୟପଟେ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ଯାହାର ସାମର୍ଥ୍ୟ ଥିବ ଲୋକମାନେ ତାଙ୍କ ପାଖକୁ ଯିବେ। ବିଜେଡିର ସାମର୍ଥ୍ୟ କିଛି ଦେଖାଯାଉନାହଁ। ପଚିଶ ବର୍ଷ ଭିତରେ ପ୍ରାଇଭେଟ ସେକ୍ରେଟାରୀ ରହିଲେ କଣ ହେଇଛି ରାଜ୍ୟର। ସାମର୍ଥ୍ୟ ନୁହେଁ ସ୍ବାର୍ଥ ଦେଖୁଛି ବିଜେଡି। ଟିକେଟ କାହା କୃପାରୁ ମିଳିବ ତାଙ୍କ ଗୁଣଗାନ କରୁଛନ୍ତି ବିଜେଡି ନେତା । କେବଳ ସ୍ବାର୍ଥଟା କେମିତି ଚରିର୍ଥାତ ହେବ ସେଇଟା ମୂଳମନ୍ତ୍ର ବିଜେଡି ନେତାଙ୍କର। ସାମର୍ଥ୍ୟ ଥିଲେ ଓଡିଶା ଆଜି ପଛରେ ନଥାନ୍ତା। ନିର୍ବାଚନ ଜିତି ଯାଉଛନ୍ତି ହେଲ ପରବର୍ତ୍ତୀ ସମୟରେ ଲୋକମାନେ ଦୁର୍ଦ୍ଦଶାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.