ETV Bharat / state

Fake certificate Case: କେଳେଙ୍କାରୀରେ ବିଜେଡିର ବଡ ନେତା ସମ୍ପୃକ୍ତି ଅଭିଯୋଗ କଲେ କଂଗ୍ରେସ ବିଧାୟକ - କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ଶୂନ୍ୟକାଳରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର । ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି । ଏଥିରେ ଶାସକ ଦଳର ନେତା ସାମିଲ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 29, 2023, 10:13 PM IST

କାରବାରରେ ବିଜେଡିର ବଡ ନେତା ସମ୍ପୃକ୍ତି: କଂଗ୍ରେସ ବିଧାୟକ

ଭୁବନେଶ୍ବର: ବିଧାନସଭାରେ ଉଠିଲା ଜାଲ ସାର୍ଟିଫିକେଟ ପ୍ରସଙ୍ଗ । ଜିଲ୍ଲାର ଦୁଇ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିବା ସହିତ ସରକାରଙ୍କଠାରୁ ଜବାବ ମାଗିଥିଲେ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି, ‘‘ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି । ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି । ଏହି କେଳେଙ୍କାରୀ ଖାଲି ବଲାଙ୍ଗୀର ଜିଲ୍ଲାରେ ସୀମିତ ହୋଇନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହା ବ୍ୟାପିଛି । ବଲାଙ୍ଗୀର ପୋଲିସ ଘଟଣାର ତଦନ୍ତ କରୁଛି । ରାଜ୍ୟ ବାହାରକୁ ମଧ୍ୟ ପୋଲିସ ଯାଇଛି ।’’

ଏହାବି ପଢନ୍ତୁ- Naba Das Murder Mystery: ଦୁଇ ମାସ ପରେ ବି ପୋଲିସ ହାତ ଖାଲି କହିଲେ ବିରୋଧୀ ଦଳନେତା

ନରସିଂହ କହିଛନ୍ତି, "ଜିଲ୍ଲା ବାହାରେ ଓ ରାଜ୍ୟ ବାହାରେ ତଦନ୍ତ କରିବା ପାଇଁ ପୋଲିସର କ୍ଷମତା ଅଛି ନା ନାହିଁ ? ଯେତେ ଗୁରୁତ୍ବର ସହ ବଲାଙ୍ଗୀର ପୋଲିସ ତଦନ୍ତ କଲେ ମଧ୍ୟ ପୋଲିସ ପାଖରେ ସେତେ ମାନବ ସମ୍ବଳ ନାହିଁ । ବୈଷୟିକ ଜ୍ଞାନର ଅଭାବ ରହିଛି । ତେଣୁ ଏକ୍ସପର୍ଟ ଟିମ୍‌ର ଆବଶ୍ୟକତା ରହିଛି । ନରସିଂହ ଆହୁରି କହିଛନ୍ତି ଓଡିଶା ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀ ବରଗଡ ଜିଲ୍ଲାର ବିଧାୟକଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । କାହିଁକି ନା ଜାଲ ସାର୍ଟିଫିକେଟର ଯିଏ ମୁଖ୍ୟ ଅଭିଯୁକ୍ତ ଅନ୍ୟ ତାଙ୍କ ସହିତ ସେହି ସରକାରୀ ଦଳର ବିଧାୟକଙ୍କ ଫଟୋ ରହିଛି । ଏଥିରୁ କଣ ବୁଝାଯିବ ? ଏଥିରୁ ଏହା କୁହାଯାଇପାରେ ଯେତେ କୁକର୍ମ ହେଉଛି ସେଥିରେ ସରକାରୀ ଦଳ ଜଡିତ । ପୋଲିସ ଯାହା ପଦକ୍ଷେପ ନେଲେ ମଧ୍ୟ ତାହା କମ୍‌ ଜଣାପଡୁଛି ।"

ସେପଟେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏହି ପ୍ରସଙ୍ଗରେ ଗର୍ଜିଛନ୍ତି । ବିଧାୟକ ସିଧାସଳଖ ବିଜେଡି ବିଧାୟକଙ୍କ ସମ୍ପୃକ୍ତି ଆଣିଛନ୍ତି । ସନ୍ତୋଷ କହିଛନ୍ତି ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ନକଲି ସାର୍ଟିଫିକେଟ ରାକେଟ୍‌ ଚାଲିଛି । ଏହି ଘଟଣାରେ ମୁଖ୍ୟ ଆସାମୀ ମନୋଜ ମିଶ୍ର ଓ ଅଶୋକ ଉଦଗାତା ନାମକଙ୍କ ସହ ୧୯ ଜଣ ଗିରଫ ହୋଇଛନ୍ତି । ହଜାର ହଜାର ଛାତ୍ରଛାତ୍ରୀମାନଙ୍କୁ ନକଲି ସାର୍ଟିଫିକେଟ ଦେଇଛନ୍ତି । ସାର୍ଟିଫିକେଟ ନେଇଥିବା ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି । ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣି ସାଲୁଜା କହିଛନ୍ତି ଏହି ମାମଲାରେ ବିଜେଡିର ଆଇଟି ସେଲ୍‌ର ସଦସ୍ୟ ଗିରଫ ହୋଇଛନ୍ତି । ଏହାସହ ଜଣେ ବରଗଡ ଜିଲ୍ଲାର ଶାସକ ଦଳର ବିଧାୟକଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାଲୁଜା । ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.